IPL ଅକ୍ସନ ଫ୍ରେବୃୟାରୀ ୧୨ ଏବଂ ୧୩ ରେ ହେବାକୁ ଅଛି। ଏହାକୁ ନେଇ କେତେକ ଟିମ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଥାଇପାରନ୍ତି। ଏହାକୁ ନେଇ ଏକ ବଡ଼ ଖବର ଆମେ ଆପଣଂକୁ ଜଣାଉଛୁ। CSK ନିଜ ରିଟେନ ଲିଷ୍ଟରେ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି, ଋତୁରାଜ ଗାଏକବାଡ଼ ଏବଂ ମୋଇନ ଅଲ୍ଲିଙ୍କୁ ସାମିଲ କରିଥିଲା।

ତେବେ ଯାହା ଜଣା ଯାଉଛି CSK ନିଜର ପୂର୍ବ ପ୍ଲେୟରଙ୍କୁ ଆଣିବାକୁ ଚେଷ୍ଟା କରିପାରେ। ଯାହା ମଧ୍ୟରେ ସାରଦୁଲ ଠାକୁର, ଦୀପକ ଚାହର, ଫାଫ ଡୁ ପ୍ଲେସିସ ଏବଂ ଡିଜେ ବ୍ରାଭୋ ସାମିଲ ଅଟନ୍ତି। ତେବେ ତାଙ୍କ ଛଡା କେଉଁ ପ୍ଲେୟରଙ୍କୁ CSK ନିଜ ଦଳରେ ସାମିଲ କରିପାରେ ଜାଣନ୍ତୁ।
୧: ସୁରେଶ ରାଇନା: ପୁଣି ଥରେ ହଳଦିଆ ଜର୍ସିରେ ଦେଖା ଦେଇପାରନ୍ତି ସୁରେଶ ରାଇନା। ସେ CSK ପାଇଁ ଅନେକ ସୁନ୍ଦର ପାରି ଖେଳି ସାରିଛନ୍ତି ଏବଂ ଦଳକୁ ବିଜୟ ମଧ୍ୟ ଦେଇଛନ୍ତି। ତାଙ୍କୁ MR.IPL ବୋଲି କୁହାଯାଏ। ନମ୍ବର ୩ କିମ୍ବା ୪ ପାଇଁ CSK ରାଇନାଙ୍କୁ ଟାର୍ଗେଟ କରିପାରେ।

୨: ଓଡ଼ିଏନ ସ୍ମିଥ: ଇଣ୍ଡିଜର ଅଲରାଉଣ୍ଡର ଓଡିଏନ ସ୍ମିଥଙ୍କୁ CSK ନିଜ ଦଳରେ ସାମିଲ କରିପାରେ। ସେ ଭଲ ବୋଲିଂ ଏବଂ ଶେଷ କ୍ରମରେ ଭଲ ବ୍ୟାଟିଂ ବି କରିପାରନ୍ତି। ସାମ କରନ ଯେହେତୁ ଏହି ମେଗା ଅକ୍ସନରେ ସାମିଲ ନାହାନ୍ତି ସେଥିପାଇଁ ହୁଏତ ଓଡି଼ଏନଙ୍କୁ CSK ନିଜ ଦଳରେ ସାମିଲ କରିପାରେ।

୩: ଟ୍ରେଣ୍ଟ ବୋଲଟ: ବୋଲଟ ୨୦୨୧ IPL ରେ ମୁମ୍ବାଇ ପକ୍ଷରୁ ସୁନ୍ଦର ପ୍ରଦର୍ଶନ କରିଥିଲେ। CSK ପାଖରେ ପୂର୍ବ ବର୍ଷ ହେଜେଲଉଡ଼ ଥିଲେ ହେଲେ ଏଥର ସେ ରିଲିଜ ହୋଇଯାଇଛନ୍ତି। ହୁଏତ ଦଳ ବୋଲଟଙ୍କୁ ନିଜ ଦଳରେ ସାମିଲ କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।