ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ଵ କୋଚ ରବି ଶାସ୍ତ୍ରୀ କହିଛନ୍ତି ଆଇପିଏଲର ୧୫ ତମ ସିଜନ ବହୁତ ମହତ୍ତ୍ୱପୂର୍ଣ୍ଣ। ଏହା ଦ୍ଵାରା ଭାରତର ଭବିଷ୍ୟତର ଅଧିନାୟକ ଖୋଜାଯାଇପାରେ। ଆଗାମୀ ଟୁର୍ଣ୍ଣାମେଣ୍ଟରେ ରିଷଭ ପନ୍ତ, ଶ୍ରେୟସ ଅୟର,କେଏଲ ରାହୁଲ ଆଦି ଖେଳାଳିଙ୍କ ପ୍ରତିଭାକୁ ଆକଳନ କରିବାର ମୌକା ହେବ। ଶାସ୍ତ୍ରୀ ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରି କହିଛନ୍ତି ସେ ବହୁତ ଭଲ କାମ କରୁଛନ୍ତି। ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚରୁ ହେବାକୁ ଯାଉଛି। ଏଥର ଆଇପିଏଲରେ ମୋଟ ୧୦ ଟିମ ଖେଳିବାକୁ ଯାଉଛନ୍ତି। ଲକ୍ଷନୌ ସୁପର ଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି।

ରବି ଶାସ୍ତ୍ରୀ ଆଇପିଏଲର ବ୍ରୋର୍ଡ କାଷ୍ଟ ଷ୍ଟାର ସ୍ପୋର୍ଟର ଚ୍ୟାଲେନରେ କହିଛନ୍ତି,”ବିରାଟ କୋହଲି ଏବେ ଅଧିନାୟକ ନାହଁନ୍ତି କିନ୍ତୁ ରୋହିତ ଶର୍ମା ବହୁତ ଭଲ କାମ କରୁଛନ୍ତି। ଭାରତ ଏହା ଦେଖିବ କି ଭବିଷ୍ୟତରେ ଭାରତର ଅଧିନାୟକତ୍ୱ କିଏ କରିବ। ଏହି ଦୌଡ଼ରା ଏବେ ଶ୍ରେୟସ ଅୟର, କେଏଲ ରାହୁଲ ଓ ରିସଭ ପନ୍ତ ଅଟନ୍ତି। ଭାରତୀୟ ଟିମର ଭବିଷ୍ୟତର ଅଧିନାୟକତ୍ୱ ପାଇଁ ତଲାସ ହେବ,ଓ ଏହା ମୌକା ଅଟେ”।
କିଏ ଶୁଣିଥିଲେ ଅୟରଙ୍କ ନାମ:
ସେ କହିଛନ୍ତି,”ପୂର୍ଵ ସିଜନରେ ଆମେ ଭେଙ୍କଟେସ ଅୟରଙ୍କୁ ଦେଖିଥିଲେ। ତାଙ୍କ ବିଷୟରେ କେହି ଶୁଣିନଥିଲେ କିନ୍ତୁ ଯେବେ ଆଇପିଏଲ ଶେଷ ହେଲାସେ ଭାରତୀୟ ଟିମରେ ଥିଲେ। ଏହା ଆଇପିଏଲର ସବୁଠୁ ବଡ଼ ସୁନ୍ଦରତା ଅଟେ”।ଗୁଜୁରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ନିଜ ବୋଲିଙ୍ଗକୁ ନେଇ ଫେରିବା ଉପରେ ବୟାନ ଦେଇଦେଇଛନ୍ତି। ରବି ଶାସ୍ତ୍ରୀଙ୍କର ମାନିବା ଅଟେକି ପୁରା ଦେଶ ଆଗାମି ଆଇପିଏଲରେ ତାଙ୍କର ପ୍ରତ୍ୟେକଟି ପଦକ୍ଷେପରେ ନଜର ରଖିବ। ପାଣ୍ଡ୍ୟା ଆଇପିଏଲରେ ପ୍ରଥମ ଥର ଭାଗନେଉଥିବା ଟିମ ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ କରିବେ।

ପେସର ବୋଲରଙ୍କ ଉପରେ ରହିବ ନଜର:
ପିଠିର ତଳ ଅଂଶରେ ଆଘାତ ଦ୍ଵାରା ହାର୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ ପରେ କୌଣସି ମ୍ୟାଚ ଖେଳିନଥିଲେ। ଶାସ୍ତ୍ରୀ ଓ ସୁରେଶ ରାଇନା ଲିଗ ପାଇଁ ଷ୍ଟାର ସ୍ପୋର୍ଟର କମେଟ୍ରି ଚ୍ୟାନେଲର ଅଂଶ ହେବେ। ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତିକି ଆଗାମୀ ଆଇପିଏଲରେ ପେସର ବୋଲରଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଇପାରେ। କାରଣ ଆଗାମୀ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆର କଠିନ ପିଚରେ ଖେଳାଯିବ।
ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚ ଶନିବାରକୁ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯିବ। ଶାସ୍ତ୍ରୀ କହିଛନ୍ତି,”ମତେ ଲାଗୁଛି ଏଥର ଆଇପିଏଲରେ ଅଧିକ ଧ୍ୟାନ ପ୍ରେସର ବୋଲରଙ୍କ ଉପରେ ଦିଆଯିବ କାରଣ ଆଇପିଏଲର ୪ ମାସ ପରେ ଟିମ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାକୁ ଯିବ”।ଶାସ୍ତ୍ରୀ ୭ ବର୍ଷ ପରେ କମେଟ୍ରିକୁ ଫେରିଛନ୍ତି। କିନ୍ତୁ ସେ ପ୍ରଥମ ଥର ହିନ୍ଦୀରେ ଏହି କାମ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।