ବ୍ୟୁରୋ ରିପୋର୍ଟ: ଇସାନ କିସାନ ବର୍ତ୍ତମାନର ଆଇପିଏଲ ସିଜନରେ ସବୁଠୁ ଦାମୀ ଖେଳାଳି ହୋଇଯାଇଛନ୍ତି। ମୁମ୍ବାଇ ତାଙ୍କୁ ୧୫.୨୫ କୋଟିରେ କିଣିଛି। ସେ ପୂର୍ଵ ସିଜନରେ ମଧ୍ୟ ମୁମ୍ବାଇ ଟିମ ପଟେ ଖେଳିଥିଲେ କିନ୍ତୁ ଏହି ସିଜନରେ ଟିମ ତାଙ୍କୁ ରିଟେନ କରିନଥିଲା। ତାଙ୍କ ବେସ୍ ପ୍ରାଇସ୍ ଏହି ଅକ୍ସନରେ ଦୁଇ କୋଟି ରଖାଯାଇଥିଲା। ମାନେ ସେ ଅକ୍ସନରେ ୭ ଗୁଣ ଅଧିକ ଦାମରେ ବିକ୍ରି ହେଲେ। ମୁମ୍ବାଇ ସହ ଅନ୍ୟ ଟିମ ମାନେ ମଧ୍ୟ ଇସାନଙ୍କ ଉପରେ ଦାମ ଲଗାଇଥିଲେ। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏହା ପୂର୍ବରୁ ମଧ୍ୟ ନିଲାମୀରେ ଅନେକ ଥର ୧୦ କୋଟିରୁ ଅଧିକ ଦାମ ଖେଳାଳିଙ୍କ ଉପରେ ଲଗାଇସାରିଛି। ପୂର୍ଵ ସିଜନରେ ସେ ୬.୨ କୋଟିରେ ମୁମ୍ବାଇରେ ରହିଥିଲେ। ଏଥର ତାଙ୍କୁ ୯ କୋଟିରୁ ଅଧିକ ଦାମ ମିଳିଛି।

୨୩ ବର୍ଷୀୟ ଇସାନ କିସାନଙ୍କର ଟି-୨୦ କ୍ୟାରିଅର ସୁନ୍ଦର ରହିଛି। ସେ ଟି-୨୦ରେ ୧୦୪ ପାରିରେ ୨୮ ଔସତରେ ୨୭୨୬ ରନ କରିଛନ୍ତି। ସେ ଏଥିରେ ଦୁଇଟି ଶତକ ୧୫ ଅର୍ଦ୍ଧଶତକ ମାରିଛନ୍ତି। ଏହି ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ଷ୍ଟାଇକରେଟ ୧୩୫ ରହିଛି ଯାହା ଟି-୨୦ ହିସାବରେ ଭଲ ଅଟେ। ଏହି କାରଣରୁ ୫ ଥରର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଉପରେ ମୋଟା ଦାମ ଲଗାଇଛି। ସେ ଟି-୨୦ ବିଶ୍ୱକପରେ ମଧ୍ୟ ଓହ୍ଲାଇଥିଲେ। ପୂର୍ଵ ୱେଷ୍ଟଇଣ୍ଡିଜ ସହ ସିରିଜରେ ମଧ୍ୟ ସେ ରୋହିତଙ୍କ ସହ ଓପନିଙ୍ଗରେ ଓହ୍ଲାଇଥିଲେ।
ଦ୍ୱିତୀୟ ସବୁଠୁ ଦାମୀ ଭାରତୀୟ ଖେଳାଳି ହେଲେ:
ଇସାନ କିସନ ଆଇପିଏଲ ଅକ୍ସନରେ ବିକ୍ରି ହୋଇଥିବା ଦ୍ୱିତୀୟ ସବୁଠୁ ଦାମୀ ଖେଳାଳି ହୋଇଯାଇଛନ୍ତି। ୨୦୧୫ ରେ ଯୁବରାଜ ସିଂହଙ୍କୁ ୧୬ କୋଟି ମିଳିଥିଲା। ଇସାନ ପୂର୍ବରୁ ମଧ୍ୟ କହିଛନ୍ତି କି ମୁମ୍ବାଇ ତାଙ୍କର ପସନ୍ଦର ଟିମ ଅଟେ। ଏଥର ଆଇପିଏଲ ମହାରାଷ୍ଟ୍ରରେ ମଧ୍ୟ ଖେଳଯାଇପାରେ। ସେ ପୂର୍ବରୁ ମଧ୍ୟ ମୁମ୍ବାଇରେ ରହିଥିବା କାରଣରୁ ତାଙ୍କୁ ଫାଇଦା ମିଳିପାରେ।
📰 In today's Breaking News 📰
Ishan Kishan's coming back home 💙#OneFamily #MumbaiIndians #AalaRe #IPLAuction @ishankishan51 pic.twitter.com/ed5OaC1Ttr
— Mumbai Indians (@mipaltan) February 12, 2022
ମୁମ୍ବାଇର ଅନ୍ୟ କିଛି ଖେଳାଳି ଅନ୍ୟ ଟିମକୁ ଯାଇସାରିଛନ୍ତି। ଏଥିରେ ପ୍ରମୁଖ ରୂପରେ ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା,କ୍ୱିଣ୍ଟନ ଡିକକ ଓ ଟ୍ରେଣ୍ଟ ବୋଲଟ ସାମିଲ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।