ବ୍ୟୁରୋ ରିପୋର୍ଟ: ରାଜସ୍ଥାନ ରୟାଲ୍ସ ସେନ ୱାର୍ଣ୍ଣଙ୍କ ଅଧିନାୟକତ୍ୱରେ ଆଇପିଏଲର ପ୍ରଥମ ବର୍ଷ ୨୦୦୮ରେ ଚମ୍ପିୟାନ ହୋଇଥିଲା। ଏହା ପରେ ଟିମ ଆଉ କୌଣସି ସିଜନରେ ଏହି ପ୍ରଦର୍ଶନ କରିପାରିନାହାଁନ୍ତି। ଏଥିପାଇଁ ଟିମ ଏବେ ପର୍ଯ୍ୟନ୍ତଦ୍ୱିତୀୟ ଥର ଚମ୍ପିୟାନ ହୋଇପାରିନାହିଁ। ଟିମର ଅଧିନାୟକ ସଞ୍ଜୁ ସୈମସନଙ୍କର ମାନିବା ଅଟେକି ଆଇପିଏଲ ୨୦୨୨ର ମେଗା ଅକ୍ସନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।କାରଣ ଆଗାମୀ ୫ -୬ ବର୍ଷ ପାଇଁ ଖେଳାଳି ବାଛି ଟିମକୁ ମଜଭୁତ କରିବାକୁ ପଡିବ। ପୂର୍ଵ ସିଜନରେ ଟିମର ପ୍ରଦର୍ଶନରେ ଉନ୍ନତି ହୋଇଥିଲା କିନ୍ତୁ ଲଗାତର ଭଲ ପ୍ରଦର୍ଶନ କରିପାରିନଥିଲା। ଟିମ ଅକ୍ସନରେ ଭଲ ଖେଳାଳି କିଣି ଏହି ଅସୁବିଧାକୁ ଦୂର କରିବାକୁ ଚାହିଁବ। ୨୦୨୧ ରେ ମଧ୍ୟ ରାଜସ୍ଥାନ ପାଖରେ ଭଲ ଖେଳାଳି ଥିଲେ। ଲିଭିଙ୍କଷ୍ଟୋନ, ମୋରିସ, ଲୁଇସ ଇତ୍ୟାଦି।

ଆଇପିଏଲର ପ୍ରଥମ ସିଜନର ଚମ୍ପିୟାନ ରାଜସ୍ଥାନ ରୟାଲ୍ସ ଶନିବାର ଓ ରବିବାକୁକୁ ଅକ୍ସନରେ ୬୨ କୋଟି ସହିତ ଓହ୍ଲାଇବ। ରାଜସ୍ଥାନ ଅଧିନାୟକ ସଞ୍ଜୁ ସୈମସନ, ଜୋସ ବଟଲର ଓ ଯୁବ ବ୍ୟାଟ୍ସମ୍ୟାନ ୟସସ୍ୱି ଜୟସୱାଲଙ୍କୁ ରିଟେନ କରିଥିଲା। ସାମସନଙ୍କୁ ୧୪ କୋଟି, ବଟଲରଙ୍କୁ ୧୦ କୋଟି ଓ ୟଶସ୍ୱିଙ୍କୁ ୪ କୋଟି ମିଳିଛି। ରାଜସ୍ଥାନ ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକସ, କ୍ରିସ ମୋରିସ ଓ ଡେଭିଡ ମିଲରଙ୍କ ପରି ଖେଳାଳିଙ୍କୁ ଅକ୍ସନ ପୂର୍ବରୁ ରିଲିଜ କରିଦେଇଥିଲା।
ଆଇପିଏଲ ୨୦୨୧ରେ ରାଜସ୍ଥାନ ୭ମ ସ୍ଥାନରେ ରହିଥିଲା:
ପୂର୍ଵ ସିଜନରେ ରାଜସ୍ଥାନର ପ୍ରଦର୍ଶନ ଭଲନଥିଲା କାରଣ ଟିମ ୧୪ ରୁ ୫ ମ୍ୟାଚ ଜିତି ଅଙ୍କ ତାଲିକାରେ ୭ମ ସ୍ଥାନରେ ଥିଲା। ଏଥର ଟିମ ନୂଆ ଖେଳାଳିଙ୍କୁ ନିଜ ସହ ଯୋଡିବାକୁ ଚାହିଁବ ଓ ଏହା।ପାଇଁ ଅଧିନାୟକ ସାମସନ କହିଛନ୍ତି,”ଆମେ ନିଲାମୀରେ ସାମିଲ ସବୁ ଖେଳାଳିଙ୍କ ଉପରେ ନଜର ରଖିଛୁ। ଆମେ ଏପରି ଖେଳାଳିଙ୍କୁ କିଣିବାକୁ ଚାହୁଁଛୁ ଯିଏକି ଟିମର ଦୃଷ୍ଟିକୋଣକୁ ବୁଝି ଟିମକୁ ଶୀର୍ଷ ପର୍ଯ୍ୟନ୍ତ ନେଇପାରିବେ”।

ଅକ୍ସନକୁ ନେଇ ଆମର ପ୍ରସ୍ତୁତି ପୁରା: ସାଙ୍ଗାକାରା:
ଏବେ ପର୍ଯ୍ୟନ୍ତ ନିଲାମୀରେ ରାଜସ୍ଥାନ ସେହି ଖେଳାଳିଙ୍କ ଉପରେ ବଡ଼ ଦାମ ଲଗାଇ ଆସିଛି ଯିଏକି ବଡ଼ ଷ୍ଟାର ନହେଲେ ମଧ୍ୟ ଟିମରେ ବଡ଼ ଯୋଗଦାନ ଦେବାର କ୍ଷମତା ରଖୀଥିବେ। ଟିମର କ୍ରିକେଟ ନିର୍ଦେଶକ କୁମାର ସାଙ୍ଗାକାରା କହିଛନ୍ତି,”ଖେଳାଳିଙ୍କ ଏକତ୍ର ଲିଷ୍ଟ ଆମ ପାଖରେ ଅଛି। ଆମେ ଏକ ମଜବୁତ ଟିମ ପାଇଁ ଡେଟା ପ୍ରସ୍ତୁତ କରିଛୁ। ଏହା ବାସ୍ତବରେ ବହୁତ କଷ୍ଟ ପ୍ରକ୍ରିୟା ଅଟେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।