IND VS NZ: ପ୍ରଥମ T-20 ମ୍ୟାଚରେ ଶେଷ ଓଭରରେ ଜିତିଲା ଟିମ ଇଣ୍ଡିଆ, ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ ବ୍ୟାଟିଂ, ବଦଲା ନେଲା ଟିମ୍ ଇଣ୍ଡିଆ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଜୟପୁରରେ ଖେଳାଯାଉଥିଲା ଯେଉଁଠି ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଦେଇଛି। ଆଗ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ ବନାଇଥିଲା। ଜବାବରେ ଭାରତ ଏହି ମ୍ୟାଚକୁ ୧୯.୪ ଓଭରରେ ଜିତି ନେଇଥିଲା।

 

ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲିୟମସନ ଖେଳୁନଥିଲେ ଏବଂ କ୍ୟାପଟେନସି କରୁଥିଲେ ଟିମ ସାଉଦି। ପ୍ରଥମ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ମାର୍ଟିନ ଗପଟିଲ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୪୨ ବଲରେ ୭୦ ବନାଇଥିଲେ। ଯେଉଁଥିରେ ୪ଟି ଛକା ଏବଂ ୩ଟି ଚୌକା ସାମିଲ ଥିଲା। ଓପନିଙ୍ଗ ଆସିଥିଲେ ମିଚେଲ ଗୋଟିଏ ବଲର ସାମ୍ନା କରି ଆଉଟ ହୋଇଯାଇଥିଲେ।

ପାରିକୁ ଚାପମାନ ଏବଂ ଗପଟିଲ ସମ୍ଭାଳିଥିଲେ। ଗପିଟିଲ ୭୦ କରି ଆଉଟ ହୋଇଯାଇଥିବା ବେଳେ ଚାପମାନ ୫୦ ବଲରେ ୬୩ କରିଥିଲେ। ସେ ୬ ଟି ଚୌକା ଏବଂ ୨ଟି ଛକା ଲଗାଇଥିଲେ। ତାଙ୍କ ଛଡା ସଇଫର୍ଟ ୧୧ କରିଥିବା ବେଳେ ରଚିନ ରବୀନ୍ଦ୍ର ୭ କରିଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ମହମ୍ମଦ ସିରାଜ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ସିରାଜ ଏବଂ ଦୀପକ ଚାହାରଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ଏହି ଟାର୍ଗେଟକୁ ଲକ୍ଷ୍ୟ କରି ସୁନ୍ଦର ଆରମ୍ଭ କରିଥିଲା। କ୍ୟାପଟେନ ରୋହିତ ଶର୍ମା ୩୬ ବଲରେ ୪୮ କରିଥିଲେ। ସେ ୨ଟି ଛକା ଏବଂ ୫ଟି ଚୌକା ଲଗାଇଥିଲେ। କେ ଏଲ ରାହୁଲ ୧୫ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୪୦ ବଲରେ ୬୨ ରନ ବନାଇ ଦଳକୁ ଭଲ ସ୍ଥିତିରେ ପଂହଁଚିଯାଇଦେଇଥିଲେ। ସେ ୩ଟି ଛକା ଏବଂ ୬ଟି ଚୌକା ଲଗାଇଥିଲେ। ତାଙ୍କ ଛଡା ପନ୍ତ ୧୭ ବନାଇଥିଲେ ଏବଂ ଶ୍ରେୟାସ ଆୟର ୫ କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲଟ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ସେଣ୍ଟନର , ସାଉଦି ଏବଂ ମିଚେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *