ବ୍ୟୁରୋ ରିପୋର୍ଟ: ବର୍ଷ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିରୁଦ୍ଧରେ ଯୁବରାଜ ସିଂହଙ୍କ ଗୋଟେ ଓଭରରେ ୬ ଟି ଛକା ପ୍ରାୟ କେହି ଭୁଲିନଥିବେ। କ୍ରିକେଟ ଜଗତରେ ଏପରି ବହୁତ କମ ଦେଖିବାକୁ ମିଳିଥାଏ। ଏବେ ପୁଣି ଥରେ ଜଣେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଏପରି କରି ଦେଖାଇଛନ୍ତି। କୃଷ୍ଣା ପାଣ୍ଡେ ନାମକ ଏହି ଯୁବକ ପୁଦୁଚେରୀ ଟି-୧୦ ଲିଗରେ ଏହି ରେକର୍ଡ କରିକି ଦେଖାଇଛନ୍ତି।

ସେ ପୁଦୁଚେରୀ ଟି-୧୦ ଲିଗରେ ପୋଟ୍ରିଓର୍ଟସ ଟିମ ତରଫରୁ ବ୍ୟାଟିଙ୍ଗ କରି ଏହି କରିସ୍ମା କରିଦେଖାଇଛନ୍ତି। ସେ ରୟାଲ୍ସ ଟିମର ପ୍ରେସର ବୋଲର ନିତେସ ଠାକୁରଙ୍କ ଓଭରରେ ୬ ଟି ବଲରେ ୬ ଟି ଛକା ମାରିଛନ୍ତି। ଏହି ସୁନ୍ଦର ପାରି ପରେ ମଧ୍ୟ ତାଙ୍କ ଟିମ ରୟାଲ୍ସ ବିରୁଦ୍ଧରେ ୪ ରନରେ ହାରିଗଲା।
୬ ତମ ଓଭରରେ ମାରିଲେ ୬ ଟି ଛକା:
ପୋଟ୍ରିଓର୍ଟସ ଟିମକୁ ୧୦ ଓଭରରେ ୧୫୮ ରନର ଆବଶ୍ୟକତା ଥିଲା। ଗୋଟେ ସମୟରେ ଟିମର ସ୍କୋର ୫ ଓଭରରେ ୪୧ ରନରେ ଗୋଟେ ୱିକେଟ ଥିଲା। ଆଗାମୀ ୩୦ ବଲରେ ଟିମକୁ ଜିତିବା ପାଇଁ ୧୧୪ ରନର ଆବଶ୍ୟକତା ଥିଲା। ଏହା ପରେ ୬ ତମ ଓଭରରେ କୃଷ୍ଣା ୬ ଟି ଛକା ମାରି ବିଜୟ ଆଶାକୁ ବଢ଼ାଇଦେଇଥିଲେ।
6️⃣6️⃣6️⃣6️⃣6️⃣6️⃣
He has done the unthinkable! #KrishnaPandey shows what's possible with his heart-stirring hits!
Watch the Pondicherry T10 Highlights, exclusively on #FanCode ? https://t.co/GMKvSZqfrR pic.twitter.com/jfafcU8qRW
— FanCode (@FanCode) June 4, 2022
୪୩୬ ର ଷ୍ଟାଇକରେଟ:
ଏହା ପୂର୍ବରୁ ରୟାଲ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ ୩ ଟି ୱିକେଟ ହରାଇ ୧୫୭ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ପୋଟ୍ରିଓର୍ଟସ ଟିମ ୧୦ ଓଭରରେ ୫ ଟି ୱିକେଟ ହରାଇ ୧୫୩ ରନ କରିପାରିଲା ଓ ୪ ରନରେ ଏହି ମ୍ୟାଚ ହାରିଗଲା। କୃଷ୍ଣା ୧୯ ବଲରେ ୮୩ ରନର ପାରି ଖେଳିଥିଲେ। ସେ ନିଜର ଏହି ପାରିରେ ୧୨ ଟି ଛକା ମାରିଥିଲେ। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୪୩୬.୮୪ ଥିଲା।
ଇଣ୍ଟରନେସନାଲ କ୍ରିକେଟରେ ଏହି ଖେଳାଳିଙ୍କ ନାମରେ ଅଛି ୬ ଟି ଛକା ଲଗାଇବାର ରେକର୍ଡ:
ଯଦି ଇଣ୍ଟରନେସନାଲ କ୍ରିକେଟ କଥା କହିବାତ ଯୁବରାଜ ସିଂହ, ହର୍ଷଲ ଗିବ୍ସ ଓ କାୟରନ ପୋଲାଡ଼ ଗୋଟେ ଓଭରରେ ୬ ଟି ଛକା ଲଗାଇବାର ରେକର୍ଡ ନିଜ ନମାରେ କରିସାରିଛନ୍ତି। ଯୁବରାଜ ସିଂହ ବର୍ଷ ୨୦୦୭ରେ ଇଂଲଣ୍ଡ ବିରୁଦ୍ଧରେ ଏହି ରେକର୍ଡ କରିଥିଲେ। ସେ ଷ୍ଟୁଆର୍ଟ ବ୍ରର୍ଡଙ୍କ ଓଭରରେ ଏହି ୬ ଟି ଛକା ମାରିଥିଲେ। ଯୁବରାଜ ସିଂ ସୁନ୍ଦର ଜବରଦସ୍ତ ବ୍ୟାଟିଂ କରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।