ବ୍ୟୁରୋ ରିପୋର୍ଟ: ଭାରତ ବୁଧବାରକୁ ସିରିଜର ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇ ସିରିଜ ନିଜ ନାମରେ କରିଛି। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ସିରିଜ ନିଜ ନାମରେ କରିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୯ ୱିକେଟ ହରାଇ ୨୩୭ ରନ କରିଥିଲା। ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ୱେଷ୍ଟଇଣ୍ଡିଜ ଟିମ ୪୬ ଓଭରରେ ୧୯୩ ରନରେ ଅଲଆଉଟ ହୋଇଯାଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ସୁନ୍ଦର ବୋଲିଙ୍ଗ କରିଥିଲେ,ସେ ୯ ଓଭରରେ ୧୨ ରନ ଦେଇ ୪ ଟି ୱିକେଟ ନେଇଥିଲେ। ସିରିଜର ଶେଷ ମ୍ୟାଚ ୧୧ ଫେବୃଆରୀକୁ ଖେଳାଯିବାର ଅଛି।

ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ୨୩୮ ରନର ଟାର୍ଗେଟକୁ ହାସଲ କରିବା ପାଇଁ ଓହ୍ଲାଇ ଆରମ୍ଭ ଦୁଇଟି ୱିକେଟ ୩୮ ରନରେ ହରାଇଦେଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ଓପନର ବ୍ରେଣ୍ଡନ କିଙ୍ଗ(୧୮) ଓ ବ୍ରାଭୋ(୧)ଙ୍କୁ ଆଉଟ କରିଦେଇଥିଲେ। ସାଇ ହୋପ(୨୭) ଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ କରିଦେଇଥିଲେ। ଏହା ପରେ ନିକୋଲସ ପୁରନ (୯)ଙ୍କୁ କୃଷ୍ଣା ରୋହିତଙ୍କ ହାତରେ କ୍ୟାଚ ଆଉଟ କରିଦେଇଥିଲେ। ଏହା ଦ୍ଵାରା ୱେଷ୍ଟଇଣ୍ଡିଜର ୬୬ ରନରେ ୪ ଟି ୱିକେଟ ଗଳିପଡିଥିଲା। ଏହା ପରେ ଯେସନ ହୋଲ୍ଡର(୨) ମଧ୍ୟ ଖାସ କିଛି ନକରିପାରି ସାରଦୁଲ ଠାକୁରଙ୍କ ହାତରେ ଆଉଟ ହୋଇଗଲେ।
ସାମାର ବୁକ୍ସ (୪୪) ରନ କରି ଅର୍ଦ୍ଧଶତକ ନକରିପାରି ଦୀପକ ହୁଡାଙ୍କ ହାତରେ ଆଉଟ ହୋଇଗଲେ। ଏହା ପରେ ମହମ୍ମଦ ସିରାଜ ଲୟ ପାଇବା ପୂର୍ବରୁ ଫାବିଏଲ ଏଲେନ(୧୩)ଙ୍କୁ ପନ୍ତଙ୍କ ହାତରେ କ୍ୟାଚ କରିଦେଇଥିଲେ। ଏହାର ପର ଓଭରରେ ହିଁ ସାରଦୁଲ ଠାକୁର ଅକିଲ ହୁସେନ(୩୪)ଙ୍କୁ ଆଉଟ କରିଦେଇଥିଲେ।

ଏହା ପରେ ୱାସିଙ୍ଗଟନ ସୁନ୍ଦର ଓଡିୟନ ସ୍କିଥ ଓ ଅଲଜରି ଜୋସେଫଙ୍କ ଯୋଡିକୁ ଭାଙ୍ଗି ଦେଇଥିଲେ ଓ ସେ ସ୍ମିଥଙ୍କୁ (୨୪) ରନରେ ଆଉଟ କରିଦେଇଥିଲେ। ଏହା ପର ଓଭରରେ କ୍ରିଷ୍ଣା କେମାର ରୋଚଙ୍କୁ ଆଉଟ କରି ୱେଷ୍ଟଇଣ୍ଡିଜର ପାରିକୁ ସମାପ୍ତ କରିଦେଇଥିଲେ। ଭାରତ ପାଇଁ କୃଷ୍ଣାଙ୍କ ଛଡା ସାରଦୁଲ ଠାକୁର ୪୨ ରନ ଦେଇ ଦୁଇଟି, ଚାହଲ, ସିରାଜ, ସୁନ୍ଦର ଓ ହୁଡାଙ୍କୁ ୧-୧ ୱିକେଟ ମିଳିଛି।
ଏହା ପୂର୍ବରୁ ୱେଷ୍ଟଇଣ୍ଡିଜର ଅଧିନାୟକ ପୁରନ ଜିତି ବୋଲିଙ୍ଗ ଫଇସଲା ନେଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଟିମ ଭଲ ଆରମ୍ଭ କରିପାରିନଥିଲା। ଆରମ୍ଭ ତିନୋଟି ୱିକେଟ ଜଲ୍ଦି ଗଳିପଡିଥିଲା। ପାରିର ତୃତୀୟ ଓଭରରେ ରୋହିତ (୫) ଙ୍କୁ ରୋଚ ଆଉଟ କରିଦେଇଥିଲେ।ଏହା ପରେ ବିରାଟ ଓ ପନ୍ତ ପାରିକୁ ଆଗକୁ ବଢ଼ାଉଥିଲେ କିନ୍ତୁ ପାରିର ୧୨ତମ ଓଭରରେ ପନ୍ତ(୧୮) ରନରେ ଓଡିୟନ ସ୍ମିଥଙ୍କ ହାତରେ ଆଉଟ ହୋଇଯାଇଥିଲେ। ସେହି ଓଭରରେ ସ୍ମିଥ ବିରାଟ କୋହଲି (୧୮) ଙ୍କୁ ମଧ୍ୟ ଆଉଟ କରିଦେଇଥିଲେ।
For his outstanding match-winning bowling display in the 2nd #INDvWI ODI, @prasidh43 bags the Man of the Match award. 👏 👏 #TeamIndia @Paytm
Scorecard ▶️ https://t.co/yqSjTw302p pic.twitter.com/3KMngyYGj9
— BCCI (@BCCI) February 9, 2022
ଏହା ପରେ ସୂର୍ଯ୍ୟ କୁମାର ଓ ରାହୁଲ ପାରିକୁ ଆଗକୁ ବଢ଼ାଇଥିଲେ ଓ ଚତ୍ରୁର୍ଥ ୱିକେଟ ପାଇଁ ୯୧ ରନର ପାର୍ଟନରସିପ କରିଥିଲେ। ରାହୁଲ ୪୮ ବଲରେ ୪୯ ରନ କରି ରନଆଉଟ ହୋଇଗଲେ।ସୂର୍ଯ୍ୟକୁମାର ୮୩ ବଲରେ ୬୪ ରନ କରି ଟିମର ସ୍କୋର ୧୭୭ ଥିବା ବେଳେ ଆଉଟ ହୋଇଗଲେ। ଏହା ପରେ ସୁନ୍ଦର ୨୪ ରନ , ହୁଡା ୨୯ ରନ କରିଥିଲେ। ୱେଷ୍ଟଇଣ୍ଡିଜ ତରଫରୁ ଜୋସେଫ ୨ ଟି, ରୋଚ, ହୋଲ୍ଡର,ଅକିଲ ହୁସେନ, ଫେବିୟନ ଏଲେନ ୧-୧ ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।