IND vs WI: ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ସହ ସିରିଜ ପାଇଁ କାର୍ଯ୍ୟକ୍ରମ ଘୋଷଣା, ଆମେରିକାରେ ହେବ ମ୍ୟାଚ!

ବ୍ୟୁରୋ ରିପୋର୍ଟ: କ୍ରିକେଟ ୱେଷ୍ଟଇଣ୍ଡିଜ ଭାରତ ସହ ସିରିଜର ପୁରା ସିଡ୍ୟୁଲ ଘୋଷଣା କରିଛି। ଟିମ ଇଣ୍ଡିଆକୁ ଜୁଲାଇ-ଅଗଷ୍ଟ ୨୦୨୨ ରେ ୱେଷ୍ଟଇଣ୍ଡିଜ ଗ୍ରସ୍ତ କରିବାର ଅଛି। ଏହି ସମୟରେ ଦୁଇ ଟିମ ମଧ୍ୟରେ ତିନୋଟି ଏକଦିବସିୟ ଓ ୫ ଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି। ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ଖେଳାଯିବାର ଅଛି। ତେଣୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମକୁ ଏହି ସିରିଜ ଦ୍ଵାରା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେବାକୁ ସମୟ ମିଳିବ। ଭାରତୀୟ ଖେଳାଳି ୨୯ ମଇକୁ ଆଇପିଏଲରୁ ଫ୍ରି ହୋଇଛନ୍ତି। ଭାରତକୁ ୯ ଜୁନରୁ ଦକ୍ଷିଣ ଆଫ୍ରିକା ସହ ୫ ଟି ମ୍ୟାଚରେ ଟି-୨୦ସିରିଜ ଖେଳିବାର ଅଛି। ଏହି ସିରିଜ ପାଇଁ ବିରାଟ କୋହଲି ଓ ରୋହିତ ଶର୍ମା ଭଳି ମହାନ ଖେଳାଳିଙ୍କୁ ଆରାମ ଦିଆଯାଇଛି। ଏହା ପରେ ଟିମ ଇଂଲଣ୍ଡ ଗ୍ରସ୍ତରେ ଯିବ।

ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗ୍ରସ୍ତର ଆରମ୍ଭ ଏକଦିବସିୟ ସିରିଜ ସହ କରିବାର ଅଛି। ପ୍ରଥମ ମ୍ୟାଚ ୨୨ ଜୁଲାଇକୁ ତ୍ରିନିଦାଦାରେ ହେବାର ଅଛି। ଶେଷ ମ୍ୟାଚ ୭ ଅଗଷ୍ଟକୁ ଫ୍ଲୋରିଡାରେ ହେବାର ଅଛି। ଟି-୨୦ ସିରିଜର ଅନ୍ତିମ ଦୁଇଟି ଟି-୨୦ ମ୍ୟାଚ ଆମେରିକାର ଫ୍ଲୋରିଡାରେ ହେବାର ଅଛି। ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜନ ଆମେରିକା ଓ ୱେଷ୍ଟଇଣ୍ଡିଜ ମିଶିକି କରିବାର ଅଛି। ଏହାକୁ ଦେଖି ସିରିଜ ସେଠାରେ ଖେଳାଯାଉଛି। ଏହା ପୂର୍ବରୁ ମଧ୍ୟ ଦୁଇ ଦେଶ ଆମେରିକାରେ ସାମ୍ନା ସାମ୍ନି ହୋଇସାରିଛନ୍ତି।

ଟି-୨୦ ରେ ଭାରତର ରେକର୍ଡ଼ ଭଲ:

ଟିମ ଇଣ୍ଡିଆର ରେକର୍ଡ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ରେ ଭଲ ଅଟେ। ଦୁଇ ଦେଶ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨୦ ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତୀୟ ଟିମ ପାଖାପାଖି ୧୩ ଟି ମ୍ୟାଚ ଜିତିବାରେ ସଫଳ ହୋଇଛି ମାନେ ପାଖାପାଖି ୭୫% ମ୍ୟାଚ ଜିତିଛି। ୱେଷ୍ଟଇଣ୍ଡିଜ ୬ ଟି ମ୍ୟାଚ ଜିତିଛି ଓ ଗୋଟେ ମ୍ୟାଚର ରେଜଲ୍ଟ ଆସିନାହିଁ। ଏକଦିବସିୟ କଥା କହିବାତ ଏଥିରେ ମଧ୍ୟ ଭାରତୀୟ ଟିମର ପକ୍ଷ ଭାରି ଅଟେ। ଏବେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୧୩୬ ଏକଦିବସିୟ ମ୍ୟାଚ ଖେଳାଯାଇଛି ଯେଉଁଥିରୁ ଭାରତ ୬୭ ଟି ମ୍ୟାଚ ଜିତିଛି। ସେହି ପରି ୱେଷ୍ଟଇଣ୍ଡିଜକୁ ୬୩ ଏକଦିବସିୟରେ ବିଜୟ ମିଳିଛି ଓ ଦୁଇଟି ମ୍ୟାଚ ଟାଇ ରହିଛି ,୪ ଟି ମ୍ୟାଚରେ ରେଜଲ୍ଟ ଆସିପାରିନାହିଁ।

Google

ଭାରତ ଗ୍ରସ୍ତର କାର୍ଯ୍ୟକ୍ରମ:

ପ୍ରଥମ ଏକଦିବସିୟ-୨୨ ଜୁଲାଇ-ତ୍ରିନିବାଦ
ଦ୍ୱିତୀୟ ଏକଦିବସିୟ-୨୪ ଜୁଲାଇ-ତ୍ରିନିବାଦ
ତୃତୀୟ ଏକଦିବସିୟ-୨୭ ଜୁଲାଇ-ତ୍ରିନିବାଦ

ପ୍ରଥମ ଟି-୨୦-୨୯ ଜୁଲାଇ-ତ୍ରିନିବାଦ
ଦ୍ୱିତୀୟ ଟି-୨୦-୧ ଅଗଷ୍ଟ-ସେଂଟ କିଟସ
ତୃତୀୟ ଟି-୨୦-୨ ଅଗଷ୍ଟ-ସେଂଟ କୀଟସ
ଚତ୍ରୁର୍ଥ ଟି-୨୦-୬ ଅଗଷ୍ଟ- ଫ୍ଲୋରିଡା
ପଞ୍ଚମ ଟି-୨୦-୭ ଅଗଷ୍ଟ-ଫ୍ଲୋରିଡା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *