IPL 2022 ସରିବା ପରେ ଭାରତର ଏହା ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ସିରିଜ ଅଟେ। ପ୍ରଥମ T-20 ରେ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା। ଭାରତୀୟ ଦଳ ୨୧୧ ରନ କରିଥିଲା ହେଲେ ଏହାକୁ ପାର କରିଦେଇଥିଲା ସାଉଥ ଆଫ୍ରିକା।

ତେବେ ସିରିଜ ୧-୦ ରେ ଏବେ ଯାଏ ଆଗୁଆ ଅଛି ସାଉଥ ଆଫ୍ରିକା। ଦ୍ୱିତୀୟ T-20 ନିମନ୍ତେ ଦୁଇ ଦଳ ଓଡ଼ିଶାରେ ପଂହଁଚିଥିବା ବେଳେ ଏହି ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଅଛି। ତେବେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଅତ୍ୟନ୍ତ ରୋମାଂଚକର ହୋଇପାରେ।
ସାଉଥ ଆଫ୍ରିକାର ଦୃଢ଼ ବ୍ୟାଟିଂ ଲାଇନ ଅପ ଅଛି। ଡି କକ, ତେମ୍ବା ବଭୁମା, ପ୍ରିଟୋରିୟସ, ରାଶି ଭାନ ଡର ହୁସେନ, ଡାଭିଡ ମିଲର,ୱେନ ପାର୍ନେଲଙ୍କ ଭଲ ଖେଳାଳି ଅଛନ୍ତି। ତେବେ ପ୍ରଥମ ଟି-୨୦ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ ଡାଭିଡ ମିଲର। ତେବେ ବୋଲିଂ ଲାଇନ ଅପ ମଧ୍ୟ ସାଉଥ ଆଫ୍ରିକାର ଭଲ ଅଛି। ଦଳରେ ଏନରିକ ନୋର୍କିଆ, କାଗିସୋ ରବାଡ଼ାଙ୍କ ଭଳି ଖେଳାଳି ଅଛନ୍ତି।
Hello Cuttack ?#TeamIndia | #INDvSA | @Paytm pic.twitter.com/928W93aWXs
— BCCI (@BCCI) June 10, 2022
ଭାରତୀୟ ଟିମ କଥା କହିବା ତ ଭାରତୀୟ ଟିମ ଜବରଦସ୍ତ ଫର୍ମରେ ଅଛି। ଇଶାନ କିଷାନ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୭୬ ରନର ପାରି ଖେଳିଥିଲେ। ତାଙ୍କ ଛଡା ଶ୍ରେୟସ ଅୟର, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ସୁନ୍ଦର ବ୍ୟାଟିଂ କରିଥିଲେ। ତେବେ ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ହାସଲ କଲେ ସିରିଜ ୧-୧ ହେବେ ହେଲେ ଯଦି ଏହି ମ୍ୟାଚ ସାଉଥ ଆଫ୍ରିକା ଜିତିଯାଏ ତେବେ ୨-୦ ରେ ସେ ଆଗୁଆ ହୋଇଯିବ। ତେବେ ଏହି ମ୍ୟାଚ ଅତ୍ୟନ୍ତ ରୋମାଂଚକର ହୋଇପାରେ। ଓଡ଼ିଶାର କଟକରେ ଏହି ମ୍ୟାଚ ଖେଳାଯିବାର ଅଛି। ଏହି ମ୍ୟାଚ ହାଇସ୍କୋରିଂ ମ୍ୟାଚ ହୋଇପାରେ। ତେବେ ଆପଣଙ୍କ ଅନୁମାନରେ କିଏ ଜିତିବ କମେଣ୍ଟରେ ଜଣେଇପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।