IPL 2022: ସୁନ୍ଦର ଖେଳ ଥାଇ ବି ପାଇପାରୁନାହାନ୍ତି ଚୂଡାନ୍ତ ଏକାଦଶରେ ଚାନ୍ସ! ଜଣେ ଟିମକୁ କରିଛନ୍ତି ବିଶ୍ୱ ଚମ୍ପିୟନ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଅନେକ ମ୍ୟାଚ ସରିଗଲାଣି,୨୬ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଲିଗରେ ଏବେ ପର୍ଯ୍ୟନ୍ତ ଅନେକ ମ୍ୟାଚ ଖେଳାଯାଇସାରିଲାଣି। ଏଥିରେ କିଛି ଏପରି ଖେଳାଳି ଅଛନ୍ତି ଯାହାଙ୍କୁ ଏବେ ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶରେ ଓହ୍ଲାଯାଇ ନାହିଁ।ଆଇପିଏଲର ଏହି ସିଜନରେ ଚତ୍ରୁର୍ଥ ସପ୍ତାହର ଖେଳ ଶେଷ ହୋଇଯାଇଛ। ଏହି ସିଜନରେ ଅନେକ ରୋମାଞ୍ଚକ ଘଟୁଥିବା ଦେଖାଯାଇଛି। ଯେଉଁଠି ମହେନ୍ଦ୍ର ସିଂହ ଧୋନି ମୁମ୍ବାଇ ବିରୁଦ୍ଧରେ ଶେଷ ବଲରେ ଚୌକା ମାରି ଜିତାଉଛନ୍ତି ତ କେଉଁଠି ୟୁଜବେନ୍ଦ୍ର ଚହଲ ହାଟ୍ରିକ ସହିତ ୫ ୱିକେଟ ନେଇଛନ୍ତି।

Google

ଅନେକ ଟିମ ଏବେ ମଧ୍ୟ ଚୂଡାନ୍ତ ଏକାଦଶକୁ ନେଇ ଦ୍ଵନ୍ଦରେ ଅଛି। ଆସନ୍ତୁ ଏପରି ତିନି ଖେଳାଳିଙ୍କ ବିଷୟରେ ଜାଣିବା ଯିଏକି ଚୂଡାନ୍ତ ଏକାଦଶରେ ସାମିଲ ହୋଇ ନିଜ ଟିମ ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ।

ଗ୍ଲେନ ଫିଲିପ୍ସ: ନ୍ୟୁଜିଲାଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ ଗ୍ଲେନ ଫିଲିପ୍ସ ଜଣେ ଆକ୍ରାମକ ବ୍ୟାଟ୍ସମ୍ୟାନ ଅଟନ୍ତି। ସେଦୁନିଆର ପ୍ରାୟତଃ ସବୁ ଟି-୨୦ ଲିଗ ଖେଳନ୍ତି। ସେ ଆବଶ୍ୟକତା ଅନୁସରେ ଓପନିଙ୍ଗ ଓ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରିପାରିବେ।ତାଙ୍କୁ ହାଇଦ୍ରାବାଦ ୧.୫ କୋଟିରେ ଟିମରେ ସାମିଲ କରିଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିନାହିଁ। ନିକୋଲସ ପୂରନ ଏହି ସିଜନରେ ଖାସ ପ୍ରଦର୍ଶନ କରିପାରୁନାହାଁନ୍ତି ତେଣୁ ଅଧିନାୟକ ୱିଳିୟମସନ ଆଗାମୀ ମ୍ୟାଚରେ ଫିଲିପ୍ସଙ୍କୁ ମୌକା ଦେଇପାରନ୍ତି। ୨୫ ବର୍ଷୀୟ ଫିଲିପ୍ସ ଏବେ ପର୍ଯ୍ୟନ୍ତ ମୋଟ ୧୬୩ ଟି-୨୦ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୪୩୨୧ ରନ କରିଛନ୍ତି ଯେଉଁଥିରେ ୪ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ ଅଛି।

Google

ସନ୍ଦୀପ ଶର୍ମା: ସନ୍ଦୀପ ଶର୍ମା ଅନେକ ସିଜନପରେ ନିଜ ହୋମ ଟିମ ପଞ୍ଜାଵକୁ ଫେରିଛନ୍ତି। କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ସିଜନରେ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିନାହିଁ। ସେ ନୂଆ ବଲରେ ସୁଇଂଙ୍ଗ କରେଇଥାନ୍ତି ଓ ପାୱାରପ୍ଲେରେ ୱିକେଟ ନେଇଥାନ୍ତି। ପଞ୍ଜାଵ ଟିମର ବୋଲର ପୂର୍ଵ ମ୍ୟାଚରେ ବହୁତ ରନ ଦେଇଥିଲେ ତେଣୁ ଅଧିନାୟକ ମୟଙ୍କ ଅଗ୍ରୱାଲ ରନ ଗତିକୁ ଅଟକାଇବା ପାଇଁ ସନ୍ଦୀପଙ୍କୁ ମୌକାଦେଇ ପାରନ୍ତି ଓ ସେ ଅର୍ସଦୀପ ସିଂହଙ୍କ ସହିତ ଭଲ ପ୍ରଦର୍ଶନ କରିପାରନ୍ତି।

ୟସ ଢୁଲ: ୟସ ଢୁଲଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା। ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ମଧ୍ୟ ସେ ଦୁଇଟି ଯାକ ପାରିରେ ଶତକ ମାରିଥିଲେ। ଦିଲ୍ଲୀ କ୍ୟାପିଟଲ୍ସତାଙ୍କୁ ମଧ୍ୟକ୍ରମରେ ମୌକା ଦେଇପାରେ କାରଣ ସରଫରାଜ ଖାନ ଓ ଲଲିଜ ଯାଦବ ରନ ପାଇ ସଂଘର୍ଷ କରୁଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *