ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ରବିବାର ମାନେ ଆଜି ଖେଳାଯିବାର ଅଛି। ସିରିଜ ୨-୨ ରେ ଏଯାଏ ବରାବରରେ ଅଛି। ପ୍ରଥମ ଏବଂ ଦ୍ୱିତୀୟ ଟି-୨୦ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ୩ୟ ଏବଂ ଚତୁର୍ଥ ଟି-୨୦ ମ୍ୟାଚ ଭାରତ ଜିତି ସିରିଜକୁ ୨-୨ କରିବାରେ ସକ୍ଷମ ହୋଇଥିଲେ।

ଭାରତୀୟ ଦଳ ଜବରଦସ୍ତ ଫର୍ମରେ ଅଛି। ପ୍ରଥମ ୨ଟି ଟି-୨୦ ମ୍ୟାଚ ହାରି ବି ଦଳ ଜବରଦସ୍ତ କମବ୍ୟାକ କରିଥିଲା। ଚତୁର୍ଥ ଟି-୨୦ ରେ ଦଳକୁ ବିଜୟ ଦେବାର ଦୁଇ ବ୍ୟାଟ୍ସମାନ ଦିନେସ କାର୍ତ୍ତିକ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ମ୍ୟାଚ ୱିନିଙ୍ଗ ଯୋଗଦାନ ଥିବା ବେଳେ ବୋଲିଂରେ ଆଭେସ ଖାନ , ହରସଲ ପଟେଲ, ୟୁଜି ଏବଂ ଭୁବି ସୁନ୍ଦର ବୋଲିଂ କରିଥିଲେ।
ତେବେ ଅପରପକ୍ଷରେ ସାଉଥ ଆଫ୍ରିକା ଟିମରେ ଅନେକ ମ୍ୟାଚ ୱିନର ଖେଳାଳି ସାମିଲ ଅଛନ୍ତି। ରାସି ଭାନ ଡର ହୁସେନ, ହେନରିକ କ୍ଳାସେନ, ଡି କକ, ତବରେଜ ସାମସି, କାଗିସୋ ରବାଡ଼ାଙ୍କ ଭଳି ଖେଳାଳି ଥିବା ବେଳେ ଡ଼ାଭିଡ ମିଲରଙ୍କ ପରି ଫିନିସର ଅଛନ୍ତି ଯିଏକି IPL 2022 ରେ ଜବରଦସ୍ତ ଫର୍ମରେ ଥିଲେ।

ହେଲେ ଶେଷ ଦୁଇଟି ଟି-୨୦ ମ୍ୟାଚରେ ବିଜୟ ହାସଲ କରି ମୋମେଂଟମ ଭାରତ ପାଖରେ ଅଛି। ଦଳ ବୋଲିଂ ସହିତ ବ୍ୟାଟିଂ ଏବଂ ଫିଲଡିଂରେ ସୁନ୍ଦର ପ୍ରଦର୍ଶନ କରୁଛି। ତେବେ ଶେଷ ଟି-୨୦ ମ୍ୟାଚ ଯିଏ ଜିତିବ ସିରିଜ ସେ ଜିତିବ। ତେବେ ଏହି ମ୍ୟାଚ ରୋମାଂଚକ ଭରା ହୋଇପାରେ। ତେବେ ଆଜିର ମ୍ୟାଚ ବାଙ୍ଗାଲୋରରେ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।