ଏହି ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ପାକିସ୍ତାନକୁ ମହାମୁକାବିଲାରେ ହରାଇଲା ଭାରତ, ପାଣ୍ଡ୍ୟାଙ୍କ ସହ ଏହି ଏହି ଖେଳାଳି ସାମିଲ

ବ୍ୟୁରୋ ରିପୋର୍ଟ: ଭାରତ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟ ପରେ ଏସିଆ କପ ପାକିସ୍ତାନ ବିରୁଦ୍ଧରେ ଜିତି ନେଇଛି। ଏସିଆ କପରେ ନିଜର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇଛି। ଏହା ସହିତ ପୂର୍ଵ ୮ ବର୍ଷରେ ଏସିଆକପରେ ଭାରତ ପାକିସ୍ତାନ ବିରୁଦ୍ଧରେ ବିଜୟ ଜାରି ରଖିଛି। ଭାରତ ଶେଷଥର ୨୦୧୪ରେ ପାକିସ୍ତାନ ଠୁ ଏସିଆ କପରେ ହାରିଥିଲା। ଏହା ପରଠୁ ଇଣ୍ଡିଆ ଗୋଟେ ମଧ୍ୟ ମ୍ୟାଚ ହାରିନାହିଁ।

Google

 

ଭାରତର ବିଜୟର ଭୁବନେଶ୍ୱର କୁମାର ୪ ଟି ୱିକେଟ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାରଙ୍କ ସାଥ ଦେଇଥିଲେ ହାର୍ଦିକ ପାଣ୍ଡ୍ୟା ଯିଏକି ପ୍ରଥମେ ବୋଲିଙ୍ଗରେ ଓ ପରେ ବ୍ୟାଟିଙ୍ଗରେ ସୁନ୍ଦର ପ୍ରଦର୍ଶନ କରି ଭାରତକୁ ବିଜୟ ଦେଇଥିଲେ। ଆସନ୍ତୁ ଜାଣିବା ଭାରତର ବିଜୟର ୫ ଜଣ ହିରୋଙ୍କ ବିଷୟରେ।

ଭୁବନେଶ୍ୱର କୁମାର ନୂଆ ବଲରେ କଲେ ଦମଦାର ବୋଲିଂ:

ଭୁବନେଶ୍ୱର କୁମାର ପାକିସ୍ତାନ ବିରୁଦ୍ଧରେ ଅତି ସୁନ୍ଦର ବୋଲିଙ୍ଗ କରିଥିଲେ। ସେ ନୂଆ ବଲ ଓ ପୁରୁଣା ବଲରେ କମାଲ ବୋଲିଙ୍ଗ କରି ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କୁ ସେଟ ହେବାକୁ ଦେଇନଥିଲେ। ସେ ପ୍ରଥମେ ଟି-୨୦ର ନମ୍ବର ୧ ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ଆଉଟ କରିଥିଲେ।ଏହା ପରେ ସେ ଶେଷ ଓଭରରେ ଆସିଫ ଅଲ୍ଲୀ,ସାଦାବ ଖାନ ଓ ନସିମ ସାହାଙ୍କୁ ଆଉଟ କରିଥିଲେ।

Google

ହାର୍ଦିକ ପାଣ୍ଡ୍ୟା କଲେ କମାଲ ବୋଲିଙ୍ଗ:

ଭୁବନେଶ୍ୱର କୁମାରଙ୍କ ପରି ହାର୍ଦିକ ପାଣ୍ଡ୍ୟା ମଧ୍ୟ କମାଲର ବୋଲିଙ୍ଗ କରିଥିଲେ। ସେ ପାକିସ୍ତାନ ବିରୁଦ୍ଧରେ ମ୍ୟାଚରେ ୩ଟି ୱିକେଟ ନେଇଥିଲେ। ସେ ଶେଷ ଓଭରରେ ଦୁଇଟି ୱିକେଟ ନେଇଥିଲେ। ସେ ପ୍ରଥମେ ରିଜୱାନଙ୍କୁ ଆଉଟ କରିଥିଲେ, ଏହା ପରେ ଖୁଦାଦିଲ ସାହା ଓ ଇପତିକର ଅହମ୍ମଦଙ୍କୁ ଆଉଟ କରିଥିଲେ।

ଅର୍ସଦୀପ ଓ ଆଭେଶ ମଧ୍ୟ ବୋଲିଙ୍ଗରେ ଦେଇଥିଲେ ଯୋଗଦାନ:

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚରେ ପ୍ରତ୍ୟେକ ଖେଳାଳିଙ୍କ ଉପରେ ପ୍ରେସର ରହିଥାଏ। ଯୁବ ଖେଳାଳି ଏହି ପ୍ରେସର ସମୟରେ ଲକ୍ଷରୁ ଜଲ୍ଦି ହଟିଯାଇଥାନ୍ତି। କିନ୍ତୁ ପାକିସ୍ତାନ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳୁଥିବା ଅର୍ସଦୀପ ସିଂ ଓ ଆଭେଶ ଖାନ ପ୍ରେସରର ସାମ୍ନା କରି ସୁନ୍ଦର ପ୍ରଦର୍ଶନ କରିଥିଲେ। ଦୁହେଁ ମୋଟ ୫.୫ ଓଭର ଵୋଲିଙ୍ଗ କରି ୫୨ ରନ ଦେଇ ୩ଟି ୱିକେଟ ନେଇଥିଲେ।ଏଥିରେ ଅର୍ସଦୀପ ୨ ଟି ଆଭେଶ ଗୋଟେ ୱିକେଟ ନେଇଥିଲେ।

ବିରାଟ କୋହଲିଙ୍କ ପାରି:

କୋହଲି ଗୋଟେ ମାସ ପରେ କ୍ରିକେଟକୁ ଏସିଆ କପରେ ଫେରି ପାକିସ୍ତାନ ବିରୁଦ୍ଧରେ ୩୪ ବଲରେ ୩୫ ରନ କରିଥିଲେ। ଏହା ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ ନଥିଲା କିନ୍ତୁ ଭାରତର ବିଜୟ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ କାମ ଦେଇଥିଲା। କାରଣ ରାହୁଲ ଶୂନ୍ୟ ରନରେ ଆଉଟ ହେବା ପରେ ବିରାଟଙ୍କୁ ପ୍ରଥମ ହିଁ ଓଭରରେ ବ୍ୟାଟିଙ୍ଗ ପାଇଁ ଓହ୍ଲାଇବାକୁ ପଡିଥିଲା, ପ୍ରେସରରେ ସେ ଆସି ଦଳକୁ ସମ୍ଭାଳିଥିଲେ।

ଜାଡେଜା ଓ ହାର୍ଦିକ ମଧ୍ୟ ଚମକିଲେ:

ପାକିସ୍ତାନ ବିରୁଦ୍ଧରେ ଏହି ମ୍ୟାଚରେ ଜାଡେଜା ଓ ହାର୍ଦିକ ବ୍ୟାଟିଙ୍ଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଜାଡେଜା ସୂର୍ଯ୍ୟ କୁମାର ଯାଦବଙ୍କ ଆଗରୁ ୪ ନମ୍ବରରେ ବ୍ୟାଟିଙ୍ଗ ପାଇଁ ଆସିଥିଲେ ଓ ସୁନ୍ଦର ପାରି ଖେଳିଥିଲେ। ସେ ବିରାଟ ଆଉଟ ହେବା ପରେ ବ୍ୟାଟିଙ୍ଗ କରିବାକୁ ଆସି ଛକା ସହ ଆରମ୍ଭ କରିଥିଲେ ଏହା ପରେ ସୂର୍ଯ୍ୟ କୁମାରଙ୍କ ସହ ମିଶି ପାରିକୁ ସମ୍ଭାଳି ଥିଲେ। ସେ ୨୯ ବଲରେ ୩୫ ରନ କରିଥିଲେ। ସେହିପରି ପାଣ୍ଡ୍ୟା ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରି ୧୭ ଭଲରେ ୩୩ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ ଓ ଛକା ଲଗାଇ ଭାରତକୁ ମ୍ୟାଚ ଜିତାଇଥିଲେ। ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *