IND vs SA: ସାଉଥ ଆଫ୍ରିକାକୁ ହରାଇ ସିରିଜରେ ଏବେବି ରହିଲା ଭାରତ! ବ୍ୟାଟ୍ସମାନଙ୍କ ପରେ ହର୍ଷଲ ଏବଂ ଚାହଲଙ୍କ କମାଲ!

IPL 2022 ସରିବା ପରେ ଭାରତର ଏହା ପ୍ରଥମ ଆନ୍ତର୍ଜାତୀୟ ସିରିଜ ଥିଲା। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଭାରତ ହାରିଥିବା ବେଳେ ୩ୟ ମ୍ୟାଚରେ ବିଜୟ ହାସଲ କରିଛି ଚମ୍ପିୟନ ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ତେବେ ସାଉଥ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଥିଲା।

Google

ଭାରତ ପକ୍ଷରୁ ଜବରଦସ୍ତ ଆରମ୍ଭ କରିଥିଲେ ଇଶାନ bub କିଷାନ ଏବଂ ଋତୁରାଜ ଗାଏକୱାଡ। ଇଶାନ ୩୫ ବଲରେ ୫୪ କରିଥିଲେ। ତାଙ୍କର ଏହି ପାରିର ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଋତୁରାଜ ୩୫ ବଲରେ ୫୭ କରିଥିଲେ। ତାଙ୍କର ଏହି ପାରିରେ ୭ଟି ଚୌକା ଓ ୨ଟି ଛକା ସାମିଲ ଥିଲା।

ହାର୍ଦିକ ପାଣ୍ଡ୍ୟା ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ୨୧ ବଲରେ ୩୧ କରିଥିଲେ ସେ। ତାଙ୍କର ଏହି ପାରିରେ ୪ଟି ଚୌକା ସାମିଲ ଥିଲା। ଦିଲ୍ଲୀରେ ହାରିଥିଲା ଭାରତ, କଟକରେ ହାରିଥିଲା ଭାରତ ହେଲେ ବିଶାଖାପାଟଣାରେ ଜିତ ପାଇଛି ଟିମ ଇଣ୍ଡିଆ। ଭାରତ ୪୮ ରନରେ ଏହି ମ୍ୟାଚ ଜିତି ଯାଇଛି। ହର୍ଷଲ ପଟେଲ ୪ଟି ୱିକେଟ ଅକ୍ତିଆର କରିଥିଲେ। ଚାହଲ ୩ଟି, ଭୁବି ଗୋଟିଏ ଏବଂ ଅକ୍ସର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Google

ସାଉଥ ଆଫ୍ରିକା ପକ୍ଷରୁ ବଭୁମା ୮ କରିଥିବା ବେଳେ ହେଣ୍ଡରିକ୍ସ ୨୩, ପ୍ରିଟୋରିୟସ ୨୦, କ୍ଳାସେନ ୨୯, ପାର୍ନେଲ ୨୨ କରିଥିଲେ। ତେବେ ଏହି ସିରିଜରେ ସାଉଥ ଆଫ୍ରିକା ଏବେବି ୨-୧ ରେ ଆଗୁଆ ଅଛି। ତେବେ ସିରିଜର ଆଉ ୨ଟି ମ୍ୟାଚ ଖେଳାଯିବାର ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *