IND vs SL: ଶ୍ରୀଲଙ୍କା ଦଳକୁ ଦୁଇ ବଡ଼ ଝଟକା! ପୁରା ସିରିଜରୁ ବାହାରିଲେ ଏହି ୨ ଖେଳାଳି

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ସହ ଟି-୨୦ ସିରିଜର ଆରମ୍ଭ ଶ୍ରୀଲଙ୍କା ପାଇଁ ଭଲ ରହିନାହିଁ। ଲକ୍ଷନୌରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶ୍ରୀଲଙ୍କା ୬୨ ରନରେ ହାରିଯାଇଥିଲା। ଶ୍ରୀଲଙ୍କା ହାରିବା ପରେ ଆଉ ଦୁଇଟି ଝଟକା ଟିମକୁ ଲାଗିଛି। ଶ୍ରୀଲଙ୍କାର ଦୁଇଟି ଖେଳାଳି ହାମଷ୍ଟ୍ରିଙ୍ଗ ଆଘାତ କାରଣରୁ ପୁରା ସିରିଜରୁ ବାହାର ହୋଇଯାଇଛନ୍ତି। ଶ୍ରୀଲଙ୍କାର କ୍ରିକେଟ ବୋର୍ଡ ଶୁକ୍ରବାରକୁ କହିଛି କୁସଲ ମେଣ୍ଡିସ ଓ ମହିସ ଥିକସାନାଙ୍କୁ ଆଘାତ ପାଇଁ ପୁରା ସିରିଜରୁ ବାହାର ହେବାକୁ ପଡିଲା।

Google

ଆଘାତ ଥିବା ପରେ ମଧ୍ୟ କୁସଲ ମେଣ୍ଡିସଙ୍କୁ ଭାରତ ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଟିମରେ ବଛାଯାଇଛି। ତାଙ୍କର ଖେଳିବାର ଫଇସଲା ତାଙ୍କ ଫିଟନେସ ଉପରେ ନିର୍ଭର କରୁଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଆଶା ଅଛି କି ମେଣ୍ଡିସ ଭାରତ ବିରୁଦ୍ଧରେ ୪ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଫିଟ ହୋଇଯିବେ। ମେଣ୍ଡିସ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଟି-୨୦ରେ ଆଘାତ ଥାଇ ମଧ୍ୟ ୬୮ ରନର ପାରି ଖେଳିଥିଲେ। ତାଙ୍କର ସେହିପାରି ଦ୍ଵାରା ଶ୍ରୀଲଙ୍କା ଶେଷ ଟି-୨୦ ଜିତିଥିଲା।

ଧନଞ୍ଜୟ ଓ ଡିକବେଲା ରିପ୍ଲେସମେଣ୍ଟ ଆଧାରରେ ବଛାଯାଇଛନ୍ତି:

ବୋର୍ଡ ମେଣ୍ଡିସ ଓ ତୀକ୍ଷଣାଙ୍କର ରିପ୍ଲେସମେଣ୍ଟ ରୂପରେ ଧନଞ୍ଜୟ ଡି ସିଲଭା ଓ ନିରେସନ ଡିକବେଲାଙ୍କୁ ସାମିଲ କରିଛି। ଅଲରାଉଣ୍ଡର ୱାନେନ୍ଦୁ ହସରଂଙ୍ଗା ଅଷ୍ଟ୍ରେଲିଆରେ କରୋନାରେ ସଂକ୍ରମଣ ହୋଇଥିଲେ ଓ ସେଇଠୁ ସିଧା ସ୍ବଦେଶ ଫେରିବେ। ତୀକ୍ଷଣା ଓ ମେଣ୍ଡିସ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଟି-୨୦ରେ ଆଘାତ ହୋଇଯାଇଥିଲେ। ଦୁଇ ଖେଳାଳି ଭାରତ ବିରୁଦ୍ଧରେ ପ୍ରଥମ ଟି-୨୦ ଖେଳିପାରିନଥିଲେ ଓ ବାହାର ହୋଇଯାଇଛନ୍ତି।

 

ବିନୁରା ଫରନାଣ୍ଡୋ ଟ୍ରେନିଙ୍ଗ ପାଇଁ ଫିଟ ହେଲେ:

ଖେଳାଳିମାନେ ଆଘାତ ହୋଇ ସିରିଜରୁ ବାହାରିବା ମଧ୍ୟରେ ଏବେ ଶ୍ରୀଲଙ୍କା ପାଇଁ ଏକ ଭଲ ଖବର ଆସିଛି। ଟିମର ବୋଲର ବିନୁରା ଫରନାଣ୍ଡୋ ଯିଏକି ଅଷ୍ଟ୍ରେଲିଆ ବିରୁଦ୍ଧରେ କରୋନା ସଂକ୍ରମିତ ହୋଇଥିଲେ ସେ ଏବେ ଅଭ୍ୟାସ ପାଇଁ ଫିଟ ହୋଇଯାଇଛନ୍ତି। ସେ ସିରିଜର ବାକି ଦୁଇଟି ମ୍ୟାଚ ପାଇଁ ଉପଲବ୍ଧ ରହିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *