ପ୍ରଥମେ ଟିମକୁ ବିଶ୍ୱକପ ଜିତାଇଲେ,ପରେ IPL ୨୦୨୨ରେ ନିଜର ପରିଚୟ ସୃଷ୍ଟି କରିବାକୁ ଇଛୁକ! ଏହି ତିନି ଖେଳାଳି ହୋଇପାରନ୍ତି X ଫାକ୍ଟର!

ବ୍ୟୁରୋ ରିପୋର୍ଟ: ଭାରତ ଅଳ୍ପଦିନ ତଳେ ଅଣ୍ଡର-୧୯ ବିଶ୍ୱକପ ଜିତିଛି। ଭାରତ ୫ ମ ଥର ଅଣ୍ଡର-୧୯ ବିଶ୍ୱକପ ଜିତିଛି। ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଭାରତ ଚମ୍ପିୟାନ ହୋଇଥିଲା। ଅଣ୍ଡର-୧୯ ରେ ଧମାକାଦାର ପ୍ରଦର୍ଶନ ପରେ ଭାରତର ଅନେକ ଯୁବ ଖେଳାଳିଙ୍କ ଉପରେ ଆଇପିଏଲ ୨୦୨୨ ମେଗା ଅକ୍ସନରେ ଟିମ ଦାମ ଲଗାଇଛନ୍ତି। ଅନେକ ଖେଳାଳିଙ୍କୁ ଖାସ ଦାମ ମିଳିଛି,ଯସ ଢୁଲବହୁତ ପ୍ରଭାବିତ କରିଛନ୍ତି।ସେହିପରି ହରନୁର ସିଂହ ଓ ସ୍ପିନର ବିକ୍କୀ ଓସ୍ତବାଲା ଅନସୋଲ୍ଡ ରହିଥିଲେ।

Google

ଅଲରାଉଣ୍ଡର ରାଜ ବାବାଙ୍କୁ ପଞ୍ଜାଵ କିଙ୍ଗସ ୨ କୋଟି ଟଙ୍କାର ନିଜ ସହ ଯୋଡିଛନ୍ତି। ସେହିପରି ରାଜବରଧନ ହେଁଙ୍ଗରଗେକର ଚେନ୍ନାଇ ସୁପର କିଙ୍ଗସ ୧.୫ କୋଟିରେ କିଣିଛି। ଅଧିନାୟକ ୟସ ଢୁଲଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ୫୦ ଲକ୍ଷରେ ନିଜ ସହ ମିସାଇଛି। ଆଇପିଏଲର ୧୫ ତମ ସିଜନରେ ଅଣ୍ଡର-୧୯ ବିଶ୍ୱକପର ସେ କେଉଁ ୩ ଖେଳାଳି ଯାହାଙ୍କ ଉପରେ ନଜର ରହିପାରେ ଜାଣନ୍ତୁ।

ରାଜ ବାୱା ନିଜ ଅଲରାଉଣ୍ଡର ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ କଲେ ପ୍ରଭାବିତ:

ଯୁବ ଅଲରାଉଣ୍ଡର ରାଜ ବାୱା ନିଜ ଅଲରାଉଣ୍ଡ ପ୍ରଦର୍ଶନ ଦ୍ଵାରା ଭାରତକୁ ଅଣ୍ଡର-୧୯ ବିଶ୍ୱକପରେ ଅନେକ ମ୍ୟାଚରେ ବିଜୟ ଦେଇଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ଦେଖି ପଞ୍ଜାଵ କିଙ୍ଗସ ତାଙ୍କୁ ନିଜ ସହ ଯୋଡିଛି। ଅଣ୍ଡର-୧୯ ବିଶ୍ୱକପରେ ସବୁଠୁ ଅଧିକ ୱିକେଟ ନେଇଥିବା ଭାରତୀୟ ହିସାବରେ ସେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ଏହା ସହସେ ସବୁଠୁ ଅଧିକ ରନ ମଧ୍ୟ କରିଛନ୍ତି। ବାୱା ୬ ମ୍ୟାଚରେ ୯ ୱିକେଟ ନେବା ସହ ୬୩ର ଔସତରେ ୨୫୨ ରନ କରିଥିଲେ। ଏହି ପ୍ରତିଭାବାନ ଖେଳାଳି ଆଇପିଏଲରେ ନଜର ପ୍ରତିଭା ଦେଖାଇବା ପାଇଁ ଇଛୁକ ଥାଇପାରନ୍ତି।

Google

ରାଜବରଧନ ହେଁଙ୍ଗରଗେକର ତଳ କ୍ରମରେ ଧୂଆଁଧାର ବ୍ୟାଟିଙ୍ଗ କରିପାରିବେ:

ଯୁବ ଖେଳାଳି ରାଜବରଧନ ହେଁଙ୍ଗରଗେକର ଅଣ୍ଡର-୧୯ ବିଶ୍ୱକପରେ ମାତ୍ର ୫ ଟି ୱିକେଟ ନେଇଥିଲେ ସତ କିନ୍ତୁ ସେ ଯେଉଁପରି ବୋଲିଙ୍ଗ କରିବାକୁ ଓହ୍ଲାଇଥିଲେ ସେ ବହୁତ ପ୍ରଶଂସନୀୟ। ତାଙ୍କର ଆତ୍ମବିଶ୍ୱାସ ସହ ବୋଲିଙ୍ଗ ତାଙ୍କୁ ଆଇପିଏଲରେ ସାହାଯ୍ୟ କରିପାରେ। ତଳକ୍ରମରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ସେ ୬ ଛକା ବିଶ୍ୱକପରେ ମାରିଥିଲେ।

ୟସ ଢୁଲ ରଣଜୀ ଟ୍ରଫିରେ ମଧ୍ୟ ଚମକ ଦେଖାଇଥିଲେ:

ଅଣ୍ଡର-୧୯ ବିଶ୍ୱକପ ବିଜେତା ଟିମର ଅଧିନାୟକ ଯସ ଢୁଲ କରୋନା ପଜେଟିଭ କାରଣରୁ ଅନେକ ମ୍ୟାଚରୁ ବାହାର ରହିଥିଲେ। ଏହା ପରେ ଭଲ ହୋଇ ସେସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ୭୬ର ଔସତରେ ୨୨୯ ରନ କରିଥିଲେ ଯେଉଁଥିରେ ଗୋଟେ ଶତକ ମଧ୍ୟ ସାମିଲ ଥିଲା। ଢୁଲଙ୍କୁ ରଣଜୀ ଟ୍ରଫିର ଏହି ସିଜନରେ ଦିଲ୍ଲୀ ତରଫରୁ ଡେବ୍ୟୁ ମୌକା ମିଳିଲା। ସେ ରଣଜୀ ଟ୍ରଫିରେ ଗୋଟେ ଡବଲ ଶତକ ଓ ଦୁଇଟି ଶତକ ମାରିଛନ୍ତି। ସେ ସୁନ୍ଦର ଫର୍ମରେ ଅଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *