RCB କୁ ମିଳିଗଲା କ୍ୟାପଟେନ! ଏହି ବିସ୍ପୋରକ ବ୍ୟାଟ୍ସମାନ ହେବେ ନୂଆ ଅଧିନାୟକ!

୨୦୨୧ ଆଇପିଏଲ ସଂସ୍କରଣ ସମ୍ପାପ୍ତ ହୋଇସାରିଛି। ଚେନ୍ନାଇ ସୁପର କିଂଗ୍ସ ଚମ୍ପିୟାନ ଟାଇଟଲ ହାସଲ କରିସାରିଛି। ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ ରେ ହେବାର ଅଛି। ୨୦୨୨ ଆଇପିଏଲରେ ହେବାକୁ ଯାଉଛି ସବୁଠାରୁ ବଡ଼ ମହା ମୁକାବିଲା। ଏଥିରେ ଭାଗ ନେବାର ଅଛି ୧୦ ଟି ଦଳ। ପୂର୍ବରୁ ଥିବା ୮ ଟି ଦଳ ସହିତ ଲଖନୌ ଏବଂ ଅହମ୍ମଦାବାଦ ସାମିଲ ହୋଇଛନ୍ତି। ୨୦୨୧ ଆଇପିଏଲ ସଂସ୍କରଣ ପୂର୍ବରୁ ଅଧିନାୟକ ବିରାଟ କୋହଲି ତାଙ୍କ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରି ସାରିଛନ୍ତି। ତେଣୁ ବାଙ୍ଗାଲୋର ଅଧିନାୟକ ପଦ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Google

ଫେବ୍ରୁଆରୀ ୧୨ ଏବଂ ୧୩ କୁ ହେବାକୁ ଯାଉଛି ଆଇପିଏଲର ମେଗା ଅକ୍ସନ। ଏହି ଅକ୍ସନରେ ପ୍ରତ୍ୟେକ ଦଳ ନିଜର ମନ ମୁତାବକ ଖେଳାଳୀ ବଳକା ରାଶିରେ ଚୟନ କରିପାରନ୍ତି। ପ୍ରାୟ କେତେକ ଆରସିବି ସମର୍ଥକଙ୍କ ନଜର ଏହି ଅକ୍ସନ ଉପରେ। ଆରସିବିର ଅଧ୍ୟକ୍ଷ ପ୍ରଥମେଶ ମିଶ୍ରାଙ୍କ କହିବା ଅନୁସାରେ ତାଙ୍କ ପ୍ରଥମ ଚୟନରେ ରହିଛନ୍ତି ବିରାଟ କୋହଲି। ସେ ବିରାଟଙ୍କୁ ଅଧିନାୟକ ପଦ ପୁନର୍ବାର ସମ୍ଭାଳିବା ପାଇଁ ଅନୁରୋଧ କରିବେ।

କାରଣ ସେ ଜଣେ ଦକ୍ଷ, ଅନୁଭବୀ ଅଧିନାୟକ ଏବଂ ଉତ୍ତମ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି। ମାତ୍ର ଯଦି ବିରାଟ ଏଥିରେ ରାଜି ନ ହୁଅନ୍ତି, ତେବେ ଆହୁରି ମଧ୍ୟ ଅନେକ ଚୟନ ରହିଛି। ଆକାଶ ଚୋପ୍ରାଙ୍କ ମତରେ ଆରସିବିର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ପରବର୍ତ୍ତୀ ଅଧିନାୟକ ହୋଇ ପାରନ୍ତି। ସେ ଅନୁଭବୀ ଅଟନ୍ତି ଏବଂ ପୂର୍ବରୁ ବିବିଏଲରେ ମଧ୍ୟ ଅଧିନାୟକ ପଦ ସମ୍ଭାଳି ସାରିଛନ୍ତି।

Google

ତୃତୀୟ ଚୟନ ଭାବରେ ଅଛନ୍ତି ଯେସନ ହୋଲଡ଼ର। ସମ୍ଭବତଃ ଆରସିବି ତାଙ୍କୁ ଅକ୍ସନରେ କିଣିପାରେ ଏବଂ ତାଙ୍କୁ ଆରସିବିର ପରବର୍ତ୍ତୀ ଅଧିନାୟକ କରିପାରେ। ସେ ପୂର୍ବରୁ ମଧ୍ୟ ୱେଷ୍ଟଇଣ୍ଡିଜର ଅଧିନାୟକ ଭାର ସମ୍ଭାଳି ସାରିଛନ୍ତି। ସେ ଏକ ଦକ୍ଷ ଅଲରାଉଣ୍ଡର ମଧ୍ୟ ଅଟନ୍ତି। ଆରସିବି ଦଳକୁ ମଧ୍ୟ ଏକ ଦୃଢ଼ ଅଲରାଉଣ୍ଡର ଦରକାର ରହିଛି। ତେଣୁ ସମ୍ଭବତଃ ସେ ଆରସିବିର ଜଣେ ନିୟମିତ ସଦସ୍ୟ ହୋଇ ପାରନ୍ତି। କାରଣ ଡାନିଏଲ ଖ୍ରୀଷ୍ଟିୟାନ ଏବଂ କାଏଲ ଜେମିଶନ ଦଳରେ ନାହାନ୍ତି।

ଅନ୍ୟ ଏକ ଖେଳାଳି ମଧ୍ୟ ଦଳକୁ ଆସି ପାରନ୍ତି। ସେ ହେଉଛନ୍ତି ଶ୍ରେୟସ ଅୟର। ସେ ଜଣେ ଭଲ ଅଧିନାୟକ ଏବଂ ଦକ୍ଷ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି। ମାତ୍ର ଆରସିବି ବିରାଟ ଏବଂ ମ୍ୟାକ୍ସୱେଲଙ୍କୁ ରିଟେନ କରିବା ଲାଗି ଅନେକ ପଇସା ଖର୍ଚ୍ଚ କରି ସାରିଛି। ତେଣୁ ଅୟରଙ୍କୁ କିଣିବା ତାଙ୍କ ପାଇଁ କଷ୍ଟକର ହୋଇପାରେ। ସେଥିପାଇଁ ଆରସିବିର ଅଧ୍ୟକ୍ଷ ବିରାଟଙ୍କୁ ଅଧିନାୟକ କରିବା ଲାଗି ଆଶା ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *