ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ WI ବିପକ୍ଷ ଏକଦିବସିୟ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା।ଅଧିନାୟକ ରୋହିତ ଶର୍ମା ସୁନ୍ଦର ୬୦ ରନ କରିଥିଲେ। ସେହିପରି ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୪ ଟି ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାରିଙ୍ଗ କରି ୧୭୬ ରନ କରିଥିଲେ।ଜବାବରେ ଭାରତ ଲକ୍ଷ୍ୟକୁ ୨୮ ଓଭରରେ ଲକ୍ଷ୍ୟକୁ ୪ ୱିକେଟ ହରାଇ ହାସଲ କରିନେଇଥିଲା। ଏହା ଭାରତର ୧୦୦୦ ତମ ଏକଦିବସିୟ ମ୍ୟାଚ ଥିଲା। ମାନେ ଟିମର ଏହା ଏକ ପ୍ରମୁଖ ମ୍ୟାଚ ଜିତିଯାଇଛି। ଏକଦିବସିୟର ନୂତନ ଅଧିନାୟକ ହେବା ପରେ ଏହା ରୋହିତଙ୍କର ପ୍ରଥମ ମ୍ୟାଚ ଥିଲା। ସେ ମଧ୍ୟ ଅର୍ଦ୍ଧଶତକରୁ ଆରମ୍ଭ କରିଛନ୍ତି।

ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମକୁ ଓପନର ରୋହିତ ଶର୍ମା ଓ ଇସାନ କିସନ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୩.୧ ଓଭରରେ ୮୪ ରନ କରିଥିଲେ। ରୋହିତ ୫୧ ବଲରେ ୬୦ ରନ କରି ଆଉଟ ହୋଇଥିଲେ। ସେ ୧୦ ଟି ଚୌକା ଓ ଗୋଟେ ଛକା ମାରିଥିଲେ। ଏହା ପରେ ତୃତୀୟ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ବିରାଟ କୋହଲି ପ୍ରଥମ ଦୁଇଟି ବଲରେ ଦୁଇଟି ଚୌକା ମାରିଥିଲେ କିନ୍ତୁ ସେ ପାରିକୁ ଆଗକୁ ବଢ଼ାଇପାରିନଥିଲେ ଓ ୮ ରନ କରି ଅଲଜାରି ଜୋସେଫଙ୍କ ବଲରେ ଆଉଟ ହୋଇଯାଇଥିଲେ।
ଇସାନ କିସନ ପାରିକୁ ସମ୍ଭାଳିଥିଲେ:
ଯୁବ ବ୍ୟାଟ୍ସମ୍ୟାନ ଇସାନ କିସନ ପାରିକୁ ସମ୍ଭାଳିଥିଲେ ଓ ୩୬ ବଲରେ ୨୮ ରନ କରିଥିଲେ। ସେ ନିଜ ପାରିରେ ଦୁଇଟି ଚୌକା ଓ ଗୋଟେ ଛକା ମାରିଥିଲେ। ସେ ବାମହାତୀ ସ୍ପିନର ଅକିଲ ହୁସେନଙ୍କ ବଲରେ ଆଉଟ ହୋଇଥିଲେ। ଏହା ପରେ ରିଷଭ ପନ୍ତ ଦୃଭାଗ୍ୟପୁର୍ଣ ଭାବରେ ଆଉଟ ହୋଇଥିଲେ। ସେ ୯ ବଲରେ ୧୧ ରନ କରିଥିଲେ। ଭାରତର ସ୍କୋର ୪ ୱିକେଟରେ ୧୧୬ ରନ ହୋଇଯାଇଥିଲା। ତେଣୁ ମ୍ୟାଚ ରୋମାଞ୍ଚକର ହୋଇଯାଇଥିଲା।
That's that from the 1st ODI. #TeamIndia win their 1000th ODI by 6 wickets 👏👏
Scorecard – https://t.co/6iW0JTcEMv #INDvWI pic.twitter.com/vvFz0ftGB9
— BCCI (@BCCI) February 6, 2022
ହୁଡା ଓ ସୂର୍ଯ୍ୟକୁମାର ଯାଦବ ଭାରତକୁ ଜିତାଇଲେ:
୪ ୱିକେଟ ଗଳିବା ପରେ ଏକଦିବସିୟରେ ଡେବ୍ୟୁ କରିଥିବା ଦୀପକ ହୁଡା ଓ ସୂର୍ଯ୍ୟ କୁମାର ଯାଦବ ଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମର ବିଜୟ ପକା କରିଥିଲେ। ହୁଡା ୩୨ ବଲରେ ୨୬ ରନ କରି ନଟଆଉଟ ରହିଥିଲେ। ସେ ନିଜ ପାରିରେ ଦୁଇଟି ଚୌକା ମାରିଥିଲେ। ସେହିପରି ସୂର୍ଯ୍ୟ କୁମାର ଯାଦବ ୩୬ ବଲରେ ୩୪ ରନ କରିଥିଲେ, ସେ ନିଜ ପାରିରେ ୫ ଟି ଚୌକା ମାରିଥିଲେ। ୱେଷ୍ଟଇଣ୍ଡିଜ ପାଇଁ ପ୍ରେସର ବୋଲର ଅଲଜାରେ ଜୋସେଫ ୨ ୱିକେଟ ନେଇଥିଲେ। ସିରିଜର ଦ୍ୱିତୀୟ ମ୍ୟାଚ ୯ ଫେବୃଆରୀକୁ ଖେଳାଯିବ।
ଏହା ପୂର୍ବରୁ ଭାରତ ତରଫରୁ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୯.୫ ଓଭରରେ ୪୯ ରନ ଦେଇ ୪ ଟି ୱିକେଟ ନେଇଥିଲେ। ଅଫ ସ୍ପିନର ୱାସିଙ୍ଗଟନ ସୁନ୍ଦର ୯ ଓଭରରେ ୩୦ ରନ ଦେଇ ୩ ଟି ୱିକେଟ ନେଇଥିଲେ। ଏହି କାରଣରୁ ୱେଷ୍ଟଇଣ୍ଡିଜ ଟିମ ବଡ଼ ସ୍କୋର କରିପାରିନଥିଲା। ଟିମ ୭୯ ରନରେ ୭ ଟି ୱିକେଟ ହରାଇଦେଇଥିଲା। ଏଲେଜ ୪୩ ବଲରେ ୨୯ ରନ ଓ ଯେସେନ ହୋଲ୍ଡର ୭୧ ବଲରେ ୫୭ ରନ କରି ଟିମର ସ୍କୋର ୧୭୦ ପାର କରିଥିଲେ। ଟିମ ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ ହୋଇଯାଇଥିଲା। ଅଧିନାୟକ କାୟରନ ପୋଲାଡ଼ ବିନା ରନ କରି ଆଉଟ ହୋଇଯାଇଥିଲେ। ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦୁଇଟି ୱିକେଟ ମିଳିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।