ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ସବୁଠୁ ଅଧିକ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିବା ଖେଳାଳି ହୋଇଯାଇଛନ୍ତି। ତୃତୀୟ ଟି-୨୦ ମ୍ୟାଚରେ ଓହ୍ଲାଇବା କ୍ଷଣି ହିଁ ସେ ବିଶ୍ୱ ରେକର୍ଡ କରିଛନ୍ତି। ଏହା ତାଙ୍କର ୧୨୫ ତମ ଟି-୨୦ ମ୍ୟାଚ ଥିଲା। ଏହି ମ୍ୟାଚରେ ସେ କମାଲ କରିପାରିନାହାଁନ୍ତି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୪୬ ରନ କରିଥିଲା। ଜବାବରେ ଭାରତୀୟ ଟିମ ବ୍ୟାଟିଙ୍ଗ କରିବାକୁ ଯେବେ ଓହ୍ଲାଇଲା ଅଧିନାୟକ ରୋହିତ ଶର୍ମା ୯ ବଲରେ ୫ ରନ କରି ଆଉଟ ହୋଇଯାଇଥିଲେ।ତାଙ୍କୁ ପେସର ବୋଲର ଦୁଷ୍ମନ୍ତ ଚମିରା ଆଉଟ କରିଥିଲେ। ଟିମ ଇଣ୍ଡିଆ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଅଛି।ଏହି ମ୍ୟାଚ ଜିତି ଟିମ ସିରିଜ କ୍ଲିନ ସୁଇପ କରିବାକୁ ଚାହିଁବ।

ରୋହିତ ଶର୍ମାଙ୍କ ରେକର୍ଡ ପେସର ବୋଲର ଦୁଷ୍ମଥା ଚମୀରାଙ୍କ ସାମ୍ନାରେ ଭଲ ରହିନାହିଁ। ଚମିରା ଦ୍ୱିତୀୟ ଟି-୨୦ରେ ମଧ୍ୟ ରୋହିତଙ୍କୁ ବୋଲ୍ଡ କରିଥିଲେ। ଟି-୨୦ ଇଣ୍ଟରନେସନାଲ କଥା କହିବାତ ରୋହିତ ଚମିରାଙ୍କର ୩୦ ବଲ ଖେଳିଛଜଟି ଓ ୬ ଥର ଆଉଟ ହୋଇଛନ୍ତି।ମାନେ ପ୍ରତି ୫ ବଲରେ ଚମିରା ରୋହିତଙ୍କୁ ଆଉଟ କରିଛନ୍ତି। ଏହି ସମୟରେ ରୋହିତ ମାତ୍ର ୩୨ ରନ ହିଁ କରିପାରିଛନ୍ତି। ଏହି ସମୟରେ ରୋହିତଙ୍କ ବ୍ୟାଟରୁ ୪ ଟି ଚୌକା ଓ ଦୁଇଟି ଛକା ଆସିଛି। ୧୭ ଟି ବଲରେ ସେ ଗୋଟେ ମଧ୍ୟ ରନ କରିପାରିନାହାଁନ୍ତି। ଆଇପିଏଲ ୨୦୨୨ପାଇଁ ଚମୀରାଙ୍କୁ କେଏଲ ରାହୁଲଙ୍କ ଟିମ ଲକ୍ଷନଉ ସୁପର ଜାଏଣ୍ଟର୍ସ ଟିମରେ ସାମିଲ କରିଛି।
ଦୁଇ କୋଟିରେ ଟିମରେ ମିଳିଲା ଜାଗା:
ଅକ୍ସନର ଦୁଷ୍ମଥା ଚମିରାଙ୍କର ବେଶ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ଥିଲା। ଲକ୍ଷନୌ ତାଙ୍କୁ ୨ କୋଟିରେ ଟିମରେ ସାମିଲ କରିଛି। ତାଙ୍କର ମୋଟ ଟି-୨୦ କ୍ୟାରିଅରର କଥା କହିବାତ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ୮୬ ପାରିରେ ୨୭ର ଔସତରେ ୮୮ ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ୮ ରୁ କମ ଅଛି। ୧୭ ରନ ଦେଇ ୪ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ଶ୍ରୀଲଙ୍କା ତରଫରୁ ୧୨ ଟେଷ୍ଟ,୩୯ ଏକଦିବସିୟ ଓ ୪୭ ଟି-୨୦ ମ୍ୟାଚ ଖେଳିଛନ୍ତି।

ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚରୁ ହେବାକୁ ଯାଉଛି। ମାନେ ପାଖାପାଖି ଏକମାସର ସମୟ ବାକି ଅଛି। ଏହାର ଫାଇନାଲ ୨୯ ମଇକୁ ଖେଳାଯିବ,କରୋନାର ପରିସ୍ଥିତିକୁ ଦେଖି ଲିଗ ରାଉଣ୍ଡର ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ। ଏଥର ଆଇପିଏଲରେ ମୋଟ ୧୦ ଟିମ ଅଂଶଗ୍ରହଣ କରିଛି। ଏଥିରେ ୭ ଲିଗ ରାଉଣ୍ଡ ମ୍ୟାଚ ଓ ୪ ନକଆଉଟ ମ୍ୟାଚ ଖେଳାଯିବାର ଅଛି। ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି। ଏହା ପରେ ସିଏସକେ ୪ ଥର ଆଇପିଏଲ ଟ୍ରଫି ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।