ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶୁକ୍ରବାରକୁ ଅଧିକାରୀକ ରୂପରେ ଆଇପିଏଲର ଆଗାମୀ ସିଜନର ସେଡ୍ୟୁଲ ଜାରିକରିଛି। ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚକୁ ହେବ ଓ ଫାଇନାଲ ମ୍ୟାଚ ୨୯ ମଇକୁ ହେବ। ଲିଗ ଷ୍ଟେଜର ସବୁ ୭୦ ମ୍ୟାଚ ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ଖେଳାଯିବ। ପ୍ଲେ ଅଫର ଭେନ୍ୟୁ ଉପରେ ପରେ ଫଇସଲା କରାଯିବ।
The #TataIPL 2022 Dates and Groups confirmed!
We are in Group B alongside @ChennaiIPL, @PunjabKingsIPL, @SunRisers & @gujarat_titans. ??
SAVE THE DATES, 12th Man Army! It’s the event we’ve all been waiting for. ??#PlayBold #WeAreChallengers #IPL2022 #Mission2022 pic.twitter.com/9TUOOGpRfS
— Royal Challengers Bangalore (@RCBTweets) February 25, 2022
ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ୨୦, ବ୍ରେବୋନ ଷ୍ଟାଡିୟମରେ ୧୫, ମୁମ୍ବାଇର ଡିବାଇ ପାଟିଲ ଷ୍ଟାଡିୟମରେ ୨୦,ଓ ପୁନେର ଏମସିଏ ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ୧୫ ମ୍ୟାଚ ଖେଳାଯିବ। ସବୁ ଟିମ ୱାନଖଡେ ଓ ଡିବାଇ ପାଟିଲ ଷ୍ଟାଡିୟମରେ ୪-୪ ମ୍ୟାଚ ଖେଳିବେ ଯେବେକି ବ୍ରେବୋନ ଓ ପୁନେ ଏମସିଏ ଷ୍ଟାଡିୟମରେ ୩-୩ ମ୍ୟାଚର ଆୟୋଜନ କରାଯିବ।
ସବୁ ୧୦ ଟିମ ୧୪-୧୪ ମ୍ୟାଚ ଖେଳିବେ,ଏହି ୧୪ ମ୍ୟାଚରୁ ୭ ଟି ଘରେ ଖେଳିବେ ଓ ସାତଟି ଘର ବାହାରେ ଖେଳିବେ। ଏଥର ଆଇପିଏଲର ମ୍ୟାଚ ସଂଖ୍ୟା ୬୦ ବଦଳରେ ୭୪ ହୋଇଯାଇଛି। ସବୁ ଟିମ ପାଞ୍ଚଟି ଟିମ ସହ ୨-୨ ଟି ମ୍ୟାଚ ଖେଳିବ ଓ ଆଉ ବାକି ୪ ଟିମ ସହ ୧-୧ ମ୍ୟାଚ ଖେଳିବ। ଲିଗ ରାଉଣ୍ଡର ପରେ ପ୍ଲେଅଫ ମ୍ୟାଚ ଖେଳାଯିବ,ଯାହାର ଭେନ୍ୟୁ ଓ ତାରିଖ ଏବେ ନିର୍ଧାରିତ ହୋଇନାହଁ।
The group Ensemble! ?! Aaramikalangala?!#TATAIPL #WhistlePodu ? pic.twitter.com/LfKVYKtpFR
— Chennai Super Kings – Mask P?du Whistle P?du! (@ChennaiIPL) February 25, 2022
ଏଥର ମ୍ୟାଚ ବଣ୍ଟାଯାଇ ଖେଳାଯିବ,୧୦ ଟିମ ଦୁଇଟି ଗ୍ରୁପରେ ବଣ୍ଟାଯାଇଛି। ଦୁଇ ଗ୍ରୁପ ୫-୫ ଟିମରେ ବଣ୍ଟାଯାଇଛି। ନିଜ ଗ୍ରୁପରେ ଜଣେ ଜଣଙ୍କ ବିରୁଦ୍ଧରେ ୨-୨ଟି ମ୍ୟାଚ ଖେଳିବେ। ଦ୍ୱିତୀୟ ଗ୍ରୁପର କୌଣସି ଗୋଟେ ଟିମ ସହିତ ଦୁଇଟି ମ୍ୟାଚ ଖେଳିବେ। ଏହାପରେ ଅନ୍ୟ ଗ୍ରୁପର ଅନ୍ୟ ଚାରି ଟିମ ସହିତ ୧-୧ ମ୍ୟାଚ ଖେଳିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।