ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନ ପାଇଁ ଖେଳାଳିଙ୍କ ନିଲାମୀ ୧୨ ଓ ୧୩ ଫେବୃଆରୀକୁ ବେଙ୍ଗଲୋରରେ ହେବ। ଏଥର ୫୯୦ ଖେଳାଳି ଏହି ମେଗା ଅକ୍ସନରେ ଓହ୍ଲାଇବେ। ଖେଳାଳିଙ୍କ ନିଲାମୀ ନିର୍ଧାରିତ ଦିନ ସକାଳ ୧୧ ରୁ ଆରମ୍ଭ ହେବ। ଆଇପିଏଲ ତରଫରୁ ମଙ୍ଗଳବାରକୁ ମିଡ଼ିଆରେ ସମୟ ବିଷୟରେ କୁହା ଯାଇଛି।

ଆଇପିଏଲର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡ଼ିଓ ସେୟାର କରାଯାଇଛି। ଏହି ଭିଡ଼ିଓର ମେଗା ଅକ୍ସନର ସମୟ କୁହାଯାଇଛି। ଆଇପିଏଲ ଅକ୍ସନରେ ଏଥର ୨୦୨୨ରେ ୧୦ ଟି ଟିମ ଅଂଶ ଗ୍ରହଣ କରିବ। ଅହମ୍ମଦାବାଦ ଓ ଲକ୍ଷନଉ ଦୁଇ ନୂଆ ଟିମ ଏଥର ଅଂଶଗ୍ରହଣ କରିବେ।
ଅହମ୍ମଦାବାଦ ଟିମର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ହେବେ ଓ ଲକ୍ଷନଉ ଟିମର ଅଧିନାୟକ କେ ଏଲ ରାହୁଲ ହେବେ ବୋଲି ଜଣା ଯାଉଛି। ନିଲାମୀ ପୂର୍ବରୁ ଲକ୍ଷନଉ ଟିମ କେ ଏଲ ରାହୁଲ, ମାର୍କସ ଷ୍ଟୋଇନିକ୍ସ ଓ ରବି ବିସ୍ନୋଇଙ୍କୁ ଟିମରେ ସାମିଲ କରିଥିଲା। ସେହିପରି ଅହମ୍ମଦାବାଦ ହାର୍ଦିକ ପାଣ୍ଡ୍ୟା, ରାସିଦ ଖାନ ଓ ଶୁଭମନ ଗିଲଙ୍କୁ ଟିମରେ ସାମିଲ କରିଛି।

ଆଇପିଏଲ ୨୦୨୨ର ମେଗା ଅକ୍ସନ ୨୦୨୨ର ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ହେବ। ଲାଇଭ ଷ୍ଟ୍ରିମିଙ୍ଗ ହର୍ଟଷ୍ଟାର ଆପରେ ଆପଣ ଦେଖିପାରିବେ।
୪୮ ଖେଳାଳି ୨ କୋଟି ରଖିଛନ୍ତି ବେଶ ପ୍ରାଇସ୍:
୨ କୋଟି ବେଶ ପ୍ରାଇସ ସବୁଠୁ ରିଜର୍ଭ ଦାମ ଅଟେ ଓ ମୋଟ ୪୮ ଖେଳାଳି ଏହି ବେଶ ପ୍ରାଇସ ଅଛନ୍ତି। ୨୦ ଜଣ ଖେଳାଳି ୧.୫ କୋଟିର ବେଶ ପ୍ରାଇଜରେ ଅଛନ୍ତି। ୩୪ ଜଣ ଖେଳାଳି ଏକକୋଟିର ବେସ୍ ପ୍ରାଇସରେ ଅଛନ୍ତି।
ଭାରତ ତରଫରୁ ଏହି ବଡ଼ ନାମ ହେବେ ନିଲାମୀରେ ସାମିଲ:
ଭାରତ ତରଫରୁ ଅନେକ ବଡ଼ ନାମ ଯେପରି: ଶ୍ରେୟସ ଅୟର, ଶିଖର ଧୱନ, ଆର ଅଶ୍ୱିନୀ, ମହମ୍ମଦ ସାମୀ,ଇସାନ କିସନ,ଅଜିଙ୍କ୍ୟ ରାହାଣେ,ସୁରେଶ ରାଇନା,ୟୁଜବେନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର,ସାରଦୁଲ ଠାକୁର,ଦୀପକ ଚାହାର, ଇସାନ୍ତ ଶର୍ମା,ଉମେଶ ଯାଦବ ଏଥର ନିଲାମୀରେ ଓହ୍ଲାଇବେ।
The #TATAIPLAuction 2022 is almost here, where your favourite teams’ future will be decided! This is where their road to success shall begin.
Catch every move from the mega auction:
Feb 12-13, 11 AM onwards | @StarSportsIndia & @DisneyPlusHS pic.twitter.com/ECigmZQtBN
— IndianPremierLeague (@IPL) February 8, 2022
୧୨୧୭ ଜଣ ଖେଳାଳି ନାମ ରେଜିଷ୍ଟ୍ରେସନ କରାଇ ଥିଲେ:
ଆଇପିଏଲ ମେଗା ଅକ୍ସନ ପାଇଁ ମୋଟ ୧୨୧୭ ଜଣ ଖେଳାଳି ନାମ ରେଜିଷ୍ଟ୍ରେସନ କରିଥିଲେ। ଏଥିରୁ ବିସିସିଆଇ ୫୯୦ ଖେଳାଳିଙ୍କୁ ଚୟନ କରିଥିଲା। ଏଥିରେ ୨୨୮ କ୍ୟାପଡ଼ ଖେଳାଳି ଓ ୩୫୫ ଅନକ୍ୟାପଡ଼ ଖେଳାଳି ଅଛନ୍ତି। ସାତ ଜଣ ଖେଳାଳି ଅସୋସିଏଟ ଦେଶରୁ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।