IND vs SL: ପ୍ରଥମ ଟେଷ୍ଟ ପାଇଁ ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ! ଦଳକୁ ଫେରିଲେ ୪ ମ୍ୟାଚ ୱିନର ଖେଳାଳି!

ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳର ଲଗାତାର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ୩-୦ ରେ ଜିତିବା ପରେ ରୋହିତଙ୍କ ଦଳ ଶ୍ରୀଲଙ୍କା ଉପରେ ମଧ୍ୟ ୩-୦ ରେ ନିଜ କବ୍ଜା ହାସଲ କରିଛି। ଧର୍ମଶାଳାରେ ଖେଳା ଯାଉଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଭାରତୀୟ ଦଳ ୬ ୱିକେଟରେ ଜିତି ନେଇଛି। ଫଳରେ ଶ୍ରୀଲଙ୍କା ବିପକ୍ଷ ତିନୋଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ଭାରତୀୟ ଦଳ ୩-୦ ରେ ଜିତି ନେଇଛି। ଏଥି ସହିତ ରୋହିତଙ୍କ ଟିମ ଲଗାତାର ୧୨ ଟି ଟ୍ୱେଣ୍ଟି କ୍ରମାଗତ ଜିତିବାର ରେକର୍ଡ ହାସଲ କରିଛି। ବର୍ତ୍ତମାନ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି।

Google

ସୂଚନାଯୋଗ୍ୟ ଯେ ,ଇଂଜୁରି ଏବଂ ବିଶ୍ରାମ କାରଣରୁ ଅନେକ ଖେଳାଳିଙ୍କୁ ଟି-ଟ୍ୱେଣ୍ଟି ସିରିଜରୁ ବାଦ ଦିଆଯାଇ ଥିଲା। ଟେଷ୍ଟ ଦଳକୁ ଏହି ବଡ଼ ବଡ଼ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି , ୱିକେଟ କିପର ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନୀ ଦଳକୁ ଫେରିଛନ୍ତି। ଏହି ଦଳରେ କିଛି ନୂତନ ଚେହେରା ମଧ୍ୟ ଦେଖିବାକୁ ମିଳିବ ଯେପରିକି ପ୍ରିୟଙ୍କ ପାଂଚଲ ଏବଂ ଅନ୍ୟ କିଛି ଖେଳାଳି ମଧ୍ୟ ଅଛନ୍ତି। ଅଧିନାୟକ ରୋହିତ ଶର୍ମା ଏବଂ ଉପ ଅଧିନାୟକ ଯଶପ୍ରୀତ ବୁମରା ମିଡିଆ ସାମ୍ନାରେ ନିଜର ମତ ରଖିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ପଂଜାବର ମୋହାଲି ଗ୍ରାଉଣ୍ଡରେ ମାର୍ଚ୍ଚ ୪ ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୮ ରେ ଶେଷ ହେବାର ଅଛି।

ଭାରତୀୟ ଦଳ ଭଳି ଶ୍ରୀଲଙ୍କା ଦଳ ଅତ୍ୟନ୍ତ ଶକ୍ତିଶାଳୀ ରହିଛି। ଏହି ମ୍ୟାଚ ସକାଳ ୯.୩୦ ରୁ ଆରମ୍ଭ ହେବାର ଅଛି। ଏହି ଦଳରେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଇସାନ୍ତ ଶର୍ମା ଭଳି ବଡ଼ ବଡ଼ ଖେଳାଳିମାନେ ନାହାଁନ୍ତି। ଏହା ପୂର୍ବରୁ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୪୪ ଟି ଟେଷ୍ଟ ମ୍ୟାଚ ଖେଳି ସାରିଛି। ଏଥିମଧ୍ୟରୁ ଭାରତ ୨୦ ଟି ଜିତି ଥିବା ବେଳେ ଶ୍ରୀଲଙ୍କା ଦଳ ୭ ଟି ଟେଷ୍ଟ ମ୍ୟାଚ ଜିତିଛି ଏବଂ ୧୭ ଟି ଟେଷ୍ଟ ମ୍ୟାଚ ଡ୍ର ମଧ୍ୟ ରହିଛି।

Google

ପ୍ରଥମ ମ୍ୟାଚରେ ଖେଳିବାକୁ ଥିବା ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟାସ ଅୟର/ଶୁଭମନ ଗିଲ, ଋଷଭ ପନ୍ତ, ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଆଶ୍ୱିନ/ ଜୟନ୍ତ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା,ମହମ୍ମଦ ସାମୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *