ଚେନ୍ନାଇ ନା କୋଲକତା? କିଏ ମାରିବ ବାଜି? ଜାଣନ୍ତୁ ୱାନଖଡେ ଷ୍ଟାଡିୟମରେ କାହାର ପକ୍ଷ ଭାରି!

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନ ଶନିବାର ୨୬ ମାର୍ଚ୍ଚକୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ କେକେଆର ଓ ସିଏସକେ ମଧ୍ୟରେ ହେବାକୁ ଯାଉଛି। ପୂର୍ଵ ବର୍ଷ ଏହି ଦୁଇ ଟିମ ମଧ୍ୟରେ ଫାଇନାଲ ହୋଇଥିଲା ସେବେ ସିଏସକେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ କେକେଆରକୁ ହରାଇ ଚତ୍ରୁର୍ଥଥର ଚମ୍ପିୟାନ ହୋଇଥିଲା, କିନ୍ତୁ ଏଥର କିଛି ଅଲଗା ଅଟେ। ଦୁହିଁଙ୍କ ମଧ୍ୟରେ ପ୍ରଥମ ମ୍ୟାଚ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ମ୍ୟାଚ ହେବ ତେଣୁ ଏହା ଜାଣିବା ଆବଶ୍ୟକ କି ଏହି ଷ୍ଟାଡିୟମରେ କାହାର ପକ୍ଷ ଭାରି।

Google

ସିଏସକେ ପୂର୍ଵ ୧୪ ବର୍ଷରୁ ଧୋନିଙ୍କ ଅଧିନାୟକତ୍ୱରେ ଖେଳୁଥିଲା। କିନ୍ତୁ ଆଇପିଏଲ ୨୦୨୨ ରେ ଚେନ୍ନାଇ ପାଇଁ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏଥର ରବିନ୍ଦ୍ର ଜାଡେଜା ଟିମର ଅଧିନାୟକତ୍ୱ କରିବେ କିନ୍ତୁ ଭଲ କଥା ଏହାକି ଏହି ଷ୍ଟାଡିୟମରେ ତାଙ୍କ ରେକର୍ଡ ଭଲ ଅଟେ।ୱାଖଡେରେ ଚେନ୍ନାଇ ୧୯ ମ୍ୟାଚ ଖେଳିଛି ଯେଉଁଥିରୁ ୧୨ ମ୍ୟାଚରେ ବିଜୟ ମିଳିଥିବା ବେଳେ ୭ ମ୍ୟାଚରେ ପରାଜୟ ମିଳିଛି।ମାନେ ଟିମ ୫୦%ରୁ ଅଧିକ ମ୍ୟାଚ ଏହି ଗ୍ରାଉଣ୍ଡରେ ଜିତିଛି।

ଅନ୍ୟ ପଟେ କେକେଆର କଥା କହିବା ତ ଏହି ଗ୍ରାଉଣ୍ଡରେ ଟିମର ରେକର୍ଡ ଖରାପ ଅଛି। ଟିମ ଏହି ଗ୍ରାଉଣ୍ଡରେ ୧୨ ମ୍ୟାଚ ଖେଳିଛି ଯେଉଁଥିରୁ ୧୧ ମ୍ୟାଚରେ ପରାଜୟ ମିଳିଛି। ଏହା କୌଣସି ନ୍ୟୁଟ୍ରଲ ଗ୍ରାଉଣ୍ଡରେ କୌଣସି ଟିମର ସବୁଠୁ ଖରାପ ପ୍ରଦର୍ଶନ ଅଟେ।

Google

କେକେଆରର ୱାନଖଡେ ଷ୍ଟାଡିୟମରେ ଖରାପ ପ୍ରଦର୍ଶନ:

କେକେଆର ଟିମକୁ ଗୋଟିଏ ମାତ୍ର ବିଜୟ ୱାନଖଡେ ଷ୍ଟାଡିୟମରେ ୨୦୧୨ରେ ମିଳିଥିଲା। ମାନେ ବିଜୟକୁ ୧୦ ବର୍ଷ ହୋଇଗଲାଣି। ସେବେ କେକେଆର ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ମୁମ୍ବାଇକୁ ୧୪୦ ରନର ଲକ୍ଷ୍ୟ ଦେଇ ୧୦୮ ରନରେ ଅଲଆଉଟ କରିଦେଇଥିଲା। ସେବେ ସୁନୀଲ ନାରିନ ୧୫ ରନ ଦେଇ ୪ ଟି ୱିକେଟ ନେଇଥିଲେ।

ଚେନ୍ନାଇ ୱାନଖଡେ ଷ୍ଟାଡିୟମରେ ଜିତିଛି ଆଇପିଏଲ ଟ୍ରଫି:

ଚେନ୍ନାଇ ଆଇପିଏଲ ୨୦୧୮ରେ ୱାଖଡେରେ ଆଇପିଏଲ ଫାଇନାଲ ଜିତିଥିଲା। ସେବେ ଟିମ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଚମ୍ପିୟାନ ହୋଇଥିଲା। ୱାନଖଡେ ଷ୍ଟାଡିୟମ ମୁମ୍ବାଇ ଇଣ୍ଡିଆନ୍ସର ହୋମ ଗ୍ରାଉଣ୍ଡ ଅଟେ। ଚେନ୍ନାଇ ୱାନଖଡେରେ ୫୦% ରୁ ଅଧିକ ମ୍ୟାଚ ଜିତିଛି ସତ କିନ୍ତୁ ମୁମ୍ବାଇ ବିରୁଦ୍ଧରେ ଏଠାରେ ଚେନ୍ନାଇର ରେକର୍ଡ ଭଲ ନାହିଁ।

Google

ମୁମ୍ବାଇ ବିରୁଦ୍ଧରେ ଏହି ମ୍ୟାଚରେ ଚେନ୍ନାଇ ୬ ମ୍ୟାଚ ହାରିଛି ଓ ୩ ଟି ମ୍ୟାଚ ଜିତିଛି। ସେହ ଥର ଯେବେ ଏହି ଗ୍ରାଉଣ୍ଡରେ ଦୁଇଥିଲେ ସେବେ ଚେନ୍ନାଇ ୧୮ ରନରେ ମ୍ୟାଚ ଜିତିଥିଲା। ଏହା ପରେ କରୋନା ପାଇଁ ଲିଗ ୟୁଏଇ ସିପଟ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *