ଭାରତ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳାଯାଇସାରିଛି। ଯେଉଁଥିରେ ପ୍ରଥମେ ଟେଷ୍ଟ ଟିମ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସାଉଥ ଆଫ୍ରିକା ଜିତି ସିରିଜକୁ ୧-୧ ରେ ବରାବର କରିଦେବାର ସଫଳ ରହିଛନ୍ତି। ପ୍ରଥମ ଟେଷ୍ଟ ବିରାଟ କୋହଲି କ୍ୟାପଟେନ ଥିବା ବେଳେ ଦ୍ୱିତୀୟ ଟେଷ୍ଟରେ କେ ଏଲ ରାହୁଲ କ୍ୟାପଟେନସି ଦାୟିତ୍ୱ ତୁଲାଉଥିଲେ। କାରଣ ଏହି ଟେଷ୍ଟ ବିରାଟ କୋହଲି ଖେଳୁନଥିଲେ। ଶେଷ ଟେଷ୍ଟ ସେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି।

ପ୍ରଥମ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ ଦ୍ୱିତୀୟ ଟେଷ୍ଟରେ ସାଉଥ ଆଫ୍ରିକା ଦଳରେ ଚମତ୍କାର ବ୍ୟାଟ୍ସମାନ ଡିନ ଏଲଗର ସୁନ୍ଦର ବ୍ୟାଟିଂ କରି ଦଳକୁ ବିଜୟ କରାଇବାରେ ସାହାଯ୍ୟ କରିଥିଲେ। ସେ ୧୮୮ ବଲ ଖେଳି ୧୦ଟି ଚୌକା ସହାୟତାରେ ୯୬ ରନ କରି ନଟ ଆଉଟ ଥିଲେ।
ହେଲେ ନିର୍ଣ୍ଣାୟକ ଟେଷ୍ଟ ଖେଳାଯାଇନାହିଁ, ତାହା ଯେଉଁ ଦଳ ଜିତିବ ସିରିଜ ସେ ଜିତିବ। ଭାରତୀୟ ଦଳରେ କ୍ୟାପଟେନ କୋହଲି ଦଳକୁ ଫେରିପାରନ୍ତି ବୋଲି ଜଣା ଯାଉଛି। ହେଲେ କୋହଲି ଖେଳିଲେ କେଉଁ ଖେଲ୍ଲୀ ଵିଶ୍ରାମ ନେବେ? କଣ ଆପଣଙ୍କ ମତ?
South Africa win the second Test by 7 wickets.
The series is now leveled at 1-1. #TeamIndia will bounce back in the third Test. 👍 👍 #SAvIND
Scorecard ▶️ https://t.co/b3aaGXmBg9 pic.twitter.com/s5z3Z01xTx
— BCCI (@BCCI) January 6, 2022
ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦୨ ରନ କରିଥିଲେ। ଜବାବରେ ସାଉଥ ଆଫ୍ରିକା ଦଳ ୨୨୯ ରନ ବନାଇଥିଲେ। ହେଲେ ଦ୍ୱିତୀୟ ପାରିରେ ଟିମ ଇଣ୍ଡିଆ ୨୬୬ ରନ କରିଥିବା ବେଳେ ସାଉଥ ଆଫ୍ରିକା ୨୪୩ ରନ କରି ଏହି ଟେଷ୍ଟ ଜିତିନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।