ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ୫ ଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମ୍ୟାଚ ପାଇଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୯ ଜୁନକୁ ଦିଲ୍ଲୀର ଅରୁଣ ଜେଟିଲ ଷ୍ଟାଡିୟମରେ ଖେଳାଯିବାର ଅଛି। ଏହି ସିରିଜରେ ଭାରତ ନିଜ ସିନିୟର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇଛି। ଭାରତୀୟ ଟିମ ଏହି ସିରିଜରୁ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ।

ରବି ଶାସ୍ତ୍ରୀ ନିଜ ଚୂଡାନ୍ତ ଏକାଦଶରେ ଫିନିସର ରୂପରେ ଦେଖାଯାଉଥିବା ଅନୁଭବୀ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେସ କାର୍ତ୍ତିକ ଓ ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବଙ୍କୁ ସ୍ଥାନ ଦେଇନାହାଁନ୍ତି। କିନ୍ତୁ ଟିମ ଇଣ୍ଡିଆରେ କାର୍ତିକଙ୍କ ଚୟନକୁ ନେଇ ଶାସ୍ତ୍ରୀ ସମର୍ଥନ କରିଥିଲେ କିନ୍ତୁ ହେର୍ଡ କୋଚ ରାହୁଲ ଦ୍ରାଭିଡ ଓ ଟିମ ମ୍ୟାନେଜମେଣ୍ଟ ଯୁବ ପ୍ରତିଭାଙ୍କୁ ପରୀକ୍ଷା କରିବାକୁ ଚାହିଁବେ,ତେଣୁ ଦିନେସ କାର୍ତିକଙ୍କ ପାଇଁ ଚୂଡାନ୍ତ ଏକାଦଶରେ ଜାଗା ପାଇବା କଷ୍ଟକର ହେବ।
ଶାସ୍ତ୍ରୀ ଷ୍ଟାର ସ୍ପୋର୍ଟସର ସୋ ଗେମ ପ୍ଲାନରେ କହିଛନ୍ତି,”ଟିମରେ ପୂର୍ବରୁ ରିଷଭ ପନ୍ତ ଅଛନ୍ତି ଯିଏକି ଚାଟି ବା ପଞ୍ଚମ ନମ୍ବରରେ ବ୍ୟାଟିଙ୍ଗ କରିପାରିବେ। କିନ୍ତୁ ଏବେ ଆପଣ ଏକ ଏପରି ବ୍ୟକ୍ତିଙ୍କୁ ଚାହୁଁଛନ୍ତି ଯିଏକି ମ୍ୟାଚକୁ ଶେଷ କରିପାରିବ କାରଣ ଧୋନିଙ୍କ ଅଵସର ପରେ ଅଧିକ ଫିନିସର ନାହାଁନ୍ତି। ଏଥିପାଇଁ ମତେ ଲାଗୁଚି ତାଙ୍କ ସମ୍ଭାବନା ଅଧିକ”।

ରବି ଶାସ୍ତ୍ରୀ ଅନୁଭବୀ ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ନିଜ ଚୂଡାନ୍ତ ଏକାଦଶରୁ ବାହାରେ ରଖିଛନ୍ତି। ସେ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛନ୍ତି ଓ ତଳ ଅର୍ଡରକୁ ମଝବୁତ କରିବା ପାଇଁ ଅକ୍ଷର ପଟେଲଙ୍କୁ ମୌକା ଦେଇଛନ୍ତି। ଅକ୍ସର ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଆପଣଙ୍କ ମତରେ କଣ ଦିନେସ କାର୍ତ୍ତିକ ଏବଂ କୁଲଦୀପ ଯାଦବଙ୍କୁ ମୌକା ଦେବା ଦରକାର? କମେଣ୍ଟରେ ଜଣାନ୍ତୁ।
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟି-୨୦ ପାଇଁ ରବି ଶାସ୍ତ୍ରୀଙ୍କ ସମ୍ଭାବିତ ଚୂଡାନ୍ତ ଏକାଦଶ:
କେ ଏଲ ରାହୁଲ (ଅଧିନାୟକ),ଋତୁରାଜ ଗାୟକୱାଡ଼, ଇସାନ କିସନ,ଶ୍ରେୟସ ଅୟର, ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର,ୟୁଜବେନ୍ଦ୍ର ଚହଲ, ଅର୍ସଦୀପ ସିଂହ/ଉମରାନ ମଲିକ, ଓ ହର୍ଷଲ ପଟେଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।