ବ୍ୟୁରୋ ରିପୋର୍ଟ: ODI ସିରିଜ ଭାରତ ଜିତି ନିଜ ନାମରେ ନାମିତ କରିଥିବା ବେଳେ ଟି-୨୦ ସିରିଜ କଡାକଡ଼ି ହେବାର ଚାନ୍ସ ଅଛି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରକୁ ଇଡେନ ଗାର୍ଡେନ କୋଲକତାରେ ଖେଲଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଭାରତୀୟ ଟିମ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ହାତେଇବାକୁ ଚାହିଁପାରେ। ଶ୍ରେୟସ ଅୟର ଆଇପିଏଲ ମେଗା ଅକ୍ସନରେ ତୃତୀୟ ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିଲେ ମଧ୍ୟ ଭାରତୀୟ ଟିମରେ ତାଙ୍କ ଜାଗା ପକ୍କା ନାହିଁ। ଭାରତୀୟ ଅଲରାଉଣ୍ଡର ରୋହିତ ଶର୍ମା ପୂର୍ବରୁ କହିସାରିଛନ୍ତି କି ତାଙ୍କୁ ମିଡ଼ିଲ ଅର୍ଡରରେ ଅଲରାଉଣ୍ଡରର ଆବଶ୍ୟକତା ଅଛି।

ପ୍ରଥମ ଟି-୨୦ରେ ରୋହିତଙ୍କ ଯୋଡିଦାର ରୋହିତ ଶର୍ମା ଥିଲେ। ଏହା ପରେ ପୂର୍ଵ ଅଧିନାୟକ ବିରାଟ କୋହଲି, ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବଙ୍କ ନମ୍ବର ଆସିଥାଏ। ୬ ତମ ସ୍ଥାନରେ ପ୍ରଥମ ମ୍ୟାଚ ଭେଙ୍କଟେସ ଅୟର ଖେଳିଥିଲେ ତାଙ୍କ ଜାଗା ମଧ୍ୟ ପକା ଲାଗୁଛି। ପେସ ବୋଲିଙ୍ଗରେ ଭୁବନେଶ୍ୱର କୁମାର ଓ ଦୀପକ ଚାହାର ଖେଳିବା ପ୍ରାୟ ପକ୍କା। ଏହା ଛଡା ହର୍ଷଲ ପଟେଲ ଓ ଦୀପକ ହୁଡାଙ୍କ ମଧ୍ୟରୁ ଜଣଙ୍କୁ ମୌକା ଦିଆଯିବାର ଚାନ୍ସ ଅଛି। ସ୍ପିନ ବୋଲିଙ୍ଗ ରେ ୟୁଜବେନ୍ଦ୍ର ଚହଲ ଓ ବିସ୍ନୋଇ ଖେଳି ପାରନ୍ତି। IPL ଅକ୍ସନରେ ଦୀପକ ଚାହାରଙ୍କୁ ପୁଣି ତାଙ୍କର ପୂର୍ବ ଦଳ CSK ନିଜ ଦଳରେ ସାମିଲ କରିଥିଲା।
ଦ୍ୱିତୀୟ ଟି-୨୦ ଇଣ୍ଟରନେସନାଲ ପାଇଁ ଭାରତୀୟ ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଇସାନ କିସନ,ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ରିଷଭ ପନ୍ତ (ଉପଅଧିନାୟକ),ଭେଙ୍କଟେସ ଅୟର,ଦୀପକ ଚାହାର, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ରବି ବିସ୍ନୋଇ ଓ ୟୁଜବେନ୍ଦ୍ର ଚହଲ।
On 🇮🇳 debut and debut on Chahal TV 🙂
A special feature coming up on https://t.co/Z3MPyeL1t7 🎥
Stay tuned ⏳#TeamIndia | #INDvWI | @Paytm | @yuzi_chahal | @bishnoi0056 pic.twitter.com/jtS1jzx2Aj
— BCCI (@BCCI) February 16, 2022
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଟି-୨୦ ଟିମ:
ରୋହିତ ଶର୍ମା(ଅଧିନାୟକ),ଇସାନ କିସନ, ବିରାଟ କୋହଲି, ଶ୍ରେୟସ ଅୟର,ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ଚାହାର, ସାରଦୁଲ ଠାକୁର, ରବି ବିସ୍ନୋଇ, ୟୁଜବେନ୍ଦ୍ର ଚହଲ, ଭେଙ୍କଟେସ ଅୟର,ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଋତୁରାଜ ଗାୟକବାଡ଼, ଆବେଶ ଖାନ, ଦୀପକ ହୁଡା, କୁଲଦୀପ ଯାଦବ।
ଭାରତ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଟିମ: କାୟରନ ପୋଲାଡ଼(ଅଧିନାୟକ), ନିକୋଲସ ପୁରନ,ଫେବିୟନ ଏଲନ,ଡାରେନ ବ୍ରାଭୋ,ରୋଷ୍ଟେନ ଚେଜ,ସେଲ୍ଡନ କଟ୍ରେଲ,ଡୋମିନିକ ଡ୍ରିକ୍ସ,ଯେସେନ ହୋଲ୍ଡର, ସାଇ ହୋପ,ଅକିଲ ହୁସେନ,ବ୍ରେଡ଼ନ କିଙ୍ଗ,ରୋବମେନ ପାବେଲ,ରୋମାରିୟୋ ସେଫର୍ଡ,କାଇଲ ମାୟର୍ସ,ଓଡିୟନ ସ୍ମିଥ, ଓ ହେଡ଼ନ ବାଲ୍ସ ଜୁନିୟର।
Debutant @bishnoi0056 is adjudged Man of the Match for his bowling figures of 2/17.@Paytm #INDvWI pic.twitter.com/Dccu6EQSII
— BCCI (@BCCI) February 16, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।