କେତେକ ବଡ଼ ବଡ଼ ଖେଳାଳି IPL ଅକ୍ସନରେ କିଣା ହୋଇନାହାନ୍ତି। ସେଥିମଧ୍ୟରୁ ଡାଭିଡ ମଲାନ,ଇଓନ ମୋର୍ଗାନ ସାମିଲ ଅଛନ୍ତି। କହିରଖିବୁ ଅକ୍ସନରେ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଇଶାନ କିଷାନ। ଯାହାଙ୍କୁ ତାଙ୍କର ପୂର୍ବ ଦଳ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି।

ତେବେ ଅନସୋଲଡ଼ ପ୍ଲେୟର ଡ଼ାଭିଡ ମଲାନ ଯିଏ କି ଟି-୨୦ କ୍ରିକେଟରେ ଦିନେ ନମ୍ବର ୧ ବ୍ୟାଟ୍ସମାନ ଥିଲେ ହେଲେ ଏହି IPL ଅକ୍ସନରେ ତାଙ୍କୁ କେଉଁ ବି ଦଳ କିଣି ନାହାନ୍ତି। ସେ ୩୬ ଟି T-20 ମ୍ୟାଚ ଖେଳିଥିବା ବେଳେ ୩୫ ଟି ପାରିରେ ୧୨୩୯ ରନ କରିଛନ୍ତି। ତାଙ୍କର ଆଭରେଜ ୪୧.୩ ଅଟେ। ସେ ଟି-୨୦ ରେ ଶତକ ବି ଲଗାଇଛନ୍ତି। ସେ ୪୧ ଟି ଛକା ଏବଂ ୧୨୮ ଟି ଚୌକା ମାରିଛନ୍ତି। ସେ IPL ରେ ପୂର୍ବରୁ ପଞ୍ଜାବ ପଟେ ଖେଳୁଥିଲେ। ହେଲେ ପଞ୍ଜାବ ତାଙ୍କୁ ରିଲିଜ କରିଦେଇଥିଲା।
Dawid Malan is next – He is UNSOLD #TATAIPLAuction @TataCompanies
— IndianPremierLeague (@IPL) February 13, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।