ବଡ଼ ଖବର: IPL ମେଗା ଅକ୍ସନକୁ ନେଇ ଜୋର ଧରିଲା ଖବର! ଏହି ମାସରେ ହୋଇପାରେ ଅକ୍ସନ!

୨୦୨୧ ଆଇପିଏଲ ସଂସ୍କରଣ ସମ୍ପାପ୍ତ ହୋଇସାରିଛି। ଚେନ୍ନାଇ ସୁପର କିଂଗ୍ସ ଚମ୍ପିୟାନ ଟାଇଟଲ ହାସଲ କରିଛି। ୨୦୨୨ ଆଇପିଏଲ ରେ ହେବାକୁ ଯାଉଛି ସବୁଠାରୁ ବଡ଼ ମହା ମୁକାବିଲା। ଏଥିରେ ଭାଗ ନେବାର ଚାନ୍ସ ଅଛି ୧୦ ଟି ଦଳର। ପୂର୍ବରୁ ଥିବା ୮ ଟି ଦଳ ସହିତ ଲଖନୌ ଏବଂ ଅହମ୍ମଦାବାଦ ସାମିଲ ହୋଇଛନ୍ତି ବୋଲି ଜଣା ଯାଉଛି। ତେବେ ଏହି ଦୁଇ ଟିମ କେଉଁ ପ୍ଲେୟରଙ୍କୁ ଦଳରେ ରଖୁଛନ୍ତି ତାହା ଏଯାଏ ଅଫିସିଆଲି ଘୋଷଣା ହୋଇନାହିଁ।

Google

ସେଥିପାଇଁ ଆଇପିଏଲର ଅକ୍ସନ ଜାନୁଆରୀ ମାସରେ ହେବାକୁ ଧାର୍ଯ୍ୟ କରା ଯାଇଥିଲା। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଏହି ଅକ୍ସନ ଜାନୁଆରୀ ମାସର ତୃତୀୟ ସପ୍ତାହ ଆଗରୁ କରିବା ସମ୍ଭବ ଲାଗୁନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏଥିପ୍ରତି ନିଜର ତତ୍ପରତା ଦେଖାଉ ନାହାନ୍ତି। ତେଣୁ ଜଣା ଯାଉଛି ଯେ ଅକ୍ସନରେ ବିଳମ୍ବ ହୋଇପାରେ।

୨୦୨୨ ଆଇପିଏଲ ଅକ୍ସନରେ ସମସ୍ତ ଖେଳାଳୀ ପରିବର୍ତ୍ତନ ହେବେ। ପ୍ରତ୍ୟେକ ଦଳ ନିଜ ଟିମରେ ଅତିବେଶୀରେ ୪ ଟି ଖେଳାଳିଙ୍କୁ ରିଟେନ ରଖିପାରିବେ। ଅଧିକ ଖେଳାଳି ରଖିପାରିବେ ନାହିଁ। ଏଥିସହିତ ଦୁଇଟା ନୂତନ ଦଳ ଲଖନୌ ଏବଂ ଅହମ୍ମଦାବାଦ ଆଇପିଏଲର ୨୦୨୨ ସଂସ୍କରଣରେ ସାମିଲ ହେବାକୁ ଯାଉଛି। ଏହା ସହିତ ଲଖନୌ ଏବଂ ଅହମ୍ମଦାବାଦ ନିଜର ମନ ମୁତାବକ ୩ ଟି ଖେଳାଳିଙ୍କୁ ରିଟେନ ରଖିପାରିବେ। ଏହା ପରେ ଆଇପିଏଲ ଅକ୍ସନ ଆରମ୍ଭ ହେବ।

Google

ବିସିସିଆଇର ଜଣେ ଅଧିକାରୀଙ୍କ କହିଛନ୍ତି ଯେ, “୨୦୨୨ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଆଇପିଏଲ ଅକ୍ସନ ଆରମ୍ଭ କରିବା ସମ୍ଭବ ନୁହେଁ। ବର୍ତ୍ତମାନ ଆମେ ଅହମ୍ମଦାବାଦ ଦଳର ଉତ୍ତରକୁ ଅପେକ୍ଷା କରିଛୁ। ତେଣୁ ଏହା ପୂର୍ବରୁ ଆଇପିଏଲ ଅକ୍ସନ ତାରିଖ ଜଣାଇବା ସମ୍ଭବ ନୁହେଁ। ଉଭୟ ଲଖନୌ ଏବଂ ଅହମ୍ମଦାବାଦ ଦଳ ନିଜର ତିନୋଟି ଖେଳାଳି ରିଟେନ ରଖି ସରିବା ପରେ ଏହାର ତାରିଖ ଶୁଣା ଯିବ। ତେଣୁ ଅକ୍ସନ ସମ୍ଭବତଃ ଜାନୁଆରୀ ମାସର ତୃତୀୟ ସପ୍ତାହ ପରେ ହୋଇପାରେ।

ପୂର୍ବ ସୂଚନା ଅନୁଯାୟୀ ସମ୍ଭବତଃ ନୂତନ ଖେଳାଳି କେ ଏଲ ରାହୁଲ , ୟୁଜବେନ୍ଦ୍ର ଚହଲ ଏବଂ ରସିଦ ଖାନ ଲଖନୌ ଦଳରେ ରହିପାରନ୍ତି। ଅହମ୍ମଦାବାଦ ଦଳ ନିଜର କୌଣସି ସୂଚନା ଦେଇ ନାହିଁ। ଅତି ରୋମାଞ୍ଚକର ହେବାକୁ ଯାଉଥିବା ଏହି ୨୦୨୨ ଆଇପିଏଲ ଅକ୍ସନ ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ଆନନ୍ଦ ଆଣିବାକୁ ଯାଉଛି। ବିଶ୍ୱର ସବୁଠାରୁ ବଡ଼ ଲିଗ ହୋଇଥିବା ଆଇପିଏଲର ଖେଳାଳି ଚୟନ ଉପରେ ରହିଛି ସମସ୍ତଙ୍କ ନଜର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *