ୱେଷ୍ଟଇଣ୍ଡିଜର ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ବ୍ରାୟନ ଲାରା ଓ ଦକ୍ଷିଣ ଆଫ୍ରିକାର ପୂର୍ଵ ମହାନ ପ୍ରେସର ଡେଲ ଷ୍ଟେନ ଆଇପିଏଲରେ ଯୋଡି ହୋଇଯାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଙ୍ଗ କୋଚ ଓ ଡେଲ ଷ୍ଟେନଙ୍କୁ ବୋଲିଙ୍ଗ କୋଚ କରିଛି। ଟମ ମୁଡି ହାଇଦ୍ରାବାଦର ହେର୍ଡ କୋଚ ରହିବେ।
ଟେଷ୍ଟରେ ଗୋଟେ ପାରିରେ ୪୦୦ ରନ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଲାରାଙ୍କୁ ହାଇଦ୍ରାବାଦ ଟିମର ଉପଦେଶଦାତା ମଧ୍ୟ କରିଛି। ଅଷ୍ଟ୍ରେଲିଆର ପୂର୍ଵ ଓପନର ବ୍ୟାଟ୍ସମ୍ୟାନ ସିମୋନ କୈଟିଚ ସହାୟକ କୋଚର ଦାୟୀତ୍ୱ ପାଳନ କରିବେ। ଏହା ସହ ପୂର୍ଵ ଭାରତୀୟ ଖେଳାଳି ହମାଂଗ ବଦାନି ଫିଲଡିଙ୍ଗ କୋଚ ଓ ସ୍କାଉଟ ଦାୟୀତ୍ୱ ପାଳନ କରିବେ। ଏହି ଟିମ ସହିତ ପୂର୍ବରୁ ହିଁ ମୁଥୟା ମୁରଲୀଧରନଙ୍କ ଭଳି ମହାନ ଖେଳାଳି ଯୋଡିହୋଇ ଅଛନ୍ତି। ମୁଥୟା ମୁରଲିଧରନ ସ୍ପିନ ବୋଲିଙ୍ଗ କୋଚ ସହ ଟିମର ରଣନୀତି ପ୍ରସ୍ତୁତି କରିଥାନ୍ତି।

ବ୍ରାୟନ ଲାରା ୱେଷ୍ଟଇଣ୍ଡିଜ ପାଇଁ ୧୩୩ ଟେଷ୍ଟ, ୨୯୯ ଏକଦିବସିୟ ମ୍ୟାଚ ଖେଳିଛନ୍ତି। ସେ ୩୪ ଶତକ ଓ ୪୮ ଅର୍ଦ୍ଧଶତକ ସହିତ ୧୧୯୫୩ ରନ କରିଛନ୍ତି।ଏକଦିବସିୟରେ ମଧ୍ୟ ସେ ୧୯ ଶତକ ସହିତ ୧୦୪୦୫ ରନ କରିଛନ୍ତି। ତାଙ୍କ ନାମରେ ଇଣ୍ଟରନେସନାଲରେ ୫୩ ଶତକ ଓ ୨୨୩୫୮ ରନ ରହିଛି।ସେ ଫ୍ଲାସ୍ଟ କ୍ଳାସ କ୍ରିକେଟରେ ଗୋଟେ ପାରିରେ ୫୦୧ ରନ ମଧ୍ୟ କରିଛନ୍ତି। ନିଜ ସମୟରେ ବଡ଼ ପାରି ଖେଳିବା ପାଇଁ ପ୍ରସିଦ୍ଧ ଲାରା ଆକ୍ରାମକ ବ୍ୟାଟିଙ୍ଗ କରିଥାନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୯ ଟି ଡ଼ବଲ ଶତକ ଅଛି ଓ ସେଥିରୁ ୨ ଟି ତ୍ରିପଲ ଶତକ ମଧ୍ୟ ଅଛି। ଲାରା ଇଂଲଣ୍ଡ ବିରୁଦ୍ଧରେ ବର୍ଷ ୧୯୯୪ରେ ୩୭୫ ଓ ୨୦୦୪ ରେ ୪୦୦ ରନର ପାରି ଖେଳିଥିଲେ।
ସେହିପରି ପ୍ରେସର ବୋଲର ଡେଲ ଷ୍ଟେନ ଇଣ୍ଟରନେସନାଲ କ୍ରିକେଟରେ ୬୯୯ ୱିକେଟ ନେଇଛନ୍ତି। ଏହି ମହାନ ଖେଳାଳି ୯୩ ଟି ଟେଷ୍ଟରେ ୪୩୫ , ୧୨୫ ଏକଦିବସିୟରେ ୧୯୬ ଓ ୪୩ ଟି-୨୦ ରେ ୬୪ ୱିକେଟ ନେଇସାରିଛନ୍ତି। ଷ୍ଟେନଙ୍କ ନାମରେ ଦକ୍ଷିଣ ଆଫ୍ରିକା ତରଫରୁ ସବୁଠୁ ଅଧିକ ଟେଷ୍ଟ ୱିକେଟ ନେବାର ରେକର୍ଡ ମଧ୍ୟ ଅଛି। ଷ୍ଟେନ ୨୩୪୩ ଦିନ ପର୍ଯ୍ୟନ୍ତ ଟେଷ୍ଟର ନମ୍ବର ୧ ବୋଲର ରହିସାରିଛନ୍ତି ଯାହାକି ଏକ ବିଶ୍ୱ ରେକର୍ଡ ଅଟେ।

କହିରଖିବୁକି ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୧ରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଟିମ ରହିଥିଲା। ଟିମ ୧୪ ରୁ ୩ ଟି ମ୍ୟାଚ ଜିତିଥିଲା ଓ ୧୧ ଟି ମ୍ୟାଚ ହାରିଥିଲା। ଟୁର୍ଣ୍ଣାମେଣ୍ଟ ମଝିରେ ଡେଭିଡ ୱାନରଙ୍କ ଠୁ ଅଧିନାୟକତ୍ୱ ଛଡାଯାଇ କେନ ବିଲିୟମସନଙ୍କୁ। ଦିଆଯାଇଥିଲା ସେଥିରେ ମଧ୍ୟ କୌଣସି ଫାଇଦା ହୋଇନଥିଲା। ଏହା ସହ ହାଇଦ୍ରାବାଦ ତରଫରୁ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଡେଭିଡ ୱାନର ଓ ଷ୍ଟାର ସ୍ପିନର ରାଶିଦ ଖାନ ମଧ୍ୟ ଟିମରୁ ଅଲଗା ହୋଇଯାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।