ବ୍ୟୁରୋ ରିପୋର୍ଟ: ଦିଲ୍ଲୀର ଯୁବ ବ୍ୟାଟ୍ସମ୍ୟାନ ଯସ ଢୁଲ ରଣଜୀ ଟ୍ରଫି ୨୦୨୨ରେ ଧମାଲ କରୁଛନ୍ତି। ଇଣ୍ଡିଆକୁ ଅଣ୍ଡର-୧୯ ବିଶ୍ୱକପ ଜିତାଇଥିବା ୧୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ଛତିଶଗଡ଼ ବିରୁଦ୍ଧରେ ରଣଜୀ ଟ୍ରଫିର ରାଉଣ୍ଡ ୩ର ମ୍ୟାଚରେ ସୁନ୍ଦର ଡବଲ ଶତକ ମାରିଛନ୍ତି। ଯସ ଏହା ପୂର୍ବରୁ ଏହି ସିଜନରେ ଦୁଇଟି ଶତକ ମାରିସାରିଛନ୍ତି। ରଣଜୀ ଟ୍ରଫିର ଡେବ୍ୟୁ ମ୍ୟାଚର ଦୁଇଟି ଯାକ ପାରିରେ ଶତକ ମାରିଥିବା ଏହି ଖେଳାଳି ଏହା ସୂଚିତ କରିଦେଇଛନ୍ତିକି ଆସୁଥିବା ସମୟ ତାଙ୍କର ଅଟେ।

ଯସ ଦ୍ୱିତୀୟ ପାରିରେ ଧ୍ରୁବ ସୌରିଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୨୪୬ ରନର ପାର୍ଟନରସିପ କରିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନ ୬୬.୫ ଓଭର ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିଛନ୍ତି। ଯସ ୨୬୧ ବଲ ଖେଳି ଡବଲ ଶତକ ହାସଲ କରିଛନ୍ତି। ସେ ନିଜ ୨୦୦ ରନର ନଟଆଉଟ ପାରିରେ ୨୬ ଅର୍ଦ୍ଧଶତକ ମାରିଛନ୍ତି। ଧ୍ରୁବ ସୌରି ୧୦୦ ରନ କରି ଆଉଟ ହୋଇଥିଲେ।ଧ୍ରୁବ ନିଜ ପାରିରେ ୧୩ ଟି ଚୌକା ମାରିଥିଲେ। ଯସ ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିତଲ୍ସ ତରଫରୁ ଖେଳିବେ। ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ ଆଇପିଏଲ ୨୦୨୨ର ମେଗା ଅକ୍ସନରେ ୫୦ ଲକ୍ଷରେ ଟିମରେ ସାମିଲ କରିଛି।
ରଣଜୀ ଟ୍ରଫିର ୬ ପାରିରେ ଯସ ଢୁଲଙ୍କର ସ୍କୋର:
ଯସ ଢୁଲ ରଣଜୀ ଟ୍ରଫି ୨୦୨୨ରେ ୧୧୩(୧୫୦),୧୧୩*(୨୦୦),୫(୮),୧୯(୩୪),୨୯(୪୫),୨୦୦(୨୬୧)ର ସ୍କୋର କରାଯାଇଛି। ଦିଲ୍ଲୀ ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ଏଲିଟି ଗ୍ରୁପ ଏଚର ମ୍ୟାଚ ଡ୍ରରେ ଶେଷ ହୋଇଯାଇଛି। ଛତିଶଗଡ଼ ନିଜର ପ୍ରଥମ ପାରିରେ ୯ ୱିକେଟ ହରାଇ ୪୮୨ ରନ କରିଥିଲା। ଜବାବରେ ଦିଲ୍ଲୀ ପ୍ରଥମ ପାରିରେ ୨୯୫ ରନ କରିଥିଲା। ଯେବେକି ଦ୍ୱିତୀୟ ପାରିରେ ୨ ୱିକେଟ ହରାଇ ୩୯୬ ରନରେ ପାରି ଘୋଷଣା କରିଥିଲା।
#ICYMI – Yash Dhull continues to flourish in #RanjiTrophy2022 https://t.co/LhhVIg1xhU pic.twitter.com/YRbPNPMGXK
— Cricbuzz (@cricbuzz) March 6, 2022
ଯସଙ୍କ ଉପଲବ୍ଧିଆଁ:
ଯସ ଢୁଲ ନିଜ ଅଧିନାୟକତ୍ୱରେ ଭାରତକୁ ଅଣ୍ଡର-୧୯ ଏସିଆ କପ ଓ ପରେ ଅଣ୍ଡର-୧୯ ବିଶ୍ୱକପ ଜିତାଇଥିଲେ। ଏହା ପରେ ତାଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଲା। ରଣଜୀ ଟ୍ରଫିର ଡେବ୍ୟୁ ମ୍ୟାଚର ଦୁଇଟି ଯାକ ପାରିରେ ଶତକ ମାରିଥିଲେ। ଏବେ ଡବଲ ଶତକ ମାରି ସେ ଲୋକଙ୍କ ନିଜରକୁ ଆସିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।