ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ମେଗା ଅକ୍ସନ ସମାପ୍ତ ହୋଇଯାଇଛି। ନିଲାମୀରେ ଇସାନ କିସନଙ୍କ ଉପରେ ସବୁଠୁ ଅଧିକ ଦାମ ଲାଗିଲା। ତେବେ ନିଲାମୀରେ ଟିମମାନେ ଏକ ଏପରି ଖେଳାଳି ପଛରେ ପଡିଲେ ଯିଏକି ଚାରିବର୍ଷ ପର୍ଯ୍ୟନ୍ତ ନିଜ ଟିମରୁ ବାହାରେ ରହିଥିଲେ। କେବଳ ଏତିକି ନୁହେଁ ଆଇପିଏଲରେ ମଧ୍ୟ ଏବେ ପର୍ଯ୍ୟନ୍ତ ଫ୍ଲପ ରହିଛନ୍ତି। ପୂର୍ଵ ବର୍ଷ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଲିୟାମ ଲିଭିଙ୍ଗଷ୍ଟୋଙ୍କ ଦାମ ୭୫ ଲକ୍ଷ ଥିଲା। କିନ୍ତୁ ଏଥର ନିଲାମୀରେ ତାଙ୍କ ପାଇଁ କେକେଆର, ସିଏସକେ,ପଞ୍ଜାଵ କିଙ୍ଗସ, ଗୁଜୁରାଟ ଟାଇଟନ୍ସ, ସନ ରାଇଜର୍ସ ହାଇଦ୍ରାବାଦ ଅନେକ ଦାମ ଲଗାଇଲେ ଓ ସେ ୧୧.୫୦ କୋଟିରେ ପଞ୍ଜାଵ କିଙ୍ଗସ ତାଙ୍କୁ ନିଜ ଟିମରେ ସାମିଲ କଲା।

ଲିଭିଙ୍ଗଷ୍ଟୋନ ଆଇପିଏଲରେ ମାତ୍ର ୯ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୧୧୨ ରନ କରିଛନ୍ତି।ଏହା ସହିତ ଲିଭିଙ୍ଗଷ୍ଟୋନ ଆଇପିଏଲରେ ବିକ୍ରି ହୋଇଥିବା ତୃତୀୟ ସବୁଠୁ ଦାମୀ ଖେଳାଳି ହୋଇଯାଇଛନ୍ତି। ପୂର୍ଵ ସିଜନରେ ପୂର୍ଵ ସିଜନରେ ତାଙ୍କୁ ୭୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଥିଲା। ସେ ୫ ଟି ପାରିରେ ୪୨ ରନ କରିଛନ୍ତି।
ଦାମ ୧୧.୫୦ କୋଟି ପର୍ଯ୍ୟନ୍ତ ପହଁଚିବାର ହୁଏତ ଦୁଇଟି କାରଣ:
ଲୋକ ଏହା ଜାଣିପାରୁନାହାଁନ୍ତିକି ଚାରିବର୍ଷ ଟିମରୁ ବାହାରେ ରହି ଓ ଆଇପିଏଲରେ ମଧ୍ୟ ଫ୍ଲପ ହୋଇ ମଧ୍ୟ ସେ ଏତେ ଟଙ୍କାରେ କିପରି ବିକ୍ରିହେଲେ। ବାର ମାସରେ ହିଁ ଲିଭିଙ୍ଗଷ୍ଟୋନଙ୍କ ଦାମ ୭୫ ଲକ୍ଷରୁ ୧୧.୫୦ କୋଟି ପର୍ଯ୍ୟନ୍ତ ପହଁଚିଛି। ଏତେ ଟଙ୍କାରେ ପଂହଁଚିବାର ହୁଏତ ଦୁଇଟି କାରଣ। ପ୍ରଥମ କାରଣ ୨୦୨୧ରେ ଚାରିବର୍ଷ ପରେ ସେ ଇଂଲଣ୍ଡ ଟିମକୁ ଫେରିଛନ୍ତି।
𝙒𝙝𝙚𝙧𝙚 𝙄𝙩 𝙎𝙩𝙖𝙧𝙩𝙚𝙙 𝙒𝙝𝙚𝙧𝙚 𝙄𝙩 𝙀𝙣𝙙𝙚𝙙
INR 2⃣ Crore INR 1⃣1⃣.5⃣0⃣ Crore
Watch how @PunjabKingsIPL won the bid to buy the big-hitting @liaml4893. 🎥 🔽 #TATAIPLAuction2022 @TataCompanies
— IndianPremierLeague (@IPL) February 13, 2022
ସେ ୨୦୧୭ରେ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଟିମରୁ ବାହାରେ ଥିଲେ ଓ ପୂର୍ଵ ବର୍ଷ ସେ ପୁଣି ଟିମକୁ ଫେରି ପାକିସ୍ତାନ ବିରୁଦ୍ଧରେ ୪୩ ବଲରେ ୧୦୩ ରନ କରିଥିଲେ। ସେ ୨୦୨୧ରେ ଟି-୨୦ରେ ୮୬ ଛକା ମାରିଥିଲେ। ସେ କୌଣସି ନମ୍ବରରେ ମଧ୍ୟ ବ୍ୟାଟିଙ୍ଗ କରିପାରିବେ। ତାଙ୍କୁ ୧-୭ ନମ୍ବର ପର୍ଯ୍ୟନ୍ତ ସ୍ଥାନରେ ଖେଳାଯାଇସାରିଛି। ଏହା ସହ ସେ ଗୋଟେ ଓଭରରେ ଅଫବ୍ରେକ ଓ ଲେଗବ୍ରେକ ବୋଲିଙ୍ଗ କରିବାର କ୍ଷମତାବି ତାଙ୍କୁ ଅଲଗା କରିଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।