ବ୍ୟୁରୋ ରିପୋର୍ଟ: ପେସର ପ୍ରସିଦ୍ଧ କ୍ରିଷ୍ଣା ସୁନ୍ଦର ଫର୍ମରେ ଅଛନ୍ତି ଓ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସିରିଜରେ ସେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିରିଜରେ ଦୁଇଟି ମ୍ୟାଚରେ ୬ ଟି ୱିକେଟ ନେଇଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସିୟରେ କୃଷ୍ଣା ୧୨ ରନ ଦେଇ ୪ ଟି ୱିକେଟ ଅକ୍ତିଆର କରିଥିଲେ। ଏହା ମାନାଯାଉଛି କି ଏଥର ଆଇପିଏଲ ଅକ୍ସନରେ ସେ ଅଧିକ ଦାମରେ ଯାଇପାରନ୍ତି। ସେ ପୂର୍ଵ ସିଜନରେ କେକେଆର ତରଫରୁ ଖେଳିଥିଲେ ଏବଂ ଭଲ ପ୍ରଦର୍ଶନ ବି କରିଥିଲେ।

କ୍ରିଷ୍ଣା ଅହମ୍ମଦାବାଦରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଓ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମର ବିଜୟରେ ପ୍ରମୁଖ ଦାୟୀତ୍ୱ ତୁଲାଇଛନ୍ତି। ତାଙ୍କୁ ସେହି ମ୍ୟାଚରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବଛାଯାଇଥିଲା। ସିରିଜର ପ୍ରଥମ ଏକଦିବସିୟରେ ମଧ୍ୟସେ ୨୯ ରନ ଦେଇ ୨ ଟି ୱିକେଟ ନେଇଥିଲେ।
ପ୍ରସିଦ୍ଧ କ୍ରିଷ୍ଣା ଆଇପିଏଲ କ୍ୟାରିଅରରେ ଏଯାଏ ୩୪ ମ୍ୟାଚ ଖେଳିଛନ୍ତି ଓ ୩୦ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ସେ ଭାରତ ପାଇଁ ଏଯାଏ ଟେଷ୍ଟ ମ୍ୟାଚ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିପାରିନାହାଁନ୍ତି। ସେ ୬ ଟି ଏକଦିବସିୟରେ ୧୫ ୱିକେଟ ନିଜ ନାମରେ ନାମିତ କରିଛନ୍ତି।

ସେ ପୂର୍ଵ ଆଇପିଏଲ ସିଜନରେ କେକେଆର ତରଫରୁ ଖେଳିଥିଲେ ତେଣୁ ପ୍ରସଂସକ ଆଶା କରୁଛନ୍ତି କି ଏହି ବର୍ଷ ମେଗା ଅକ୍ସନରେ ମଧ୍ୟ କେକେଆର ତାଙ୍କ ଉପରେ ଦାମ ଲଗାଇବ। ଏହି ସିଜନ ପାଇଁ କେକେଆର ଆନ୍ଦ୍ର ରସେଲ, ସୁନୀଲ ନାରିନ, ଭେଙ୍କଟେସ ଅୟର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ରିଟେନ କରିଛନ୍ତି। ଏହା ଛଡା ପଞ୍ଚାବ କିଙ୍ଗସ ମଧ୍ୟ ତାଙ୍କ ଉପରେ ଦାବି ଲଗାଇପାରେ। ପଞ୍ଜାଵ ଦୁଇଟି ଖେଳାଳିଙ୍କୁ ରିଟେନ କରିଛି। ରାଜସ୍ଥାନ ମଧ୍ୟ କ୍ରିଷ୍ଣାଙ୍କ ଉପରେ ଦାବି ଲଗାଇପାରେ।
ସିରିଜର ଦ୍ୱିତୀୟ ମ୍ୟାଚରେ ମ୍ୟାଚ ଅଫ ଦି ମ୍ୟାଚ ହୋଇଥିବା ପ୍ରସିଦ୍ଧ କୃଷ୍ଣା କହିଛନ୍ତି,”ମୁଁ ଅନେକ ସମୟରୁ ଏପରି ପ୍ରଦର୍ଶନର ଆଶା କରୁଥିଲି। ମୁଁ ବହୁତ ଖୁସିକି ମୁଁ ଆଜି ଏପରି କରିପାରିଲି ଓ ଆମେ ମ୍ୟାଚ ଜିତିଲୁ। ମୁଁ କେବଳ ସଠିକ କ୍ଷେତ୍ରରେ ବୋଲିଙ୍ଗ କରୁଥିଲି”।
୧୯ ଫେବୃଆରୀକୁ ୨୬ ବର୍ଷୀୟ ହେବାକୁ ଯାଉଥିବା କୃଷ୍ଣା କହିଛନ୍ତି,”ଯେବେ ମୁଁ ବ୍ୟାଟିଙ୍ଗ କରିବାକୁ ଯାଇଥିଲିସେବେ ବଲ ସିନ କରୁଥିଲା। ମୁଁ ଏଥିରୁ ଜାଣିପାରିଲିକି ପିଚରେ କିଛି ଅଛି ମୁଁ ସରଳ ବୋଲିଙ୍ଗ କରିଥିଲି। ଭଲ ଲାଇନ ଲେନଥରେ ବୋଲିଙ୍ଗ କରିବାକୁ ଚାହିଁଥିଲି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।