ଅକ୍ସନରେ ଏହି ୫ଟି ଖେଳାଳିଙ୍କୁ ନେବା ପାଇଁ ହେବ ଜୋରଦାର ଲଢେଇ! ୧୦ କୋଟି ପର୍ଯ୍ୟନ୍ତ ବି ଯାଇପାରନ୍ତି ଏହି ପ୍ଲେୟର, ଦେଖନ୍ତୁ ଲିଷ୍ଟ!

ବ୍ୟୁରୋ ରିପୋର୍ଟ: IPL ୨୦୨୨ ମେଗା ଅକ୍ସନକୁ ଆଉ ଅଳ୍ପ ଦିନ ବାକି ଅଛି। ବିସିସିଆଇ ଦ୍ଵାରା ଫେବୁଆରୀ ୧୨ ଓ ୧୩ କୁ ବାଙ୍ଗାଲୋରରେ ହେବାର ଅଛି ମେଗା ଅକ୍ସନ। ଏଯାଏ ୧୦ ଟିମ ୩୩ ଜଣ ଖେଳାଳିଙ୍କୁ ରିଟେନ କରିଛି। ଲଖନଉ ଓ ଅହମ୍ମଦାବାଦ ଦୁଇ ନୂଆ ଟିମ ପ୍ରଥମ ଥର ଆଇପିଏଲରେ ଓହ୍ଲାଇଛନ୍ତି। ଲଖନଉ ଦଳ ନିଜ ଅଧିନାୟକ କେ ଏଲ ରାହୁଲଙ୍କୁ ୧୭ କୋଟିରେ କିଣିଛନ୍ତି ସେହିପରି ଅହମ୍ମଦାବାଦ ଦଳ ନିଜ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣିଛନ୍ତି। ଏଥର ମ୍ୟାଚ ସଂଖ୍ୟା ମଧ୍ୟ ବଢିବାର ଚାନ୍ସ ଅଛି। ଏଥର ଯେହେତୁ ୮ ଜାଗାରେ ୧୦ ଟିମ ଖେଳିବାର ଅଛି ୬୦ ଜାଗାରେ ୭୪ ମ୍ୟାଚ ହେବାର ଚାନ୍ସ ଅଛି। ଏହି ୫ ଖେଳାଳିଙ୍କୁ ନିଲାମୀରେ ୧୦ କୋଟିରୁ ଅଧିକ ଦାମ ମିଳିପାରେ।

Google

ଶ୍ରେୟସ ଅୟର: ଶ୍ରେୟସ ଅୟରଙ୍କ ବେସ ପ୍ରାଇସ୍ ୨ କୋଟି ରଖାଯାଇଛି। ଶ୍ରେୟସ ଆଇପିଏଲର ପୂର୍ଵ ସିଜନରେ ଦିଲ୍ଲୀ କ୍ୟାପିଟଲ୍ସ ତରଫରୁ ଖେଳିଥିଲେ। ଏହି ସିଜନରେ ସେ ନିଜେ ଟିମରୁ ଅଲଗା ହୋଇଛନ୍ତି ବୋଲି ଅନୁମାନ ହେଉଛି। ଦିଲ୍ଲୀ କ୍ୟାପିଟଲ୍ସ ରିଷଭ ପନ୍ତଙ୍କୁ ଅଧିନାୟକ କରିଛି। ଅୟରଙ୍କୁ କିଛି ଟିମ ଅଧିନାୟକ କରିବାକୁ ଚାହୁଁଛନ୍ତି ବୋଲି ଅନୁମାନ କରାଯାଉଛି। ଅୟର ନିଜ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟଲ୍ସକୁ ୨୦୨୦ରେ ଫାଇନାଲରେ ପହଁଞ୍ଚାଇଥିଲେ। ଆରସିବି ଓ କେକେଆର ତାଙ୍କୁ ନିଜ ସହ ଯୋଡିପାରନ୍ତି।

Google

ପ୍ୟାଟ କମିନ୍ସ: ଅଷ୍ଟ୍ରେଲିଆର ବୋଲର ପ୍ୟାଟ କମିନ୍ସଙ୍କର ରେକର୍ଡ ଭଲ ରହିଛି। ସେ ଆଇପିଏଲରେ ପୂର୍ଵ ସିଜନରେ କେକେଆର ପଟୁ ଖେଳିଥିଲେ। ପୂର୍ଵ ସିଜନରେ କେକେଆର ତାଙ୍କୁ ୧୫.୫ କୋଟିରେ କିଣିଥିଲା। ଅଳ୍ପ ଦିନ ତଳେ ସରିଥିବା ଆସେସ ସିରିଜରେ ସେ ଭଲ ପ୍ରଦର୍ଶନ କରିଥିଲେ। ସେ ଟି-୨୦ରେ ବୋଲିଙ୍ଗ ଓ ବ୍ୟାଟିଙ୍ଗ ଦୁଇଟିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ତେଣୁ ସବୁ ଟିମଙ୍କ ନଜର ତାଙ୍କ ଉପରେ ରହିପାରେ।

ଡେଭିଡ ୱାରନର: ସନରାଇଜର୍ସ ହାଇଦ୍ରାବାଦର ପୂର୍ଵ ଅଧିନାୟକ ଡେଭିଡ ୱାରନର ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ବିଦେଶୀ ଖେଳାଳି ଅଟନ୍ତି। ପୂର୍ଵ ସିଜନ ଅଧାରୁ ହାଇଦ୍ରାବାଦ ତାଙ୍କୁ ଅଧିନାୟକରୁ ବାହାର କରିଥିଲା। ସେ ନିଜ ଅଧିନାୟକତ୍ୱରେ ହାଇଦ୍ରାବାଦକୁ ଥରେ ଆଇପିଏଲ ଚମ୍ପିୟାନ ମଧ୍ୟ କରିଛନ୍ତି। ଟି-୨୦ ବିଶ୍ୱକପ ୨୦୨୧ରେ ସେ ସୁନ୍ଦର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଟ୍ରଫି ଜିତାଇଥିଲେ। ତେଣୁ ସବୁ ଆଇପିଏଲ ଟିମ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହିଁପାରନ୍ତି।

Google

କାଗିସୋ ରବାଡ଼ା: ଦକ୍ଷିଣ ଆଫ୍ରିକାର ପେସର କାଗିସୋ ରବାଡ଼ା ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ପୂର୍ଵ ଦୁଇ ଆଇପିଏଲ ସିଜନରେ ଦିଲ୍ଲୀ କ୍ୟାପିଟଲ୍ସର ସଫଳତାରେ ରବାଡ଼ାଙ୍କ ଯୋଗଦାନ ଅତୁଳନୀୟ। ପୂର୍ଵ ସିଜନରେ ତାଙ୍କୁ ପାଖାପାଖି ୪ କୋଟି ମିଳିଥିଲା। ଏଥର ତାଙ୍କୁ ଅଧିକ ଦାମ ମିଳିପାରେ।

ଟ୍ରେଣ୍ଟ ବୋଲଟ: ନ୍ୟୁଜିଲାଣ୍ଡର ଏହି ପେସର ଅନେକ ସମୟ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳିଥିଲେ। ପ୍ରଥମ ୬ ଓଭରରେ ସେ ଟିମକୁ ସଫଳତା ଦେବାରେ ମାହିର ଅଟନ୍ତି। ତାଙ୍କୁ ବର୍ଷ ୨୦୧୭ରେ କେକେଆର ୫ କୋଟିରେ ଦଳରେ ସାମିଲ କରିଥିଲା। ଏହି ସିଜନରେ ତାଙ୍କ ଉପରେ ମୋଟା ଦାମ ଲାଗିପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *