IND vs WI: ୫୯ ରନରେ ୱେଷ୍ଟ ଇଣ୍ଡିଜକୁ ହରାଇ ସିରିଜ କବ୍ଜା କଲା ଟିମ ଇଣ୍ଡିଆ! ଦୁଇ ଯୁବ ବୋଲର କଲେ କମାଲ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଶନିବାରକୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଚତ୍ରୁର୍ଥ ଟି-୨୦ ୫୯ ରନରେ ଜିତିଯାଇଛି। ଏହିପରି ଭାରତୀୟ ଟିମ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୧ରେ କବ୍ଜା କରିଛି। ଫ୍ଲୋରିଡ଼ାରର ହୋଇଥିବା ଚତ୍ରୁର୍ଥ ମ୍ୟାଚରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା। ଲକ୍ଷର ପିଛା କରିବାକୁ ଯାଇ ୱେଷ୍ଟଇଣ୍ଡିଜ ଟିମ ଖାସ ପ୍ରଦର୍ଶନ କରିପାରିନଥିଲା ଓ ୧୯.୧ ଓଭରରେ ୧୩୨ ରନରେ ଅଲଆଉଟ ହୋଇଥିଲା। ସିରିଜର ଶେଷ ମ୍ୟାଚ ୭ ଅଗଷ୍ଟକୁ ଖେଳାଯିବାର ଅଛି।

ରିଷଭ ପନ୍ତ ଭାରତ ପାଇଁ ସବୁଠୁ ଅଧିକ ୪୪ ରନ କରିଥିଲେ। ସେ ୩୧ ବଲରର ୬ ଟି ଚୌକା ଲଗାଇଥିଲେ। ଅଧିନାୟକ ରୋହିତ ୧୬ ବଲରେ ୨ ଟି ଚୌକା ଓ ୩ ଟି ଛକା ଦ୍ଵାରା ୩୩ ରନ କରିଥିଲେ। ସେହିପରି ସଞ୍ଜୁ ସାମସନ ୨୩ ବଲରର ୨ ଟି ଚୌକା ଓ ଗୋଟେ ଛକା ଦ୍ଵାରା ୩୦ ରନ କରିଥିଲେ।

ଏହା ପରେ ଭାରତର ଯୁବ ବୋଲର ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଦେଇଥିଲେ। ଆଭେଶ ଖାନ ୪ ଓଭରରେ ୧୭ ରନ ଦେଇ ୨ଟି ୱିକେଟ ନେଇଥିଲେ। ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ। ଅର୍ସଦୀପ ସିଂ ମଧ୍ୟ ସୁନ୍ଦର ବୋଲିଙ୍ଗ କରି ୩ ଟି ୱିକେଟ ନେଇଥିଲେ। ଅକ୍ସର ପଟେଲ ଅଲରାଉଣ୍ଡର ଖେଳ ଦେଖାଇଥିଲେ। ସେ ପ୍ରଥମ ୮ ବଲରେ ୨୦ ରନ କରିଥିଲେ ପରେ ଦୁଇଟି ୱିକେଟ ମଧ୍ୟ ନେଇଥିଲେ। ରବି ବିସ୍ନୋଇ ମଧ୍ୟ ଦୁଇଟି ୱିକେଟ ନେଇଥିଲେ।

Google

ଲକ୍ଷ୍ୟର ପିଛା କରିବାକୁ ଯାଇ ୱେଷ୍ଟଇଣ୍ଡିର ଆରମ୍ଭ ଏତେ ଖାସ୍ ରହିନଥିଲା । ବ୍ରେଣ୍ଡନ କିଙ୍ଗ(୧୩) ଓ ଡେବୋନ ଥାମସ (୧) ଜଲ୍ଦି ଆଉଟ ହୋଇଥିଲେ।ଏହା ପରେ ଅଧିନାୟକ ନିକୋଲସ ପୁରନ ଓ ରୋଭମାନ ପାୱେଲ ଜଲ୍ଦି ରନ କରିଥିଲେ ହେଲେ ବଡ଼ ପାରି ଖେଳିପାରିନଥିଲେ। ପୁରନ ୨୪ ରନ କରି ରନ ଆଉଟ ହୋଇଥିଲେ ଓ ସେହିପରି ପାୱେଲ ମଧ୍ୟ ୨୪ ରନରେ ନିଜ ୱିକେଟ ହରାଇ ଥିଲେ।

ଏହା ପରେ କାଇଲ ମାୟର୍ସ ମଧ୍ୟ ୧୪ ରନରେ ଆଉଟ ହୋଇଯାଇଥିଲେ। ଏହା ପରେ ଯେସନ ହୋଲ୍ଡର (୧୩) ଓ ସିମରାନ ହେଟମାୟର (୧୯) କିଛି ଆଶା ଦେଖାଇଥିଲେ ହେଲେ ସେ ମଧ୍ୟ ବଡ଼ ପାରି ଖେଳିପାରିନଥିଲେ। ଏପରି ୱେଷ୍ଟଇଣ୍ଡିଜର ପୁରା ଟିମ ୧୯.୧ ଓଭରରେ ୧୩୨ ରନରେ ଅଲଆଉଟ ହୋଇଥିଲା ଓ ଏହି ମ୍ୟାଚକୁ ଟିମ ଇଣ୍ଡିଆ ୫୯ ରନରେ ଜିତିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *