ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲରେ ମେଗା ଅକ୍ସନ ହେବାକୁ ଯାଉଛି। ଶେଷ ଥର ମେଗା ଅକ୍ସନ ୨୦୧୮ରେ ହୋଇଥିଲା। ଚଳିତ ବର୍ଷ ୮ ସ୍ଥାନରେ ୧୦ ଟି ଟିମ ଆଇପିଏଲରେ ଓହ୍ଲାଇବାର ଜଣା ଯାଉଛି। ଲଖନଉ ଓ ଅହମ୍ମଦାବାଦ ଦୁଇ ନୂଆ ଟିମ ଅଟନ୍ତି। ମେଗା ଅକ୍ସନ ପୂର୍ବରୁ ୧୦ ଟିମ ୩୩ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି। କହିରଖିବୁ ମେଗା ଅକ୍ସନ ପାଇଁ ୧୨୧୪ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଥିବା ବେଳେ ବିସିସିଆଇ ୫୯୦ ଜଣଙ୍କୁ ହିଁ ଅକ୍ସନ ପାଇଁ ଚୟନ କରିଛି। ଏଥିରେ ଓଡିଶାର ଦୁଇ ଖେଳାଳି ମଧ୍ୟ ସାମିଲ ଅଛନ୍ତି।

ଆପଣଙ୍କୁ କହିରଖିବୁ ଆଇପିଏଲର ମେଗା ଅକ୍ସନ ପାଇଁ ଓଡିଶାରୁ ମୋଟ ୫ ଜଣ ଖେଳାଳି ବିକାଶ ବେହେରା, ରାଜେଶ ମହାନ୍ତି ,ଜୟନ୍ତ ବେହାର,ଅଭିଷେଖ ରାଉତ ଓ ଶୁଭ୍ରାଂଶୁ ସେନାପତି ନାମ ରେଜିଷ୍ଟ୍ରେସନ କରିଥିଲେ। ବିସିସିଆଇ ଏମାନଙ୍କ ମଧ୍ୟରେ କେବଳ ଅଭିଷେଖ ରାଉତ ଓ ଶୁଭ୍ରାଂଶୁ ସେନାପତିଙ୍କୁ ଚୟନ କରିଛନ୍ତି। ଏହା ସହ ଦୁଇଙ୍କ ବେସ୍ ପ୍ରାଇସ୍ ରଖାଯାଇଛି ୨୦ ଲକ୍ଷ ଟଙ୍କା। ଦୁହେଁ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ ଯେଉଁଥିରେ ଅଭିଷେଖ ୫ ଟି ମ୍ୟାଚରେ ୧୭୧ ଓ ଶୁଭ୍ରାଂଶୁ ୧୩୮ ରନ କରିଥିଲେ।
ଆପଣଙ୍କୁ କହିରଖିବୁ ଅଭିଷେଖ ଆଗରୁ ମଧ୍ୟ ଆଇପିଏଲ ଖେଳିଛନ୍ତି। ସେ ବର୍ଷ ୨୦୦୯ରୁ ରାଜସ୍ଥାନ ଟିମରେ ୨୨ ମ୍ୟାଚ ଖେଳି ୧୯୪ ରନ ମଧ୍ୟ କରିଛନ୍ତି। ବର୍ଷ ୨୦୧୨ ପର୍ଯ୍ୟନ୍ତ ଖେଳିବା ପରେ ୨୦୧୩ ରୁ ତାଙ୍କୁ ମୌକା ନମିଳିବା ଦ୍ଵାରା ସେ ବାଧ୍ୟ ହୋଇ ଓଡିଶା ଆସି ଘରୋଇ ମ୍ୟାଚ ଖେଳିଥିଲେ ଓ ପୁଣି ଦୁହିଁଙ୍କ ପାଇଁ ମୌକା ମିଳିଛି। ଏହା ପୂର୍ବରୁ ଓଡ଼ିଶାର ଦୁଇ ଖେଳାଳି ଯିଏକି ଆଇପିଏଲ ଖେଳିଛନ୍ତି ସେ ହେଉଛନ୍ତି ହଳଧର ଦାସ ଓ ବିପ୍ଳବ ସାମନ୍ତରାୟ। ପୂର୍ଵ ବର୍ଷ ରାଜେଶ ମହାନ୍ତିଙ୍କୁ ଚେନ୍ନାଇ ନେଟ ବୋଲର କରିଥିଲା କିନ୍ତୁ ଦଳରେ ସାମିଲ କରିନଥିଲା।
▪ #IPL2022: 590 players to go under the hammer in mega auction
▪ Sreesanth makes it to the IPL auction list
▪ #ISL: FC Goa holds Odisha FC to a draw
▪ Sports budget increased by ₹305.58 croreAll this and more, in our #dailybriefing 🍵🌞🗞 pic.twitter.com/SLufV6CMdf
— Sportstar (@sportstarweb) February 2, 2022
ଅଶ୍ୱିନୀ ଓ ଧୱନ ଅଛନ୍ତି ଦୁଇ କୋଟି ବେଶ ପ୍ରାଇସରେ:
ଆଇପିଏଲ ୨୦୨୨ର ମେଗା ଅକ୍ସନ ୧୨ ଓ ୧୩ ଫେବୃଆରୀରେ ବାଙ୍ଗାଲୋରରେ ଆୟୋଜନ ହେବାର ଅଛି। ଏଥିପାଇଁ ଖେଳାଳିଙ୍କ ସର୍ବାଧିକ ବେଶ ପ୍ରାଇସ୍ ରଖାଯାଇଛି ଦୁଇ କୋଟି। ଏହି ବେସ ପ୍ରାଇସରେ ଅନେକ ଭାରତୀୟ ଖାସ କରି ଶିଖର ଧୱନ ଓ ଆର ଅଶ୍ୱିନୀ ଅଛନ୍ତି। ଦୁଇ କୋଟି ବେସ ପ୍ରାଇସରେ ୪୮ ଜଣ, ୧.୫ କୋଟିରେ ୨୦ ଜଣ ଥିବା ବେଳେ ୧ କୋଟିର ବେସ ପ୍ରାଇସରେ ମୋଟ ୩୪ ଜଣ ରହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।