ବ୍ୟୁରୋ ରିପୋର୍ଟ: IPL ୨୦୨୨ର ମେଗା ଅକ୍ସନର ନିଲାମୀ ୧୨ ଓ ୧୩ ଫେବୁଆରୀକୁ ବାଙ୍ଗାଲୋରରେ ହେବାର ଅଛି। ବିସିସିଆଇ ସେହି ସବୁ ଖେଳାଳିଙ୍କ ଲିଷ୍ଟ ଜାରି କରିଛି ଯେଉଁମାନେ ନିଲାମୀ ପାଇଁ ରେଜିଷ୍ଟ୍ରେସନ କରିଛନ୍ତି। ମୋଟ ୧୨୧୪ ଜଣ ଖେଳାଳି (୮୯୬ ଭାରତୀୟ ୩୧୮ବିଦେଶୀ ଖେଳାଳି) ନିଲାମୀରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ କରାଇଛନ୍ତି। ଏଥିରୁ ୨୭୦ ଜଣ ଖେଳାଳି ଏପରି ଅଛନ୍ତି ଯେଉଁମାନେ ନିଜ ଦେଶ ପାଇଁ କମ ସେ କମ ଗୋଟେ ମ୍ୟାଚ ଖେଳିଛନ୍ତି। ୯୦୩ ଜଣ ଏପରି ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଦେଶ ପାଇଁ ପର୍ଯ୍ୟନ୍ତ ଗୋଟେ ମଧ୍ୟ ମ୍ୟାଚ ଖେଳିନାହାନ୍ତି। ଏଥି ମଧ୍ୟରୁ ୪୧ ଜଣ ଖେଳାଳି ଏପରି ଦେଶରୁ ମଧ୍ୟ ଅଛନ୍ତି ଯେଉଁ ଦେଶରେ ଟେଷ୍ଟ ଖେଳିବା ପାଇଁ ଅନୁମତି ନାହିଁ କେବଳ ଟି-୨୦ ଓ ଏକଦିବସିୟ ଖେଳିବାର ଅନୁମତି ଅଛି।

ଆଇପିଏଲ ୨୦୨୨ ମେଗା ଅକ୍ସନରେ ଏପରି ୬୧ ଜଣ ଖେଳାଳିଙ୍କ ଉପରେ ଦାମ ଲଗାଯାଇପାରେ ଯେଉଁମାନେ ଭାରତ ପାଇଁ କମ ସେ କମ ଗୋଟେ ମ୍ୟାଚ ଖେଳିଥିଲେ। ୨୦୯ ଜଣ ଖେଳାଳି ନିଲାମୀରେ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କମସେ କମ ଗୋଟେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି। ବିଦେଶ ଖେଳାଳି ହିସାବରେ ଅଷ୍ଟ୍ରେଲିଆର ସବୁଠୁ ଅଧିକ ୫୯ ଖେଳାଳି ଭାଗ ନେବେ। ଏହା ପରେ ଦକ୍ଷିଣ ଆଫ୍ରିକାର ୪୮ ଜଣ ଖେଳାଳି ଓ ଶ୍ରୀଲଙ୍କାର ୩୬ ଖେଳାଳି ସାମିଲ ଅଛନ୍ତି। ୟୁଏଇ, ସ୍କର୍ଟଲ୍ୟାଣ୍ଡ, ଭୁଟାନ,ଓ ନେଦରଲ୍ୟାଣ୍ଡର ଗୋଟେ ଗୋଟେ ଖେଳାଳି ନିଲାମୀରେ ଭାଗ୍ୟ ପରୀକ୍ଷା କରିବେ।
ଇଏସପିଏନ କ୍ରିକଇନ୍ଫୋର ଖବର ଅନୁସାରେ ୪୯ ଜଣ ଖେଳାଳିଙ୍କୁ ସବୁଠୁ ଅଧିକ ୨ କୋଟିର ବେଶ ପ୍ରାଇଜରେ ରଖାଯାଇଛି। ଏଥିରେ ୧୭ ଭାରତୀୟ ଓ ବାକି ୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି। ୨ କୋଟିର ବେଶ ପ୍ରାଇଜ ଲିଷ୍ଟରେ ଅଷ୍ଟ୍ରେଲିଆର ଡେଭିଡ ୱାରନର, ଭାରତର ଆର ଅଶ୍ୱିନୀ,ଦକ୍ଷିଣ ଆଫ୍ରିକାର କାଗୀସୋ ରବାଡ଼ା ଓ ୱେଷ୍ଟଇଣ୍ଡିଜର ଡିଜେ ବ୍ରାଭୋ ସାମିଲ ଅଛନ୍ତି।
A total of 1,214 players (896 Indian and 318 overseas players) have signed up to be part of the IPL 2022 Player Auction.#IPL2022 #IPLAuction2022 https://t.co/UO1op70qdm
— CricketNext (@cricketnext) January 22, 2022
ୱାରନର ପୁର୍ବ ବର୍ଷ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ତାଙ୍କୁ ଆଇପିଏଲ ୨୦୨୨ ପାଇଁ ହାଇଦ୍ରାବାଦ ରିଟନ କରିନାହିଁ। ତାଙ୍କ ଛଡା ଫାଇନାଲରେ ପ୍ଲେଏର ଅଫ ଦି ମ୍ୟାଚ ହୋଇଥିବା ଅଷ୍ଟ୍ରେଲିଆର ମିଚେଲ ମାର୍ସଙ୍କୁ ୨ କୋଟିର ବେଶ ପ୍ରାଇଜରେ ରଖାଯାଇଛି।
ଦୁଇ କୋଟିର ବେଶ ପ୍ରାଇଜରେ ୪୯ ଖେଳାଳି:
୨ କୋଟିର ବେଶ ପ୍ରାଇଜ ଲିଷ୍ଟରେ ଆର ଅଶ୍ୱିନୀଙ୍କ ଛଡା ଭାରତର ଶ୍ରେୟସ ଅୟର, ଶିଖର ଧାୱନ, ଇସାନ କିସନ,ସୁରେଶ ରାଇନା, ଦୀପକ ଚାହାର, ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ,ଭୁବନେଶ୍ୱର କୁମାର ,ରବିନ ଉଥାପା,ମହମ୍ମଦ ସାମୀଙ୍କ ପରି ଖେଳାଳି ସାମିଲ ଅଛନ୍ତି। ଏହି ଲିଷ୍ଟରେ ସାମିଲ ଥିବା ବିଦେଶୀ ଖେଳାଳିଙ୍କ କଥା କହିବାତ ପ୍ୟାଟ କମିନ୍ସ, ଏଡ଼ମ ଜାମ୍ପା, ଷ୍ଟିଭ ସ୍କିଥ, ସାକୀବ ଅଲ ହସନ,ମାର୍କ ବୁଡ,ଟ୍ରେଣ୍ଟ ବୋଲଟ,ଫାଫ ଡୁ ପ୍ଲେସି, କ୍ୱିଣ୍ଟନ ଡିକକ ସାମିଲ ଅଛନ୍ତି। କ୍ରିକଇନ୍ଫୋର ଖବର ଅନୁସାରେ କ୍ରିସ ଗେଲ, ବେନ ଷ୍ଟୋକ, ଜୋଫ୍ରା ଆର୍ଚ୍ଚର, ମିଚେଲ ଷ୍ଟାର୍କ, ସାମ କରନ, କ୍ରିସ ଓକ୍ସଙ୍କ ନାମ ନିଲାମୀର ଆରମ୍ଭ ଲିଷ୍ଟରେ ନାହିଁ।
Base price for Suresh Raina in IPL Auction 2022 will be 2 Crore#SureshRaina • #IPLAuction2022 pic.twitter.com/qX2K4qlmzJ
— Suresh Raina FC™ (@CultRaina) January 22, 2022
ଫାଇନାଲ ଲିଷ୍ଟ ଅକ୍ସନ ପୂର୍ବରୁ ଜାରି ହେବ:
ଏବେ ବିସିସିଆଇ ମେଗା ଅକ୍ସନରେ ପାଇଁ ୧୨୧୪ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି ତାଙ୍କ ଲିଷ୍ଟ ସବୁ ୧୦ ଟିମଙ୍କୁଦେଇଦେଇଛନ୍ତି। ଫାଇନାଲ ଲିଷ୍ଟ ବିସିସିଆଇ ମେଗା ଅକ୍ସନ ପୂର୍ବରୁ ଦେବ।
୪ ବର୍ଷ ପରେ ମେଗା ଆକ୍ସନ ହେବାକୁ ଯାଉଛି:
ବର୍ଷ ୨୦୧୮ରେ ଶେଷ ଥର ମେଗା ଅକ୍ସନ ହୋଇଥିଲା ଓ ଏବେ ବର୍ଷ ୨୦୨୨ରେ ମେଗା ଅକ୍ସନ ହେବ। ସେବେ ୮ ଟି ଟିମ ଥିଲା ଏବେ ୧୦ ଟି ଟିମ ଅକ୍ସନରେ ଭାଗ ନେବ। ସବୁ୧୦ ଟିମ ଏବେ ପର୍ଯ୍ୟନ୍ତ ୩୩ ଖେଳାଳିଙ୍କୁ ରିଟେନ କରିଛି ଓ ମୋଟ ୩୩୮ କୋଟି ଟଙ୍କା ଖର୍ଚ୍ଚ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।