ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଗୋଟେ ସପ୍ତାହ ପରେ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଖେଳିବାର ଅଛି। ଏହା ପରେ ଟିମ ଇଣ୍ଡିଆ ଆୟରଲାଣ୍ଡ ଗ୍ରସ୍ତ କରିବ। ଏହି ସିରିଜରେ ଇଣ୍ଡିଆ ଆୟରଲାଣ୍ଡ ସହିତ ଦୁଇଟି ମ୍ୟାଚର ଟି-୨୦ ସିରିଜ ଖେଳିବ। ପ୍ରଥମ ଟି-୨୦ ୨୬ ଜୁନକୁ ଓ ଦ୍ୱିତୀୟ ଟି-୨୦ ୨୮ ଜୁନକୁ ଖେଳାଯିବାର ଅଛି। ଦୁଇଟି ଯାକ ମ୍ୟାଚ ଆୟରଲାଣ୍ଡର ରାଜଧାନୀ ଡ଼ବଲିନରେ ଖେଳାଯିବାର ଅଛି।

ସ୍କ୍ୱାର୍ଡର ଘୋଷଣା ବାକି:
ଟିମ ଇଣ୍ଡିଆର ଆୟରଲାଣ୍ଡ ଗ୍ରସ୍ତର ଟିମ ଘୋଷଣା ଏବେ ପର୍ଯ୍ୟନ୍ତ ହୋଇନାହିଁ। ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜରେ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳି ଏଥିରେ ସାମିଲ ରହିବେ। ଟିମରେ କିଛି ଏପରି ଖେଳାଳି ରହିପାରନ୍ତି ଯିଏକି ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିନଥିଲେ।
୧-ଶ୍ରେୟସ ଅୟର: ଶ୍ରେୟସ ଅୟରଙ୍କ ପାଇଁ ଏହି ଆଇପିଏଲ ସିଜନ ବ୍ୟାଟିଙ୍ଗରେ କିଛି ଖାସ ରହିନଥିଲା। ସେ ଭାରତୀୟ ଟି-୨୦ ଟିମର ରେଗୁଲାର ସଦସ୍ୟ ଅଟନ୍ତି। ମାନାଯାଉଛି କି ଏହି ସିରିଜରେ ଅୟରଙ୍କୁ ମୌକା ଦିଆଯାଇପାରେ।

୨-ରିଷଭ ପନ୍ତ: ଶ୍ରେୟସ ଅୟରଙ୍କ ପରି ରିଷଭ ପନ୍ତ ମଧ୍ୟ ଆଇପିଏଲ ୨୦୨୨ରେ କିଛି ଖାସ ପ୍ରଦର୍ଶନ କରିପାରିନଥିଲେ। ତାଙ୍କ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ପହଁଚିପାରିନଥିଲା। କିନ୍ତୁ ପନ୍ତଙ୍କୁ ଆୟରଲାଣ୍ଡ ବିରୁଦ୍ଧରେ ସିରିଜରେ ମୌକା ଦିଆଯାଇପାରେ।
୩-କେ ଏଲ ରାହୁଲ: କେ ଏଲ ରାହୁଲଙ୍କ ପାଇଁ ଆଇପିଏଲ ୨୦୨୨ ଏକ ପ୍ରକାର ଭଲ ରହିଥିଲା। ସେ ଭଲ ରନ କରିବା ସହିତ ଦୁଇଟି ଶତକ ମଧ୍ୟ ମାରିଥିଲେ। ଯଦି ଆୟରଲାଣ୍ଡ ବିରୁଦ୍ଧରେ ସିରିଜରେ ସେ ଭଲ ପ୍ରଦର୍ଶନ ନକରିବେ ତେବେ ମାନାଯାଉଛି କି ଏହା ପରେ ମଧ୍ୟ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ଜାଗା ମିଳିବ।

ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିରୁଦ୍ଧରେ ସିରିଜ ଟି-୨୦ ବିଶ୍ୱକପ ପୁର୍ବରୁ ପ୍ରସ୍ତୁତି ବୋଲି କୁହାଯାଉଛି। କିନ୍ତୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଅନେକ ବଡ଼ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି,ଯଶପ୍ରୀତ ବୁମରାଙ୍କୁ ଆରାମ ଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।