ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ମେଗା ଅକ୍ସନରେ ପ୍ରାୟ ଅଧିକାଂଶ ଟିମର ଲକ୍ଷ୍ୟ ରହିଲା ନିଜର ପୁରୁଣା ଖେଳାଳିଙ୍କୁ କିଣିବାରେ। ଏଥିରେ ଅନେକ ଟିମ ସଫଳ ରହିଲା କିନ୍ତୁ ମୋଟା ଅଙ୍କ ଖର୍ଚ୍ଚ କଲା। ଦୀପକ ଚାହାର ଓ ହର୍ଷଲ ପଟେଲ ଏହାର ଉଦାହରଣ । ଏହି ଦୁଇ ଖେଳାଳିଙ୍କୁ କିଣିବା ପାଇଁ ତାଙ୍କ ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିରେ ଅନେକ ଟିମ ଏପରି ଥିଲେ ଯିଏକି ନିଜ ପୂର୍ଵ ଟିମକୁ ଫେରିପାରିଲେନି। ଏଥିରେ ଦିଲ୍ଲୀ କ୍ୟାପିଟଲ୍ସ ପକ୍ଷରୁ ଖେଳୁଥୁବା ଆଭେସ ଖାନ ସାମିଲ ଅଛନ୍ତି ଯାହାଙ୍କୁ ଏଥର ଲକ୍ଷନଉ ସୁପର ଜାଏଣ୍ଟସ ତାଙ୍କୁ କିଣିନେଇଛି। ତାଙ୍କୁ ୧୦ କୋଟି ମିଳିଥିଲା ଓ ସେ ସବୁଠୁ ଅଧିକ ଟଙ୍କା ପାଇଥିବା ଅନକ୍ୟାପଡ଼ ଖେଳାଳି ହୋଇଯାଇଛନ୍ତି।

ଆଭେସ ଖାନ ନିଲାମୀକୁ ଲାଇଭ ଦେଖିନାହାଁନ୍ତି କିନ୍ତୁ ସେ ନିଜ ଅନୁଭବ କହିଲେ। ସେ କହିଛନ୍ତି କି ତାଙ୍କୁ ଆଶା ଥିଲାକି ସେ ୭ କୋଟି ପର୍ଯ୍ୟନ୍ତ ବିକ୍ରି ହେବେ ବୋଲି। କିନ୍ତୁ ଯେବେ ସେ ଅକ୍ସନ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିଲାମୀ ସମୟରେ ମୁଁ ଫ୍ଲାଇଟରେ ଥିଲି- ଆଭେସ:
ଆଭେସ ସ୍ପୋର୍ଟକିଡା ସହ ଅକ୍ସନ ଓ ଦିଲ୍ଲୀ କ୍ୟାପିଟଲ୍ସରୁ ବାହାରିବା ଉପରେ କହିଛନ୍ତି,”ମୁଁ ନିଲାମୀ ସମୟରେ ଫ୍ଲାଇଟରେ ଥିଲି ଓ ମତେ ଆଶାଥିଲା କି ମତେ ୭ କୋଟି ମିଳିବ। ମୁଁ ଫ୍ଲାଇଟରେ ଥିବାରୁ ଲାଇଭ ଦେଖିପାରିନଥିଲି। ମୁଁ ଏହା ଭାବି ନର୍ଭସ ହେଉଥିଲି କି ମତେ କେଉଁ ଟିମ କିଣିବ। ଯେବେ ମତେ ଜଣାପଡିଲା ମତେ ଲକ୍ଷନଉ କିଣିଛି ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି ଓ ପରେ ନିଜକୁ ଠିକ କରିଥିଲି”।
In an exclusive chat with Sportskeeda, Avesh Khan reveals that Rishabh Pant hugged him and apologised for not being able to buy him back ❤️
📸 IPL#IPL #IPL2022 #IPLAuction pic.twitter.com/LzY1Bm5NlI
— Sportskeeda (@Sportskeeda) February 14, 2022
ଆଭେସ ପୂର୍ଵ ସିଜନରେ ୨୪ ୱିକେଟ ନେଇଥିଲେ:
ଆଭେସ ପୂର୍ଵ ଆଇପିଏଲ ସିଜନରେ ଦିଲ୍ଲୀ କ୍ୟାପିଟଲ୍ସ ପଟୁ ଖେଳିଥିଲେ ଓ ୨୪ ୱିକେଟ ନେଇଥିଲେ। ସେ ହର୍ଷଲ ପଟେଲ ସବୁଠୁଅଧିକ ୱିକେଟ ନେବା ପରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ଆଉ ଦିଲ୍ଲୀ ଟିମରେ ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଏହାକୁ ନେଇ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ତାଙ୍କୁ କଣ କହିଛନ୍ତି।
ପନ୍ତ ମତେ ନେଇ ନିରାଶ ଥିଲେ:
ଆବେଶ କହିଛନ୍ତି,”ଦିଲ୍ଲୀସହିତ ମୋରସମ୍ପର୍କ ଅତି ନିବିଡ ଥିଲା। ଆମ ଫ୍ଲାଇଟ ଯେବେ କୋଲକତାରେ ଲ୍ୟାଣ୍ଡ ହେଲା ମୁଁ ହୋଟେଲ ଯାଇ ପନ୍ତଙ୍କୁ ଭେଟିଲି ଓ ସେ ମତେ ଆଳିଙ୍ଗନ କଲେ କହିଲେ କ୍ଷମାକରିବ ନେଇପାରିଲିନି। କାରଣ ତାଙ୍କ ପାଖରେ ଅଧିକ ଟଙ୍କା ବଞ୍ଚିନଥିଲା ଓ ଅନେକ ଆହୁରି ଖେଳାଳି ବାଛିବାର ଥିଲା। ମୁଁ ଯେବେ ରେକର୍ଡ ଦେଖିଲି ଦିଲ୍ଲୀ ମୋ ପାଇଁଶେଷ ଦାମ ୮.୭୫ କୋଟି ପର୍ଯ୍ୟନ୍ତ ଲଗାଇଥିଲା। କିନ୍ତୁ ଲକ୍ଷନଉ ୧୦ କୋଟି ପର୍ଯ୍ୟନ୍ତ ଦାମ ଲଗାଇଥିଲା। ପନ୍ତଙ୍କ ସହିତ ତାହା ବହୁତ ଭାବୁକ ମୁହୂର୍ତ୍ତ ଥିଲା। ଆମେ ଅଣ୍ଡର-୧୯ରେ ଏକାସାଥିରେ ଖେଳିଛୁ। ଆମେ ମ୍ୟାଚପରେ ସର୍ଵଦା ଏକାସାଥିରେ ବସିଥାଉ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।