IPL ୨୦୨୨: କେଏଲ ରାହୁଲ ହେବେ IPL ଇତିହାସର ସବୁଠୁ ଦାମୀ ଖେଳାଳି! ରାଶିଦ ଖାନଙ୍କୁ ମିଳିବ ଦୁଇଗୁଣ ଦରମା?

୮ ଟି ଯାକ ଟିମ କେଉଁ କେଉଁ ଖେଳାଳିଙ୍କୁ ରିଟେନ କରିଛନ୍ତି ଏହାର ଖୁଲାସା ୩୦ ନଭେମ୍ବରକୁ କରାଯିବ ଯାହାକି ଆଜି ବୋଲି ଚାନ୍ସ ଅଛି। ସବୁ ଟିମ ବିସିସିଆଇକୁ ରିଟେନ କରିଥିବା ଖେଳାଳିଙ୍କ ସୁଚି ଦେବେ ବୋଲି ଜଣା ଯାଉଛି। ପୁରୁଣା ୮ ଟି ଟିମ ଅତି ବେଶୀରେ ୪ ଖେଳାଳିଙ୍କୁ ରିଟେନ କରିପାରିବ। ଅନେକ ପୁରୁଣା ଖେଳାଳି ନିଜ ପୁରୁଣା ଟିମକୁ ଛାଡିବାକୁ କହିଦେଇଥିଲେ। ଆଗାମୀ ସିଜନରେ ୮ ଜାଗାରେ ୧୦ ଟି ଟିମ ଓହ୍ଲାଇବ ଓ ଦୁଇଟି ନୂଆ ଟିମ ଲଖନଉ ଓ ଅହମ୍ମଦାବାଦ ଅଟେ ବୋଲି ଜଣା ଯାଉଛି।

Google

ଇନସାଇଡ଼ ସ୍ପୋର୍ଟସର ଖବର ଅନୁସାରେ ଲଖନଉ ଟିମ କେଏଲ ରାହୁଲଙ୍କୁ ୨୦ କୋଟିର ପ୍ରସ୍ତାବ ଦେଇଛି। ଟିମ ଇଣ୍ଡିଆର ଟି-୨୦ର ଉପଅଧିନାୟକ ରାହୁଲ ଏବେ ଆଇପିଏଲରେ ପଞ୍ଜାଵ ଟିମର ଅଧିନାୟକ ଅଟନ୍ତି। କିନ୍ତୁସେ ପଞ୍ଜାଵକୁ ଛାଡିବେ ବୋଲି କହିଦେଇଛନ୍ତି। ଯଦି ରାହୁଲ ଲଖନଉର ପ୍ରସ୍ତାବ ଗ୍ରହଣ କରିବେ ତେବେ ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଯିବେ।ସେ ଅଧିନାୟକ ମଧ୍ୟ ହୋଇପାରନ୍ତିସେ ଏବେ ୧୧ କୋଟି ପାଉଛନ୍ତି।

ହାଇଦ୍ରାବାଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ରାଶିଦ ଖାନ: ଏହା ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖରାପ ଖବର ଆସି ପହଁଚିଛି। ଲେଗ ସ୍ପିନର ରାଶିଦ ଖାନ ଟିମ ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଏବେ ୯ କୋଟି ମିଳୁଛି କିନ୍ତୁ ଲଖନଉ ତାଙ୍କୁ ୧୬ କୋଟି ଅଫର ଦେଇଛି। ମାନେ ପାଖାପାଖି ଡ଼ବଲ ରାସୀ ଅଟେ। ହାଇଦ୍ରାବାଦ ଏବେ ରାଶିଦଙ୍କୁ ଅତି ବେଶୀରେ ୧୨ କୋଟି ଦେବାକୁ ପ୍ରସ୍ତୁତ ଅଛି ବୋଲି ଜଣା ଯାଉଛି।

Google

ରାଶିଦ ଖାନ ଟି-୨୦ରେ ୪୦୦ ୱିକେଟ ଅକ୍ତିଆର କରିସାରିଛନ୍ତି। ଆଇପିଏଲରେ ତାଙ୍କ ରେକର୍ଡ ସୁନ୍ଦର ରହିଛି। ଦୁଇ ନୂଆ ଟିମ ଅକ୍ସନ ପୂର୍ବରୁ ୩-୩ ଖେଳାଳିଙ୍କୁ ରିଟେନ କରିପାରିବ। ଆଗାମୀ ସିଜନରେ ୬୦ ଜାଗାରେ ୭୪ ମ୍ୟାଚ ହେବ। କିନ୍ତୁ ସବୁ ଟିମ ୧୪-୧୪ ମ୍ୟାଚ ହିଁ ଖେଳିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *