IPL ରେ ଧୁମ ମଚାଇଲେ ଭାରତୀୟ ବୋଲର! ଏହି ଏହି ବୋଲରଙ୍କ ସୁନ୍ଦର ପ୍ରଦର୍ଶନ!

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନରେ ଦ୍ୱିତୀୟ ସପ୍ତାହ ଶୁକ୍ରବାରକୁ ଗୁଜୁରାଟ ଟାଇଟନ୍ସ ଓ ପଞ୍ଜାଵ କିଙ୍ଗସ ମ୍ୟାଚ ସହଶେଷ ହୋଇଥିଲା। ଦୁଇ ସପ୍ତାହରେ ୧୬ ଟି ମ୍ୟାଚ ଶେଷ ହୋଇଛି। ଏହି ସମୟରେ ବ୍ୟାଟ୍ସମ୍ୟାନଙ୍କ ସହ ବୋଲର ମଧ୍ୟ ଖୁବ ଧମାଲ କରିଛନ୍ତି। ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଶୀର୍ଷ ୬ ସ୍ଥାନରେ ଭାରତୀୟ ବୋଲର ଅଟନ୍ତି। ଭାରତୀୟ ପେସରଙ୍କ ସହ ସ୍ପିନ ବୋଲର ମଧ୍ୟ ପ୍ରଶଂସାର ପାତ୍ର ହୋଇଛନ୍ତି।

Google

ଟିମ ଇଣ୍ଡିଆର ପେସର ଉମେଶ ଯାଦବ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ବୋଲିଙ୍ଗ କରିଛନ୍ତି। କେକେଆର ତରଫରୁ ଖେଳି ସେ ୪ ଟି ମ୍ୟାଚରେ ୯ ଟି ୱିକେଟ ନେଇଥିଲେ। ଏହି ସମୟରେ ତାଙ୍କର ବୋଲିଙ୍ଗ ଇକୋନୋମି ୫.୨୫ର ଅଟେ। ଉମେଶ ବଢୁଥିବା ବୟସ ସହ ବେସ୍ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ଆଇପିଏଲର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୩ ରନରେ ୪ ଟି ୱିକେଟ ଅଟେ। ସେ ଏହି ଆଇପିଏଲରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ପ୍ରଥମ ସ୍ଥାନରେ ଅଛନ୍ତି।

ୟୁଜବେନ୍ଦ୍ର ଚାହଲ ୧୨ ଓଭର ବୋଲିଙ୍ଗରେ ୭ ଟି ୱିକେଟ ନେଇସାରିଛନ୍ତି:

ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ୩ ଟି ମ୍ୟାଚରେ ୧୨ ଓଭର ବୋଲିଙ୍ଗ କରି ୭ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛି। ଏହି ସମୟରେ ତାଙ୍କ ଇକୋନୋମି ୫.୨୫ର ରହିଥିଲା। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୨ ରନ ଦେଇ ୩ ଟି ୱିକେଟ ଅଟେ। ପଞ୍ଜାଵ କିଙ୍ଗସର ଲେଗ ସ୍ପିନର ରାହୁଲ ଚାହାର ୪ ଟି ମ୍ୟାଚରେ ୭ ଟି ୱିକେଟ ନେଇଛନ୍ତି। ସେ ୬.୩୧ର ଇକୋନୋମି ରେଟରେ ରନ ଦେଇଛନ୍ତି ଓ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୫ ରନ ଦେଇ ୩ ଟି ୱିକେଟ ଅଟେ। ଏହି ଲିଷ୍ଟରେ ସେ ତୃତୀୟ ନମ୍ବରରେ ଅଛନ୍ତି।

Google
ପେସର ଆଭେଶ ଖାନ ୪ ଟି ମ୍ୟାଚରେ ୭ ଟି ୱିକେଟ ନେଇଛନ୍ତି:

ପୂର୍ଵ ସିଜନରେ ଦିଲ୍ଲୀ କ୍ୟାପିଟଲ୍ସର ଅଂଶ ରହିଥିବା ଆଭେଶ ଖାନ ଏହି ସିଜନରେ ନୂତନ ଟିମ ଲକ୍ଷନୌ ସୁପର ଜାଏଣ୍ଟସ ତରଫରୁ ଖେଳୁଛନ୍ତି। ଏହି ସିଜନରେ ୪ ଟି ମ୍ୟାଚରେ ୭ ଟି ୱିକେଟ ନେଇଛନ୍ତି। ତାଙ୍କର ବୋଲିଙ୍ଗ ଇକୋନୋମି ୮.୬୫ର ରହିଛି। ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳି ୩ ଟି ମ୍ୟାଚରେ ୬ ଟି ୱିକେଟ ନେଇଛନ୍ତି। କୁଲଦୀପ ୬.୯୪ ଇକୋନୋମି ରେଟରେ ରନ ଦେଇଛନ୍ତି। ତାଙ୍କର ବେଷ୍ଟ ପ୍ରଦର୍ଶନ ୧୮ ରନ ଦେଇ ୩ ଟି ୱିକେଟ ଅଟେ। କୁଲଦୀପ ଏହି ଲିଷ୍ଟରେ ପଞ୍ଚମ ନମ୍ବରରେ ଅଛନ୍ତି।

ସାମୀ ୧୨ ଓଭର ବୋଲିଙ୍ଗ କରି ୬ ଟି ୱିକେଟ ନେଇଛନ୍ତି:

ଅନୁଭବୀ ବୋଲର ମହମ୍ମଦ ସାମୀ ୩ ଟି ମ୍ୟାଚରେ ୬ ଟି ୱିକେଟ ନେଇ ୬ ନମ୍ବର ସ୍ଥାନରେ ଅଛନ୍ତି।ସାମୀ ଏହି ଆଇପିଏଲ ସିଜନରେ ଲକ୍ଷନଉ ସୁପର ଜାଏଣ୍ଟସ ତରଫରୁ ଖେଳୁଛନ୍ତି। ସେ ୭.୫୮ ଇକୋନୋମିରେ ବୋଲିଙ୍ଗ କରୁଛନ୍ତି। ମ୍ୟାଚରେ ୨୫ ରନ ଦେଇ ୩ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସାମି ଏହି ସିଜନରେ ଏହି ପର୍ଯ୍ୟନ୍ତ ୧୨ ଓଭର ବୋଲିଙ୍ଗ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *