ବ୍ୟୁରୋ ରିପୋର୍ଟ: ଆଇପିଏଲ ଇତିହାସରେ ଜୋସ ବଟଲର ଓ ଆର ଅଶ୍ୱିନୀଙ୍କ ବିବାଦ ପ୍ରାୟ କାହାକୁ ଅଛପା ନାହିଁ। ବର୍ଷ ୨୦୧୯ରେ ଅଶ୍ୱିନୀ ପଞ୍ଜାଵ କିଙ୍ଗସ ତରଫରୁ ଖେଳି ରାଜସ୍ଥାନ ରୟାଲ୍ସର ୱିକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ମାଂକଡିଙ୍ଗ ଆଉଟ କରିଥିଲେ ,ଯାହାକୁ ନେଇ ବହୁତ ବିବାଦ ହୋଇଥିଲେ। କିନ୍ତୁ ଦୁଇ ଖେଳାଳି ଏବେ ଗୋଟେ ଟିମରେ ଖେଳୁଥୁବା ଦେଖାଯିବେ। ଆଇପିଏଲର ୧୫ ତମ ସିଜନରେ ରାଜସ୍ଥାନ ଅଫ ସ୍ପିନର ଆର ଅଶ୍ୱିନୀଙ୍କୁ ୫ କୋଟିରେ ଟିମରେ ସାମିଲ କରିଛନ୍ତି। ଅଶ୍ୱିନୀଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା।
.@ashwinravi99 is SOLD to @rajasthanroyals for INR 5 Crores#TATAIPLAuction @TataCompanies
— IndianPremierLeague (@IPL) February 12, 2022
ବଟଲର ଆର ଅଶ୍ୱିନୀଙ୍କୁ ରାଜସ୍ଥାନରେ ସ୍ୱାଗତ କରିଛନ୍ତି। ଟିମ ବଟଲରଙ୍କ ଏହି ଭିଡ଼ିଓ ସେୟାର କରିଛନ୍ତି,ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଛି। ବଟଲର ଭାରତୀୟ ବୋଲରଙ୍କୁ ସ୍ୱାଗତ କରି କହିଛନ୍ତି,”ହେଲୋ ଏସ , ଚିନ୍ତା କରନାହିଁ ମୁଁ ପିଚ ଭିତରେ ଅଛି। ରୟାଲ୍ସ ପାଇଁ ଆପଣଙ୍କୁ ପିକରେ ଦେଖିବାର ଅପେକ୍ଷା କରିପାରିବିନି। ଆପଣଙ୍କ ସହିତ ଡ୍ରେସିଙ୍ଗ ରୁମ ସେୟାର କରିବା ପାଇଁ ଉତ୍ସାହିତ ଅଛି”।
ଅଶ୍ୱିନୀ ରାଜସ୍ଥାନ ଟିମକୁ ଯିବା ଦ୍ଵାରା ପୂର୍ଵ ଭାରତୀୟ ଵିସ୍ପୋଟକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ମଧ୍ୟ ମଜା ନେଇଛନ୍ତି। ସେ କହିଛନ୍ତି ଅଶ୍ୱିନୀ ରାଜସ୍ଥାନ ଟିମକୁ ଗଲେ। ଏବେ ସେ ବଟଲରଙ୍କ ସହ ମାଂକଣ୍ଡିଙ୍ଗ ପାଇଁ ପ୍ଲାନ କରୁଥିବା ଦେଖି ମତେ ଭଲ ଲାଗିବ। ରାଜସ୍ଥାନ ନିଲାମୀର ପ୍ରଥମ ଦିନ ଅଶ୍ୱିନୀଙ୍କ ସହ ନ୍ୟୁଜିଲାଣ୍ଡର ବୋଲର ଟ୍ରେଣ୍ଟ ବୋଲଟଙ୍କୁ ୮ କୋଟିରେ ଟିମରେ ସାମିଲ କରିଛି। ଏହା ଛଡା ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ସିମରାନ ହେଟମାୟାରଙ୍କୁ ମଧ୍ୟ ୮.୫ କୋଟିରେ ଟିମରେ ସାମିଲ କରିଛି। ଓପନର ବ୍ୟାଟ୍ସମ୍ୟାନ ଦେବଦତ ପଡିକଲ ରାଜସ୍ଥାନ ସହ ଖେଳିବେ।
To Ash, with love 💗
– @josbuttler#RoyalsFamily | @ashwinravi99 | #IPLAuction pic.twitter.com/t7LJRPPtwa
— Rajasthan Royals (@rajasthanroyals) February 12, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।