ବଡ଼ ଅପଡେଟ: ୨୦୨୨ IPL ହେବ ଭାରତରେ! ସୂଚନା ଦେଲେ ଜୟ ଶାହା, ମେଗା ଅକ୍ସନକୁ ନେଇ କହିଲେ ଏହି କଥା…

ଇଣ୍ଡିଆନ ପ୍ରିମୀୟର ଲିଗ ପାଇଁ ଖୁସି ଖବର। ବିସିସିଆଇ ସଚିବ ଜୟ ସାହା ଏହା ଜଣାଇଛନ୍ତି କି ଆଇପିଏଲର ଆଗାମୀ ସିଜନର ଆୟୋଜନ ଭାରତରେ ହିଁ କରାଯିବ। ସାହା ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି। ସେ ଏହି ଆଶସ୍ୱନା ଦେଇଛନ୍ତି ଆଇପିଏଲର ଆଗାମୀ ସିଜନ ଭାରତରେ ହିଁ ଖେଳାଯିବ ଓ ୮ ଟି ଜାଗାରେ ୧୦ ଟି ଟିମ ଖେଳିବେ ବୋଲି ଜଣା ଯାଉଛି।

Google

ବିସିସିଆଇ ସଚିବ ଜୟ ସାହା ଚେନ୍ନାଇର “ଦି ଚମ୍ପିୟାନ କଲ” କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଚେନ୍ନାଇ ସୁପର କିଙ୍ଗସର ଚତ୍ରୁର୍ଥ ଆଇପିଏଲ ବିଜୟ ଖୁସିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଜୟ ସାହା ଆସ୍ୱସନା ଦେଇ କହିଥିଲେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ ଭାରତ ଫେରିବ ଓ ଏହା ଅଧିକ ରୋମାଞ୍ଚକର ହେବ କାରଣ ଲଖନଉ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ ମଧ୍ୟ ସାମିଲ ହୋଇଛନ୍ତି। ସେ କହିଛନ୍ତି,”ମତେ ଜଣାଅଛିକି ଆପଣମାନେ ସିଏସକେକୁ ଚେପକରେ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି। ଏହି କ୍ଷଣ ବହୁତ ଦୂର ନୁହେଁ କାରଣ ଆଇପିଏଲର ୧୫ ତମ ସିଜନ ଭାରତରେ ହିଁ ଆୟୋଜନ ହେବ। ଏଥିରେ ଆଉ ଦୁଇଟି ନୂଆ ଟିମ ସାମିଲ ହେବା ଦ୍ଵାରା ରୋମାଞ୍ଚକ ଆହୁରି ବଢ଼ିଯିବ”।

ଆଇପିଏଲର ପୂର୍ଵ ସିଜନର ପ୍ରଥମ ଭାଗ ଭାରତରେ ହିଁ ହୋଇଥିଲା ଓ ପରେ କରୋନା ସଂକ୍ରମଣ ବଢିବାରୁ ଏହାର ବାକି ମ୍ୟାଚ ୟୁଏଇରେ ଖେଳାଯାଇଥିଲା। ଫାଇନାଲ ମଧ୍ୟ ୟୁଏଇରେ ହୋଇଥିଲା। ସାହା କହିଛନ୍ତି ଏହି ଡିସେମ୍ବରରେ ମେଗା ଅକ୍ସନ ହେବ ବୋଲି। ସେ ଆଶା କରିଛନ୍ତି କି ଏହି ଆୟୋଜନ ଆହୁରି ରୋମାଞ୍ଚକର ହେବ ଜଣା ଯାଉଛି।

ସାହା କହିଛନ୍ତି,”ଆମ ପାଖରେ ଆଇପିଏଲ ପାଇଁ ଏକ ବଡ଼ ନିଲାମୀ ହେବ। ଏହା ଦେଖିବା ରୋମାଞ୍ଚକ ହେବ କି ନୂଆ ଟିମରେ ସଦସ୍ୟ ଓ ଖେଳାଳି କିପରି ଲାଗୁଛନ୍ତି। “କହିରଖିବୁକି ସିବିସି କ୍ୟାପିଟାଲ ଅହମ୍ମଦାବାଦ ପାଇଁ ୫୬୨୫ କୋଟି ଓ ଆରପି ସଞ୍ଜୀବ-ଗୋୟନିକା ସମୂହ ଲଖନଉ ପାଇଁ ୭୦୯୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦୁଇ ନୂଆ ଟିମ ଆଗାମୀ ବର୍ଷ ହିଁ ଖେଳିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *