ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ଶାହା ସୋସିଆଲ ମିଡ଼ିଆରେ ଏକ ସ୍କ୍ରିନ ଶର୍ଟ ସେୟାର କରି କହିଛନ୍ତି ତାଙ୍କୁ ଏକ ପତ୍ରକାରଙ୍କ ଦ୍ଵାରା ଇଣ୍ଟରଭିଉ ପାଇଁ ହଇରାଣ କରାଯାଉଛି। ଶାହାଙ୍କୁ ଶ୍ରୀଲଙ୍କା ସହ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ଭାରତୀୟ ୧୮ ଜଣିଆ ଟିମରେ ସାମିଲ କରାଯାଇନାହିଁ।
After all of my contributions to Indian cricket..this is what I face from a so called “Respected” journalist! This is where the journalism has gone. pic.twitter.com/woVyq1sOZX
— Wriddhiman Saha (@Wriddhipops) February 19, 2022
ବଙ୍ଗାଲର ଏହି କ୍ରିକେଟର ପୂର୍ଵ କିଛି ଦିନରୁ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଏହି ଖବର ଆସୁଥିଲା କି ଶାହା ରଣଜୀ ଟ୍ରଫି ୨୦୨୧-୨୨ରୁ ହଟିବା ପାଇଁ ଫଇସଲା ନେଇଛନ୍ତି। ଏହା ଏଥିପାଇଁ କି କାରଣ ସିଲେକ୍ଟର ତାଙ୍କୁ କହିଥିଲେ କି ସେ ଭବିଷ୍ୟତରେ କୌଣସି ଯୋଜନାରେ ସାମିଲ ହେବେ ନାହିଁ ଓ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ଚୟନ ହେବନାହିଁ।
ଶାହା ହ୍ଵାର୍ଟସପ ସ୍କ୍ରିନ ଶର୍ଟ ସେୟାର କରି କହିଛନ୍ତି ଜଣେ ପତ୍ରକାର ତାଙ୍କୁ ଇଣ୍ଟରଭିଉ ପାଇଁ ଚାପ ପକାଉଛନ୍ତି। ସାହା ଯେଉଁ ସ୍କ୍ରିନ ଶର୍ଟ ସେୟାର କରିଛନ୍ତି ସେଥିରେ ପତ୍ରକାର ସାହାଙ୍କୁ କହୁଛି,”ମୋ ସହିତ ଇଣ୍ଟରଭିଉ କରିବେ, ଏହା ଭଲ ହେବ। ସେ କେବଳ ଜଣେ ୱିକେଟ କିପରଙ୍କୁ ବାଛିଛନ୍ତି। କିଏ ବେଷ୍ଟ ଆପଣ ୧୧ ପତ୍ରକାରଙ୍କୁ ବାଛିବାକୁ ଚେଷ୍ଟା କଲେ,ଯାହାକି ମୋ ହିସାବରେ ଠିକ ନୁହେଁ। ଆପଣ ସେମାନଙ୍କୁ ବାଛିଲେ ଯିଏ ଅଧିକ ସାହାଯ୍ୟ କରିପାରିବେ। ଆପଣ କଲ କଲେ ନାହିଁ ମୁଁ ଆଉ କେବେ ଆପଣଙ୍କ ଇଣ୍ଟରଭିଉ କରିବି ନାହିଁ ଓ ମୁଁ ଏହାକୁ ମନେ ରଖିବି”।
Chetan Sharma and selectors have decided to move on from Wriddhiman Saha as backup keeper in Tests.#INDvSL #WriddhimanSaha #India #TeamIndia pic.twitter.com/hXEgBNOgCt
— CricTracker (@Cricketracker) February 19, 2022
ଖରାପ ଫିଟନେସ ପାଇଁ ପୂର୍ଵ କିଛି ସମୟରୁ ଟିମରେ ଭିତର ବାହାର ହେଉଥିବା ଶାହା କହିଛନ୍ତି ଭାରତୀୟ ଟିମରେ ଯୋଗଦାନ ପରେ ମଧ୍ୟ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ସାହା ସ୍କ୍ରିନ ଶର୍ଟ ସେୟାର କରି ଟ୍ୱିଟ କରିଛନ୍ତି ,”ଭାରତୀୟ କ୍ରିକେଟରେ ମୋର ଯୋଗଦାନ ପରେ ମଧ୍ୟ ଜଣେ ପତ୍ରକାରଙ୍କ ଠୁ ଏପରି ସାମ୍ନା କରିବାକୁ ପଡୁଛି”।
ବିସିସିଆଇର ମୁଖ୍ୟ ଚୟନ କର୍ତା ଚେତନ ଶର୍ମା ଶାହାଙ୍କୁ ଚୟନ ନକରିବାର କାରଣ କହିନାହାଁନ୍ତି। ଶନିବାର ଦିନ ହୋଇଥିବା ପ୍ରେସ କନ୍ଫରେନ୍ସରେ ଚେତନ ଶର୍ମା କହିଛନ୍ତି ଆମେ ସିଲେକ୍ସନ ସମୟରେ ବୟସକୁ ଦେଖୁନାହିଁ। ସେ କହିଛନ୍ତି ଶାହାଙ୍କୁ କଣ ପାଇଁ ଚୟନ କରାଯାଇନାହିଁ ସେ କହିପାରିବେ ନାହିଁ। ଚେତନ ଶର୍ମା କହିଛନ୍ତି,”ଗୋଟେ ସମୟ ଏପରି ଆସିଥାଏ ଯେବେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିପାରିନଥାନ୍ତି। ସେବେ ଯୁବକମାନଙ୍କ କଥା ଭାବିବାକୁ ପଡିଥାଏ”। ରଣଜୀ ଟ୍ରଫିରେ ଶାହା କଣ ପାଇଁ ଖେଳୁନାହଁନ୍ତି ପଚରା ଯିବାରୁ ଚେତନ କହିଛନ୍ତି,”ମୁଁ ଏହା ବିଷୟରେ କହିପାରିବି ନାହିଁ। ଏହା ମୋର ଅଧିକାରୀ କ୍ଷେତ୍ର ନୁହେ। ଏହି ବିଷୟରେ ଷ୍ଟେଟ ୟୁନିଟ କହିପାରିବ”।
Wriddhiman Saha said, "after scoring 61 against NZ in Kanpur, Ganguly told me that I shouldn't worry about anything as long as he is in the BCCI. It boosted my confidence, I failed to understand why everything changed so fast". (To TOI).
— Mufaddal Vohra (@mufaddal_vohra) February 19, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।