IPL ଅକ୍ସନ ଫ୍ରେବୃୟାରୀ ୧୨ ଏବଂ ୧୩ ରେ ହୋଇଥିଲା। କେତେକ ଖେଳାଳି ବିକ୍ରି ହୋଇଥିବା ବେଳେ କେତେକ ବିକ୍ରି ହୋଇନଥିଲେ। ବଡ଼ ଖବର, ସୁରେଶ ରାଇନାଙ୍କୁ MR.IPL କୁହାଯାଏ। ହେଲେ 2022 ଅକ୍ସନରେ ରାଇନାଙ୍କୁ କିଣିନାହାନ୍ତି କେଉଁ ବି ଦଳ। ତାଙ୍କ ରେକର୍ଡ କଥା କହିବା ତ ସବୁଠୁ ଅଧିକ ରନ CSK ପକ୍ଷରୁ ରାଇନା ହିଁ ବନାଇଛନ୍ତି। ସେ ୪୬୮୭ ରନ ବନାଇଛନ୍ତି। ସବୁଠୁ ଅଧିକ ଅର୍ଦ୍ଧଶତକ ବି CSK ପକ୍ଷରୁ ସୁରେଶ ରାଇନା ବନାଇଛନ୍ତି। ସେ ୩୪ ଟି ଅର୍ଦ୍ଧଶତକ ବନାଇଛନ୍ତି।
You Will Be Missed Chinna Thala ??
Thank You For The Memories ?@ImRaina @ChennaiIPL#SureshRaina #Raina #IPL2022 #IPL #CSK #RainaForever #ChinnaThala #MrIPL pic.twitter.com/t9OMRnk6dS— Behindwoods (@behindwoods) February 14, 2022
IPL ନକଆଉଟ ରେ ମଧ୍ୟ ୭୧୪ ରନ ବନାଇଛନ୍ତି। ସବୁଠୁ ଅଧିକ କ୍ୟା ଚ ଧରିବା ରେକର୍ଡ ମଧ୍ୟ ଅଛି ସୁରେଶ ରାଇନାଙ୍କ ନାମରେ। ସେ ୧୦୯ ଟି କ୍ୟାଚ ଧରିଛନ୍ତି। IPL ଫାଇନାଲରେ ମଧ୍ୟ ସୁରେଶ ରାଇନା ସବୁଠୁ ଅଧିକ ରନ ୨୪୯ ବନାଇଛନ୍ତି। MR.IPL ଯିଏ କି ଚେନ୍ନାଇ ସୁପର କିଙ୍ଗସ ଚମ୍ପିୟାନ ହେବାର ପ୍ରମୁଖ କାରଣ ମଧ୍ୟରୁ ଜଣେ ଅଟନ୍ତି। ତେବେ ସୁରେଶ ରାଇନାଙ୍କ ଫ୍ୟାନସ୍ ମାନେ ମନ ଦୁଃଖ କରିଥାଇପାରନ୍ତି, କାରଣ ଜଣେ ଚମ୍ପିୟାନ ଖେଳାଳି ଯିଏ କି IPL ରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଏବଂ ଜଣେ ମ୍ୟାଚ ୱିନର ଅଟନ୍ତି ହେଲେ ସେ IPL 2022 ଅକ୍ସନରେ ଅନସୋଲଡ଼ ହୋଇଯାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।