ବ୍ୟୁରୋ ରିପୋର୍ଟ: ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନୂଆ ବିଶ୍ୱ ରେକର୍ଡ କରିବାରୁ ବଞ୍ଚିତ ରହିଯାଇଛି। ଟିମ ଇଣ୍ଡିଆକୁ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ହରାଇଦେଇଛି। ଏହି ପରି ଭାରତ ଲଗାତର ୧୩ ଟି ଟି-୨୦ ମ୍ୟାଚ ଜିତିବା ଲକ୍ଷ୍ୟରୁ ଗୋଟେ ବିଜୟ ପଛରେ ରହିଗଲା। ଭାରତ, ଆଫଗାନିସ୍ତାନ ଓ ରୋମାନିୟା ସଂଯୁକ୍ତ ରୂପରେ ୧୨-୧୨ ଟି-୨୦ ମ୍ୟାଚ ଲଗାତର ଜିତିଛନ୍ତି। ଏହି ମ୍ୟାଚରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୪ ୱିକେଟ ହରାଇ ୨୧୧ ରନର ବଡ଼ ସ୍କୋର କରିଥିଲା ଯାହା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ରେ ସର୍ବଶ୍ରେଷ୍ଠ ସ୍କୋର ଅଟେ। ଜବାବରେ ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟକୁ ୧୯.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଲା। ଡେଭିଡ ମିଲର ଓ ରାଶି ଭାନ ଡ଼ର ହୁସେନ ଦୁହେଁ ନଟ ଆଉଟ ବିଶିଷ୍ଟ ଅର୍ଦ୍ଧଶତକ ମାରିଥିଲେ। ଶ୍ରେୟସ ଅୟର ହୁସେନଙ୍କର ସହଜ କ୍ୟାଚ ଛାଡିଦେଇଥିଲେ ଯାହା ମ୍ୟାଚର ରୂପ ବଦଳାଇଦେଲା।

ଟିମ ଇଣ୍ଡିଆ ଟି-୨୦ରେ ବିଜୟର ଧାରା ନଭେମ୍ବର ୨୦୨୧ରୁ ଆରମ୍ଭ କରିଥିଲା। ଏହି ସମୟରୁ ଟିମ ଲଗାତର ୬ ଟିମକୁ ହରାଇଥିଲା। ଟିମ ପ୍ରଥମେ ଆଫଗାନିସ୍ତାନକୁ ୬୬ ରନରେ ହରାଇଥିଲା,ସ୍କର୍ଟଲାଣ୍ଡକୁ ୮ ୱିକେଟରେ,ନାମୀବିୟକୁ ୯ ୱିକେଟରେ ହରାଇଥିଲା। ଏହା ପରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩-୩ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ ସୁଇପ କରିଥିଲା। ଏବେ ଦିଲ୍ଲୀରେ ଭାରତକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମିଳିଥିବା ପରାଜୟ ପରେ ଏହି ବିଜୟର ଧାରା ଛିଣ୍ଡି ଯାଇଛି।
୨୯ ରନରେ ଛାଡିଲେ ସହଜ କ୍ୟାଚ:
ଦକ୍ଷିଣ ଆଫ୍ରିକାକୁ ଶେଷ ୩୦ ବଲରେ ୭୪ ରନର ଆବଶ୍ୟକତା ଥିଲା। ୧୬ ତମ ଓଭର ଆଭେଶ ଖାନ ପକାଇବା ପାଇଁ ଆସିଥିଲେ। ପ୍ରଥମ ବଲରେ ମିଲର ଏକ ରନ କଲେ,ଦ୍ୱିତୀୟ ବଲରେ ହୁସେନ ଡିପ ମିଡ ୱିକେଟରେ ଶର୍ଟ ଖେଳିଥିଲେ। କିନ୍ତୁ ଶ୍ରେୟସ ଅୟର ତାଙ୍କର ସହଜ କ୍ୟାଚଟିକୁ ଛାଡିଦେଇଥିଲେ ସେବେ ସେ ୩୦ ବଲରେ ୨୯ ରନ କରି ଖେଳୁଥିଲେ। ଏହା ପରେ ସେ ନିଜର ଆଗାମୀ ୧୬ ବଲରେ ୪୬ ରନ ମାରି ଦକ୍ଷିଣ ଆଫ୍ରିକାଜୁ ବିଜୟ ଦେଇଦେଲେ। ସେ ୪୬ ବଲରେ ୭ ଟି ଚୌକା ଓ ୫ ଟି ଛକା ଦ୍ଵାରା ୭୫ ରନ କରି ନଟଆଉଟ ରହିଥିଲେ। ଡେଭିଡ ମିଲର ୩୧ ବଲରର ୪ ଟି ଚୌକା ଓ ୫ ଟି ଛକାଦ୍ଵାରା ୬୪ ରନ କରିସେ ନଟଆଉଟ ରହିଥିଲେ। ଦୁହେଁ ୧୦.୩ ଓଭରରେ ୧୩୧ ରନର ପାର୍ଟନରସିପ କରିଥିଲେ।

ରୋହିତ ୯ ମ୍ୟାଚରେ ଦେଇଥିଲେ ବିଜୟ:
ଟିମ ଇଣ୍ଡିଆକୁ ଯେଉଁ ୧୨ ଲଗାତର ଟି-୨୦ ମ୍ୟାଚରେ ବିଜୟ ମିଳିଥିଲା ସେଥିରେ ଦୁଇଟି ଅଧିନାୟକଙ୍କ ଯୋଗଦାନ ରହିଥିଲା। ବିରାଟଙ୍କ ଅଧିନାୟକତ୍ୱରେ ତିନୋଟି ମ୍ୟାଚରେ ବିଜୟ ମିଳିଥିବା ବେଳେ ରୋହିତଙ୍କ ଅଧିନାୟକତ୍ୱରେ ସବୁଠୁ ଅଧିକ ୯ ଟି ମ୍ୟାଚରେ ବିଜୟ ମିଳିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆର ଓପନର ଇସାନ କିସନ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ୪୮ ବଲରେ ୭୬ ରନ କରିଥିଲେ। ତାଙ୍କ ଛଡା ଶ୍ରେୟସ ଅୟର ୩୬ ଓ ହାର୍ଦିକ ପାଣ୍ଡ୍ୟା ୧୨ ବଲରେ ୩୧ ରନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।