IND vs SL ପ୍ରଥମ ଟି-୨୦: ବିଜୟ ଧାରାକୁ ବଜାୟ ରଖିବା ପାଇଁ ଓହ୍ଲାଇବ ଟିମ ଇଣ୍ଡିଆ! କିଏ ନେବ ସୂର୍ଯ୍ୟକୁମାରଙ୍କ ଜାଗା?

ବ୍ୟୁରୋ ରିପୋର୍ଟ: ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜିତିବା ପରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ସିରିଜ ହେବାକୁ ଯାଉଛି। ଉଭୟ ଦେଶ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଓ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବାକୁ ଯାଉଛି। ପ୍ରଥମେ ଟି-୨୦ ସିରିଜ ଖେଳାଯିବ ଯାହାର ଆରମ୍ଭ ୨୪ ଫେବୃଆରୀକୁ ଲକ୍ଷନୌରେ ହେବାର ଅଛି। ଏହି ମ୍ୟାଚକୁ ଜିତି ଭାରତୀୟ ଟିମ ନିଜ ବିଜୟ ରାସ୍ତାକୁ ଜାରି ରଖିବାକୁ ଚାହିଁପାରେ। ରୋହିତ ନୂତନ ଅଧିନାୟକ ହେବା ପରଠୁ ଭାରତ ସୀମିତ ଓଭରରେ ଗୋଟେ ମଧ୍ୟ ମ୍ୟାଚ ହାରିନାହିଁ।

Google

ମଧ୍ୟକ୍ରମରେ ରହିବ ନଜର:

ପ୍ରଥମେ ନ୍ୟୁଜିଲାଣ୍ଡକୁ ତିନୋଟି ମ୍ୟାଚର ଟି-୨୦ ସିରିଜରେ କ୍ଲିନ ସୁଇପ କରିସାରିବା ପରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜକୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ଓ ଟି-୨୦ ସିରିଜରେ ୩-୦ରେ କ୍ଲିନ ସୁଇପ କରିଥିଲା। ଏହା ସହିତ ଟିମ ଇଣ୍ଡିଆର ଆତ୍ମବିଶ୍ୱାସ ପ୍ରାୟ ବଢିଥିବା। କିନ୍ତୁ ଏହା ମଧ୍ୟରେ ଦଳ ପାଇଁ କିଛି ଖରାପ ଖବର ମଧ୍ୟ ଆସିଥିଲା। ଟି-୨୦ ସିରିଜରେ ଟିମର ପ୍ରମୁଖ ଖେଳାଳି ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ଦିଆଯାଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ରେ ଆଘାତ ହେବା ଦ୍ଵାରା ପ୍ରଥମେ ପ୍ରେସର ବୋଲର ଦୀପକ ଚାହାର ଓ ପରେ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ସହ ଟି-୨୦ ସିରିଜରୁ ବାହାର ହୋଇ ଯାଇଛନ୍ତି।ଏମାନଙ୍କ ଅନୁପସ୍ଥିତରେ ଭାରତକୁ ମ୍ୟାଚ ଜିତିବାକୁ ହେବ।

ଏପରି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ମଧ୍ୟକ୍ରମ ଉପରେ ବେସି ନଜର ରହିପାରେ। ସୂର୍ଯ୍ୟକୁମାର ନଥିବାରୁ ରୋହିତଙ୍କ ସହ ଋତୁରାଜ ଓପନିଙ୍ଗ ଆସିପାରନ୍ତି। ସେହିପରି ଇସାନ ୩ ନମ୍ବର, ଶ୍ରେୟସ ଅୟର ୪ ନମ୍ବର ଓ ସଞ୍ଜୁ ସାମସନ ୫ ନମ୍ବରରେ ବ୍ୟାଟିଙ୍ଗ କରିପାରନ୍ତି। ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଟିମ ବିକଳ୍ପ ପ୍ରସ୍ତୁତ କରିବାକୁ ଚାହିଁବ। ହୁଏତ ଦୀପକ ହୁଡାଙ୍କୁ ସୂର୍ଯ୍ୟକୁମାରଙ୍କ ଜାଗାରେ ମୌକା ମିଳିପାରେ। ୬ ନମ୍ବର ସ୍ଥାନ ପାଇଁ ଭେଙ୍କଟେସ ଅୟର ନିଜ ଜାଗା ପାଖା ପାଖି ପକ୍କା କରିଛନ୍ତି। ବୁମରା ଟିମକୁ ଫେରିସାରିଛନ୍ତି। ଦୀପକ ଚାହାର ଆଘାତ ଥିବାରୁ ପ୍ରେସ ବୋଲିଙ୍ଗ ଦାୟୀତ୍ୱରେ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲରହିବେ। ଅନେକ ଦିନ ପରେ ଆଘାତରୁ ଠିକ ହୋଇ ଫେରିଥିବା ରବିନ୍ଦ୍ର ଜାଡେଜା ପ୍ରାୟ ଖେଳିବେ ତେଣୁ ଚାହଲ ଓ ବିସ୍ନୋଇଙ୍କ ମଧ୍ୟରୁ ଜଣଙ୍କୁ ମୌକା ମିଳିପାରେ। ତେବେ ଶ୍ରୀଲଙ୍କାର ମଧ୍ୟ ଭଲ ବୋଲର ହସରଙ୍ଗା ଏହି ସିରିଜରୁ ବାଦ ପଡିଛନ୍ତି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *