IPL-15 ପରେ ବି ଜାରି ରହିବ ଭାରତର ସିଡ୍ୟୁଲ! ଜାଣନ୍ତୁ ଭାରତୀୟ ଟିମର ଆଗାମୀ ଖେଳସୁଚି!

ବ୍ୟୁରୋ ରିପୋର୍ଟ: ଆଇପିଏଲ ପୂର୍ବରୁ ଟିମ ଇଣ୍ଡିଆ ସିରିଜ ଖେଳୁଥିଲା।ଆଉ ଜିତି ଆସୁଥିଲା ମଧ୍ୟ। ଆଇପିଏଲର ଆରମ୍ଭ ୨୬ ମାର୍ଚ୍ଚରୁ ହେବ। ଟିମ ଇଣ୍ଡିଆକୁ ଏହି ବର୍ଷ ଅନେକ ସିରିଜ ଖେଳିବାର ଅଛି। ଟି-୨୦ ବିଶ୍ଵ କପ ମଧ୍ୟ ଏହି ବର୍ଷ। ଆଜି ଆମେ ଜାଣିବା ଆଇପିଏଲ ପରେ କେମିତି ରହିବ ଟିମ ଇଣ୍ଡିଆର ସିଡ୍ୟୁଲ। କେଉଁ କେଉଁ ବଡ଼ ସିରିଜ ଯାହା ଟିମ ଇଣ୍ଡିଆ ପାଇଁ ରୋମାଞ୍ଚକର ହେବ। ଆଇପିଏଲର ଆରମ୍ଭ ୨୬ ମାର୍ଚ୍ଚରୁ ହେବ। ଟିମ ଇଣ୍ଡିଆର ସବୁ ଖେଳାଳି ମେ ୨୯ ଯାଏ ଚାଲୁଥିବା ଏହି ମେଗା ଟୁର୍ଣାମେଣ୍ଟରେ ରହିବେ। ଆଇପିଏଲ ପରେ ଟିମ ଇଣ୍ଡିଆ ଲଗାତାର କ୍ରିକେଟ ଖେଳିବ। ପାକିସ୍ତାନ ସହ ଟିମ ଇଣ୍ଡିଆର ଦୁଇଟି ବଡ଼ ମୁକାବିଲା ମଧ୍ୟ ରହିଛି। ପାକିସ୍ତାନର ପ୍ରଥମ ମ୍ୟାଚ ଏସିଆ କପରେ ହେବ। ଆଉ ଦ୍ୱିତୀୟ ମହା ମୁକାବିଲା ଟି-୨୦ ବିଶ୍ଵ କପରେ ହେବ।

Google

ଇଂଲଣ୍ଡ ପରେ ମଧ୍ୟ ଇଣ୍ଡିଆ ପାଖରେ ମଧ୍ୟ ଟେଷ୍ଟ ସିରିଜ ଜିତିବାର ସୁଯୋଗ ଅଛି। ଆଇପିଏଲ ୨୦୨୨ ପରେ ଏହି ବର୍ଷ ପୁଣି ଟିମ ଇଣ୍ଡିଆ ନୀଳ ଜର୍ସିରେ ନଜର ଆସିବ।ଏହି ବର୍ଷ ଟିମର ସାମ୍ନା ଘରୋଇ ମଇଦାନ ଦକ୍ଷିଣ ଆଫ୍ରିକା ସହ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ସହ ୫ଟି ଟି-୨୦ ମ୍ୟାଚ ଖେଳା ଯିବ। ଜୁନ ଶେଷ ସପ୍ତାହରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ମ୍ୟାଚ ହେବ ଓ ୨ଟି ମ୍ୟାଚ ଖେଳିବ। ଆୟରଲ୍ୟାଣ୍ଡ ପରେ ଇଂଲଣ୍ଡ ସହ ଖେଳିବ। ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ ମ୍ୟାଚ ଓ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ। ଏହି ମ୍ୟାଚ ସବୁ ୧ ଜୁଲାଇରୁ ୧୭ ଜୁଲାଇ ମଧ୍ୟରେ ହେବ। ପୂର୍ବ ବର୍ଷ ଇଣ୍ଡିଆ ଇଂଲଣ୍ଡ ସହ ୫ଟି ଟେଷ୍ଟ ସିରିଜ ଖେଳିବାକୁ ଯାଇଥିଲା। କୋଭିଡ ୧୯ ପାଇଁ ଶେଷ ଟେଷ୍ଟ ମ୍ୟାଚ ହୋଇ ନଥିଲା। ସେହି ଟେଷ୍ଟରୁ ଇଂଲଣ୍ଡର ଖେଳ ଆରମ୍ଭ ହେବ। ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ୨-୧ରେ ଆଗରେ ଅଛି। ଆଉ ଯଦି ପଞ୍ଚମ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହେଲା ତେବେ ୧୫ ବର୍ଷ ପରେ ଇଂଲଣ୍ଡରେ ଟିମ ଇଣ୍ଡିଆ ଟେଷ୍ଟ ସିରିଜ ଜିତିବ।

ଇଂଲଣ୍ଡ ପରେ ଭାରତୀୟ ଟିମ ଅଗଷ୍ଟ ସେପ୍ଟେମ୍ବରରେ ଜିମ୍ବାୱେ ଖେଳ ପାଇଁ ଯାଇପାରେ। ଏହି ଖେଳର ଅଫିସିଆଲ ଘୋଷଣାହୋଇ ନାହିଁ। ଅଗଷ୍ଟରେ ୱେଷ୍ଟ ଇଣ୍ଡିଜ ସହ ଖେଳ ଅଛି। ଟିମ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଗୋଟିଏ ୱାନ ଡେ ଓ ଗୋଟିଏ ଟି-୨୦ ମ୍ୟାଚ ସିରିଜ ଖେଳିବାର ଅଛି। ସିରିଜର ତାରିଖ ଓ ଜାଗା ସାମ୍ନାକୁ ଆସି ନାହିଁ। ୪ ବର୍ଷ ପରେ ଏହି ବର୍ଷ ଶ୍ରୀଲଙ୍କାରେ ଏସିଆ କପ ଖେଳାଯିବଲବାର ଅଛି।ଏହି ଟର୍ଣାମେଣ୍ଟ ଟି-୨୦ ଫର୍ମାଟରେ ହେବ। ଏହାର ତାରିଖ ମଧ୍ୟ ଏବେ ସାମ୍ନାକୁ ଆସି ନାହିଁ। କିନ୍ତୁ ଏସିଆ କପ ସେପ୍ଟେମ୍ବରରେ ଆରମ୍ଭ ହୋଇ ପାରିଥାଏ। ଏହି ଟୁର୍ଣାମେଣ୍ଟରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ ଦେଖିବାକୁ ମିଳିବ। ଏସିଆ କପରେ ଭାରତୀୟ ଟିମ ୫ଟି ମ୍ୟାଚ ଖେଳିବ। ଭାରତର ସୁପର ୧୨ରେ ଭାରତ, ପାକିସ୍ଥାନ,ଦକ୍ଷିଣ ଆଫ୍ରିକା, ବଙ୍ଗଳାଦେଶ ଓ ଦୁଇ ଜଣ କ୍ୱାଲିଫାଇଅର ସହ ଗ୍ରୁପ ୨ରେ ରଖା ଯାଇଛି।

Google

ସେପ୍ଟେମ୍ବର ଓ ଅକ୍ଟୋବରରେ ଅଷ୍ଟ୍ରେଲିଆ ଟିମ ଭାରତ ମ୍ୟାଚ ପାଇଁ ଆସିବ। ଏହି ସମୟରେ ଅଷ୍ଟ୍ରେଲିଆ ଟିମ ୪ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ଖେଳିବାର ଅଛି। ୨୦୧୭ ପରେ ପ୍ରଥମ ଥର ଅଷ୍ଟ୍ରେଲିଆ ଟିମ ଭାରତ ସହ ସିରିଜ ଖେଳିବାର ଅଛି। ଏହା ପାଇଁ ମଧ୍ୟ ତାରିଖ ଠିକ ହୋଇନାହିଁ।ଏହା ସହ ନଭେମ୍ବର ଡିସେମ୍ବରରେ ମଧ୍ୟ ଟିମ ଇଣ୍ଡିଆ ବାଂଲାଦେଶ ସହ ମଧ୍ୟ ଖେଳିବାର ଅଛି। ସେଥିରେ ୩ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳାଯିବ। ସେହିପରି ଡିସେମ୍ବରରେ ଶ୍ରୀଲଙ୍କା ଟିମ ଭାରତ ସହ ୫ଟି ଦିନିକିଆ ମ୍ୟାଚ ଖେଳିବାର ଅଛି। ଏହାର ମଧ୍ୟ କୌଣସି ତାରିଖ ଠିକ ହୋଇ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *