ବ୍ୟୁରୋ ରିପୋର୍ଟ: ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ହୁଡ୍ଡାଙ୍କ ଶତକ ଦ୍ଵାରା ଭାରତ ଏହି ମ୍ୟାଚକୁ ୪ ରନରେ ଜିତି ସିରିଜକୁ ୨-୦ରେ କ୍ଲିନ ସୁଇପ କରିଛି। ଭାରତ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଓ ହୁଡ୍ଡାଙ୍କ ଶତକ ଏବଂ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ଦ୍ଵାରା ୨୨୫ ରନ କରିଥିଲା। ଆୟରଲ୍ୟାଣ୍ଡ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚରେ ଥିଲା କିନ୍ତୁ ୪ ରନରେ ମ୍ୟାଚ ହାରିଯାଇଥିଲା।

ଆୟରଲ୍ୟାଣ୍ଡ ପାଇଁ ଅଧିନାୟକ ଏଣ୍ଡି ବାଲବର୍ନି ୩୭ ବଲରେ ୬୦,ପୋଲ ଷ୍ଟଲିଙ୍ଗ ୧୮ ବଲରେ ୪୦,ହେରି ଟେକ୍ଟର ୨୮ ବଲରେ ୩୯ ଓ ଜୋର୍ଜ ଡାକରେଲ ୧୬ ବଲରେ ୩୪ ରନର ନଟଆଉଟ ପାରି ଖେଳିଥିଲେ। ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶେଷ ଓଭର ବୋଲର ଉମରାନ ମଲ୍ଲିକଙ୍କୁ ଦେଇଥିଲେ ଯେବେ ୧୭ ରନର ଆବଶ୍ୟକତା ଥିଲା ଆୟରଲ୍ୟାଣ୍ଡକୁ ଜିତିବା ପାଇଁ।କିନ୍ତୁ ଉମରାନ ଅଧିନାୟକଙ୍କ ଭରସା ରଖିଥିଲେ। ଏହା ପୂର୍ବରୁ ଦୀପକ ହୁଡା ଟି-୨୦ ଇଣ୍ଟରନେସନାଲରେ ଶତକ ଲଗାଇବା ୱାଲା ଚତ୍ରୁର୍ଥ ଭାରତୀୟ ହୋଇଯାଇଛନ୍ତି। ସେ ୫୭ ବଲରେ ୧୦୪ ରନ କରିଥିଲେ ଯେଉଁଥିରେ ୯ ଟି ଚୌକା ଓ ୬ ଟି ଛକା ସାମିଲ ଥିଲା।
ସଞ୍ଜୁ ସାମସନ ତାଙ୍କର ସାଥ ଦେଇ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ସେ ୪୨ ବଲରେ ୯ ଟି ଚୌକା ଓ ୪ ଟି ଛକା ଦ୍ଵାରା ୭୭ ରନ କରିଥିଲେ। ଭାରତର ଆରମ୍ଭ ଭଲ ରହି ନଥିଲା। କାରଣ ଇସାନ କିସାନ ୩ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ହୁଡ୍ଡା ଓ ସାମସନ ୮୫ ବଲରେ ୧୭୬ ରନର ପାର୍ଟନରସିପ କରିଥିଲେ।

ଆୟରଲ୍ୟାଣ୍ଡର ବୋଲରଙ୍କ ଉପରେ ଦୁହେଁ ପ୍ରେସର ପକାଇ ଇଚ୍ଛା ଅନୁସାରେ ସର୍ଟସ ଖେଳିଲେ। ସାମସନଙ୍କୁ ୯ମ ଓଭରରେ ଚାନ୍ସ ମିଳିଲା ଯେବେ ଲେଗ ସ୍ପିନର ଜେରେଥ ଡେଲାନି ତାଙ୍କ କଷ୍ଟ ରିଟନ କ୍ୟାଚ ଛାଡିଦେଇଥିଲେ। ଏହା ପୂର୍ବରୁ ୮ମ ଓଭରରେ ପୋଲ ଷ୍ଟଲି ଗ ହୁଡାଙ୍କ କ୍ୟାଚ ଛାଡିଥିଲେ। ସାମସନ ୧୭ ଓଭରରେ ଅଡାୟରଙ୍କ ବଲରେ ଆଉଟ ହୋଇଥିଲେ।
ହୁଡା ୫୫ ବଲରେ ଏହି ଶତକ ପୁରା କରିଥିଲେ।ତାଙ୍କ ପୁର୍ବ ରୋହିତ ଶର୍ମା, କେ ଏଲ ରାହୁଲ ଓ ସୁରେଶ ରାଇନା ହିଁ ଭାରତ ପାଇଁ ଟି-୨୦ ଇଣ୍ଟରନେସନାଲରେ ଶତକ ଲଗାଇଛନ୍ତି। ଭାରତ ଶେଷ ଦୁଇ ଓଭରରେ ୧୪ ରନରେ ଦୁଇଟି ୱିକେଟ ହରାଇଲା। ସୂର୍ଯ୍ୟ କୁମାର ଯାଦବ ୧୫ ରନ କରି ଆଉଟ ହୋଇଥିଲେ ଓ ହାର୍ଦିକ ପାଣ୍ଡ୍ୟା ୧୩ ରନ କରି ନଟ ଆଉଟ ରହିଥିଲେ।

ଆୟରଲ୍ୟାଣ୍ଡର ଆରମ୍ଭ ଭଲ ରହିଥିଲା। ଷ୍ଟଲିଙ୍ଗ ଓ ବାଲବର୍ନି ପ୍ରଥମ ୱିକେଟ ପାଇଁ ୩୪ ବଲରେ ୭୨ ରନର ପାର୍ଟନରସିପ କରିଥିଲେ। ରବି ବିସ୍ନୋଇ ଏହି ପାର୍ଟନରସିପକୁ ଭାଙ୍ଗି ଷ୍ଟଲିଙ୍ଗଙ୍କ ୱିକେଟ ନେଇଥିଲେ। ବାଲବର୍ନି ତାଙ୍କ ଆଗାମି ଓଭରରେ ଷ୍ଟମ୍ପିଙ୍ଗ ହୋଇଥିଲେ କିନ୍ତୁ ନୋ ବଲ ହୋଇଥିଲା।
ବାଲବର୍ନି ନିଜ ଷଷ୍ଠ ଅର୍ଦ୍ଧଶତକ ୩୪ ବଲରେ ପୁରା କରିଥିଲେ। ତାଙ୍କ ୱିକେଟ ହର୍ଷଲ ପଟେଲ ନେଇଥିଲେ। ଏହା ପରେ ଟିମକୁ ଶେଷ ବଲରେ ଜିତିବା ପାଇଁ ୬ ରନର ଆବଶ୍ୟକତା ଥିଲା କିନ୍ତୁ ଟିମ ୧ ରନ କରିପାରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।