କଣ ଭାରତରେ ୧୩ ବର୍ଷରୁ ସିରିଜ ଜିତିବାର ଆଶାକୁ ପୂରଣ କରିପାରିବ ଶ୍ରୀଲଙ୍କା? ଜାଣନ୍ତୁ କିଏ କାହା ଉପରେ ଭାରି!

ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମ୍ୟାଚ ଗୁରୁବାରକୁ ଲକ୍ଷନୌରେ ଖେଳାଯିବାର ଅଛି। ଏହା ପୂର୍ଵ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଓ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଥିଲା। ସେହିପରି ଶ୍ରୀଲଙ୍କାକି ଅଷ୍ଟ୍ରେଲିଆ ତାର ନିଜ ଘରେ ୫ ଟି ମ୍ୟାଚର ସିରିଜରେ ୪-୧ରେ ହରାଇଥିଲା। ଶ୍ରୀଲଙ୍କା ବିରୁଦ୍ଧରେ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆଙ୍କୁ ଦୀପକ ଚାହାରଙ୍କ ରୂପରେ ବଡ଼ ଝଟକା ଲାଗିଛି। ଯିଏକି ହାମିଷ୍ଟ୍ରିଙ୍ଗର ଆଘାତ କାରଣରୁ ପୁରା ସିରିଜରୁ ବାହାର ହୋଇଯାଇଛନ୍ତି। କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଶ୍ରୀଲଙ୍କା ବିରୁଦ୍ଧରେ ନିଜ ଘରେ ଭଲ ରେକର୍ଡ ଅଛି। ଟିମ ଇଣ୍ଡିଆ ସ୍ବଦେଶରେ ଭାରତ ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ଟି-୨୦ ସିରିଜ ହାରିନାହିଁ।

Google

ଶ୍ରୀଲଙ୍କାର ଟିମ ଭାରତରେ ୪ ଟି ଟି-୨୦ ସିରିଜ ଖେଳିଛି ଓ ଗୋଟେ ମଧ୍ୟ ସିରିଜ ଜିତିନାହିଁ। ବର୍ଷ ୨୦୦୯ରେ ଶ୍ରୀଲଙ୍କା ଟିମ ପ୍ରଥମ ଥର ଟି-୨୦ ସିରିଜ ପାଇଁ ଭାରତ ଆସିଥିଲା। ସେବେ ଦୁଇଦେଶ ମଧ୍ୟରେ ୨ ଟି ମ୍ୟାଚର ଟି-୨୦ ସିରିଜ ଖେଳାଯାଇଥିଲା ଯାହା ୧-୧ରେ ବରାବରୀରେ ରହିଥିଲା। ଏହା ପରେ ବର୍ଷ ୨୦୧୬ରେ ଶ୍ରୀଲଙ୍କା ପୁଣି ଟି-୨୦ ସିରିଜପାଇଁ ଭାରତ ଗ୍ରସ୍ତ କରିଥିଲା। ସେବେ ତିନୋଟି ମ୍ୟାଚର ସିରିଜ ଭାରତ ୨-୧ରେ ଜିତିଥିଲା। ବର୍ଷ ୨୦୧୭ରେ ଭାରତ ନିଜ ସ୍ବଦେଶରେ ଶ୍ରୀଲଙ୍କାକୁ ତିନୋଟି ମ୍ୟାଚର ଟି-୨୦ ସିରିଜରେ କ୍ଲିଜ ସୁଇପ କରିଥିଲା। ସେହି ସିରିଜ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସ୍ମରଣୀୟ ରହିଥିଲା। ସେବେ ରୋହିତ ସିରିଜରେ ମୋଟ ୧୬୨ ରନ କରିଥିଲେ।

ଶ୍ରୀଲଙ୍କା ବିରୁଦ୍ଧରେ ଟିମ ଇଣ୍ଡିଆ ସ୍ବଦେଶରେ ଟି-୨୦ରେ ୮ ଟି ମ୍ୟାଚ ଜିତିଛି:

ଭାରତ ନିଜ ଘରେ ଶ୍ରୀଲଙ୍କାସହ ଶେଷ ଥର ଟି-୨୦ ସିରିଜ ୨୦୨୦ରେ ଖେଳିଥିଲା। ସେହି ସିରିଜକୁ ଭାରତ ୨-୦ରେ ଜିତିଥିଲା ଓ ଗୋଟେ ମ୍ୟାଚ ବର୍ଷା କାରଣରୁ ରଦ୍ଧ ହୋଇଯାଇଥିଲା। ଟିମ ଇଣ୍ଡିଆ ନିଜ ଘରେ ଶ୍ରୀଲଙ୍କା ବିରୁଦ୍ଧରେ ମୋଟ ୧୧ ଟି ଟି-୨୦ ମ୍ୟାଚ ଖେଳିଛି ଯେଉଁଥିରେ ୮ ଟି ମ୍ୟାଚ ଜିତିଛି। ଏହା ପ୍ରମାଣକି ଶ୍ରୀଲଙ୍କା ଭାରତକୁ ଭାରତରେ ଟି-୨୦ ସିରିଜରେ ହରାଇବା କଷ୍ଟକର ହେବ।

Google

ଟି-୨୦ ସିରିଜ ପରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଦୁଇ ଦେଶ ମଧ୍ୟରେ ଖେଳାଯିବାର ଅଛି:

ଟି-୨୦ ସିରିଜ ପରେ ଦୁଇ ଦେଶ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ମଧ୍ୟ ଖେଳାଯିବାର ଅଛି। ସିରିଜର ପ୍ରଥମ ଟେଷ୍ଟ ୪ ମାର୍ଚ୍ଚକୁ ମୋହାଲିରେ ଖେଳାଯିବାର ଅଛି, ଯେବେକି ଦ୍ୱିତୀୟ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବାର ଅଛି। ଭାରତୀୟ ପୂର୍ଵ ଅଧିନାୟକ ବିରାଟ କୋହଲି ମୋହାଲିରେ ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବାର ଅଛି। କୋହଲି ଓ ୱିକେଟ କିପର ରିଷଭ ପନ୍ତଙ୍କୁ ବିସିସିଆଇ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରେ ବିଶ୍ରାମ ଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *