ବ୍ୟୁରୋ ରିପୋର୍ଟ: ଆଇପିଏଲର ମେଗା ଅକ୍ସନ ବହୁତ କମ ଦିନ ଅଛି। ପାଖାପାଖି ୨ ଦିନ ପରେ ୧୦ ଟିମ ନିଲାମୀରେ ଦାମ ଲଗାଇବା ପାଇଁ ଓହ୍ଲାଇବେ। ଆଇପିଏଲ ଅକ୍ସନ ୧୨ ଓ ୧୩ ଫେବୃଆରୀକୁ ହେବ ଯାହା ପାଇଁ ଟିମ ମାନେ ନିଜ ପ୍ଲାନକୁ ଶେଷ ରୂପ ଦେଉଛନ୍ତି। ପୂର୍ଵ କ୍ରିକେଟର ଓ କମେଣ୍ଟେଟର ରୋହନ ଗାଭାସ୍କର ଏହି ବିଷୟରେ ଟ୍ୱିଟ କରି କହିଛନ୍ତି କି ଅଣ୍ଡର-୧୯ କ୍ରିକେଟରଙ୍କ ମଧ୍ୟରୁ କେଉଁ ଖେଳାଳିଙ୍କ ଉପରେ ଟିମ ମାନଙ୍କର ନଜର ରହିବ।

କ୍ରିକେଟ ଜଗତରେ ଏହି ସମୟରେ ସବୁଠୁ ଚର୍ଚ୍ଚାର କଥା ଏହାକି କେଉଁ ଖେଳାଳିଙ୍କ ଉପରେ କେତେ ଦାମ ଲାଗିବ? ସବୁଠୁ ଅଧିକ ଦାମ କେଉଁ ଖେଳାଳିଙ୍କ ଉପରେ ଲାଗିବ? ଅଣ୍ଡର-୧୯ ବିଶ୍ୱକପ ଜିତିକରି ଫେରିଥିବା ଟିମର କେତେ ଖେଳାଳି ଆଇପିଏଲ ଟିମରେ ସାମିଲ ହେବେ। ଏହି ପ୍ରଶ୍ନର ଉତ୍ତରପାଇଁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏହା ମଧ୍ୟରେ ରୋହନ ଗାଭାସ୍କର ଦିନେସ ବାନାଙ୍କ ବିଷୟରେ ବଡ଼ ଭବିଷ୍ୟତବାଣୀ କରିଛନ୍ତି।
ରୋହନ ଗାଭାସ୍କର କମେଣ୍ଟେଟର ରୂପରେ ଅଣ୍ଡର-୧୯ ବିଶ୍ୱକପକୁ ବହୁତ ପାଖରୁ ଦେଖିଛନ୍ତି। ସେ ଆଇପିଏଲ ଅକ୍ସନ ବିଷୟରେ ସୋମବାରକୁ କହିଛନ୍ତି,”ମତେ ଲାଗୁଛିକି ଅଣ୍ଡର-୧୯ କ୍ରିକେଟର ଦିନେସ ବାନାଙ୍କ ଉପରେ ବଡ଼ ଦାମ ଲଗାଯାଇପାରେ। ତାଙ୍କ ଉପରେ ଆଇପିଏଲର ଅନେକ ଟିମ ନଜର ରଖିଥିବେ। ଆରମ୍ଭରୁ ହିଁ ଛକା ମାରିବାର କ୍ଷମତା ଏହି ଖେଳାଳିକୁ ଖାସ କରିଥାଏ।ଆଇପିଏଲ ଟିମଙ୍କୁ ଏପରି ହିଁ ଖେଳାଳିଙ୍କ ତଲାସ ଥାଏ ଯିଏକି ତଳ ଅର୍ଡରରେ ଏହିପରି ବଡ଼ ଶର୍ଟ ମାରିପାରିବ”।

କ୍ରିକେଟପ୍ରେମୀ ଜାଣିଛନ୍ତିକି ଦିନେସ ବାନା ଅଣ୍ଡର-୧୯ ବିଶ୍ୱକପ ଜିତିବା ଵାଲା ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ ଥିଲେ। ସେ ଫାଇନାଲରେ ଲଗାତର ଦୁଇଟି ଛକା ମାରି ଭାରତକୁ ଜିତାଇଥିଲେ। ସେ ଫାଇନାଲ ପରି ସେମି ଫାଇନାଲରେ ମଧ୍ୟ ଵିସ୍ପୋଟକ ବ୍ୟାଟିଙ୍ଗ କରିଥିଲେ। ସେ ସେମି ଫାଇନାଲରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମାତ୍ର ଚାରିଟି ବଲରେ ଦୁଇଟି ଛକା ଓ ଦୁଇଟି ଚୌକା ସହ ୨୦ ରନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।