Breaking News: IPL ୨୦୨୨ ଉପରେ କରୋନାର ବିପଦ! ବଦଳିବ ମେଗା ଅକ୍ସନର ତାରିଖ! ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: IPL ୨୦୨୨କୁ ନେଇ ପ୍ରସ୍ତୁତିରେ ଲାଗିଛି। ନୂଆ ସିଜନ ପୂର୍ବରୁ ମେଗା ଅକ୍ସନ ହୋଇ ପାରେ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଖେଳିବାର ଅଛି। କିନ୍ତୁ ଏହା ମଧ୍ୟରେ ଆଇପିଏଲକୁ ନେଇ ବଡ଼ ଖବର ଆସୁଛି। କରୋନାକୁ ନେଇ ମେଗା ଅକ୍ସନ ଓ ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ। ବିସିସିଆଇ ଅଧ୍ୟକ୍ଷ ଅଳ୍ପଦିନ ତଳେ କରୋନାରେ ସଂକ୍ରମଣ ହୋଇଥିଲେ। କହିରଖିବୁକି ପୁରୁଣା ୮ ଟି ଟିମ ମେଗା ଅକ୍ସନ ପୂର୍ବରୁ ୨୭ ଖେଳାଳିଙ୍କୁ ରିଟେନ କରିଛନ୍ତି। ଦୁଇ ନୂଆ ଟିମ ଏବେ ୩-୩ ଖେଳାଳିଙ୍କୁ ମେଗା ଅକ୍ସନ ପୂର୍ବରୁ ରିଟେନ କରିପାରିବ।

Google

ଇନସାଇଡ ସ୍ପୋର୍ଟ ଅନୁସାରେ ୧୨ ଓ ୧୩ ଫେବୃୟାରୀକୁ ବେଙ୍ଗଲୋରରେ ମେଗା ଆକ୍ସନ ହେବ। କିନ୍ତୁ କୋଭିଡ -୧୯ ପ୍ରତିବନ୍ଧକ କାରଣରୁ ଏଥିରେ ପରିବର୍ତ୍ତନ ହୋଇପାରେ। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି,”କିଛି ଜିନିଷ ଆମ ହାତରେ ନଥାଏ ଏଥିପାଇଁ ଅପେକ୍ଷା କରିବାକୁ ପଡିପାରେ। ବୁକିଙ୍ଗ ସମସ୍ୟା ନୁହେଁ କିନ୍ତୁ ପ୍ରତିକୁ ନେଇ ଖବର ନିଆଯାଉଛି। ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଷ୍ଟେଟ ଏସୋସିଏସ ସହିତ ସମ୍ପର୍କରେ ଅଛୁ। ଯଦି ଭେନ୍ୟୁରେ ପରିବର୍ତ୍ତନ ହେବ ତେବେ ଛୋଟ ନୋଟିସ କରାଯିବ”।

ଅନ୍ୟ ତିନୋଟି ସହରର ସ୍ଥିତି ମଧ୍ୟ ଭଲ ନାହିଁ:ବିସିସିଆଇ ବେଙ୍ଗଲୋର ଛଡା କୋଚି, ମୁମ୍ବାଇ ଓ କୋଲକତାକୁ ମଧ୍ୟ ମେଗା ଅକ୍ସନ ପାଇଁ ବିକଳ୍ପରେ ରଖିଛି। କିନ୍ତୁ ଏହି ତିନୋଟି ସହରରେ ମଧ୍ୟ କରୋନାର ସଂକ୍ରମଣ ବଢୁଛି। ତେଣୁ ଯଦି ବୋର୍ଡକୁ ନୂଆ ଜାଗା ଖୋଜିବାକୁ ହେବ ତେବେ ତାରିଖରେ ପରିବର୍ତ୍ତନ ହୋଇପାରେ। ବୋର୍ଡ ଅନ୍ୟ ଷ୍ଟେଟ ଏସୋସିଏସନ ସହିତ ମଧ୍ୟ ଅକ୍ସନକୁ ନେଇ କଥା ହେଉଛି। ଯାହା ଦ୍ୱାରା ଶେଷ ସମୟରେ ହେବାକୁ ଥିବା ପରିବର୍ତ୍ତନକୁ ନେଇ ପ୍ରସ୍ତୁତି କରାଯାଇପାରିବ।

Google

କେବଳ ଏକ ଚତ୍ରୁର୍ଥାଂଶ ଖେଳାଳିଙ୍କୁ ମିଳିବ ଜାଗା:ସୂଚନା ଅନୁସାରେ ବିସିସିଆଇ ସବୁ ଷ୍ଟେଟ ଏସୋସିଏସନକୁ ୧୭ ଜାନୁଆରୀ ମଧ୍ୟରେ ଖେଳାଳିଙ୍କ ନାମ ପଠାଇବା ପାଇଁ କହିଛି। ପାଖାପାଖି ୧୦୦୦ ଖେଳାଳିଙ୍କ ନାମ ଆସିବାର ସମ୍ଭାବନା ଅଛି। ବୋର୍ଡ ଅଧିକାରୀ କହିଛନ୍ତି,” ସବୁ ଷ୍ଟେଟ ଏସୋସିଏସନକି ୧୭ ଜାନୁଆରୀ ମଧ୍ୟରେ ଖେଳାଳିଙ୍କ ନାମ ପଠାଇବା ପାଇଁ କୁହାଯାଇଛି। ପାଖାପାଖି ୧୦୦୦ ଖେଳାଳିଙ୍କ ନାମ ଆସିପାରେ କିନ୍ତୁ ମାତ୍ର୨୫୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯିବ। କହିରଖିବୁ କି କରୋନା କାରଣରୁ ଆଇପିଏଲ ୨୦୨୦ ୟୁଏଇରେ କରାଯାଇଥିଲା। ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ମଧ୍ୟ ୟୁଏଇରେ ଖେଳାଯାଇଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *